Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଅରେଞ୍ଜ ଆର୍ଲଟ ଜାରି କଲା ପାଣିପାଗ ବିଭାଗ

Ritu Das
Browse all articles by Ritu Das
·2 years ago·1 min read
ଦିଲ୍ଲୀରେ ଅରେଞ୍ଜ ଆର୍ଲଟ ଜାରି କଲା ପାଣିପାଗ ବିଭାଗ

ଅର୍ଗସ ବ୍ୟୁରୋ: ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ଆଗାମୀ ଦୁଇଦିନ ଯାଇଁ ଅରେଞ୍ଜ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ । ପୁବ ବର୍ଷା ଅନୁଯାୟୀ ଦିଲ୍ଲୀରେ ଭାରି ବର୍ଷା କାରଣରୁ ୧୫୦ ମିଲିମିଟର ବର୍ଷା ରେର୍କଡ କରାଯାଇଥିଲା । ଆଗାମୀ ଦୁଇଦିନ ଯାଏଁ ମଧ୍ୟମ ବର୍ଷା ଜାରି ରହିପାରେ ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି । ଶୁକ୍ରବାର ଦିଲ୍ଲୀରେ ପ୍ରଥମ ମୌସୁମୀ ବର୍ଷା ଆଣିଥିଲା ବିତ୍ପାତ । ଶୁକ୍ରବାର ଭୋରରୁ ସାଢେ ପାଂଚଟା ମଧ୍ୟରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। 

୩ ଘଣ୍ଟା ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷର ସବୁଠାରୁ ଏହା ଦିଲ୍ଲୀରେ ଅଧିକ ବର୍ଷା ହୋଇଥିଲା । ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ଟ୍ରାଫିକରେ ପାଣି ଜମିବା, ଟ୍ରାଫିକ୍ ଜାମ୍ ଓ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା । 

ପାଣି ଜମି ରହିଥିବାରୁ କାର, ବସ୍, ଦୁଇ ଚକିଆ ଯାନ, ଅଟୋ ଆଦି ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ସାଇକେଲ୍ ଧରି ଲୋକମାନେ ଯିବା ଆସିବା କରିଥିଲେ । ଅନେକ ସ୍ଥାନରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Meteorological | Argus News