Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାମ କରୁନି ମାଇକ୍ରୋସଫ୍ଟ କ୍ରାଉଡଷ୍ଟ୍ରାଇକ ସର୍ଭିସ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
କାମ କରୁନି ମାଇକ୍ରୋସଫ୍ଟ କ୍ରାଉଡଷ୍ଟ୍ରାଇକ ସର୍ଭିସ

ଅର୍ଗସ ବ୍ୟୁରୋ : କାମ କରୁନି ମାଇକ୍ରୋସଫ୍ଟ କ୍ରାଉଡଷ୍ଟ୍ରାଇକ ସର୍ଭିସ । ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଦୀର୍ଘସମୟ ଧରି ସର୍ଭର ଅକାମୀ ହୋଇପଡ଼ିଛି ।  ଫଳରେ ବ୍ୟାଙ୍କଠାରୁ ଆରମ୍ଭ କରି ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଭାରତରେ ଇଣ୍ଡିଗୋ, ସ୍ପାଇସଜେଟ, ଆକାସା ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ବୁକିଂ, ଚେକ୍ ଇନ୍ ପ୍ରଭାବିତ ହୋଇଛି । ୱିଣ୍ଡୋଡ ସିଷ୍ଟମରେ ଦେଖିବାକୁ ମିଳୁଛି ବ୍ଲୁ ସ୍କ୍ରିନ୍ ଅଫ ଡେଥ ସିମ୍ବଲ୍ । ଦେଶର ବିଭିନ୍ନ ବିମାନ ବନ୍ଦରରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ଯାତ୍ରୀ ।

ଅଧିକ ପଢନ୍ତୁ ଭାରତ ଖବର 

ଏଯାଏଁ ସମସ୍ୟାର ସମାଧାନ ହେବା ନେଇ ମାଇକ୍ରୋସଫ୍ଟ ପକ୍ଷରୁ କିଛି ଘୋଷଣା ହୋଇନାହିଁ । ମାଇକ୍ରୋସଫ୍ଟର ସମସ୍ୟା କାରଣରୁ ଭାରତ ସମେତ ପୂରା ବିଶ୍ବରେ ବିମାନ ସେବା ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ ମଧ୍ୟ ଅନ୍ ଲାଇନ୍  ସେବା  ବାଧା ପ୍ରାପ୍ତ ହେବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ରୁଷ୍ ର ବିମାନ ବନ୍ଦରରେ ଅନେକ ବିମାନ ଅଟକି ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Microsoft CrowdStrike service not working | Argus News