Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଧିମେଇଛି ରାସ୍ତା ନିର୍ମାଣ; ଜାଣନ୍ତୁ ଏହା ପଛର କାରଣ

National

Middle East Crisis Impact / ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଧିମେଇଛି ରାସ୍ତା ନିର୍ମାଣ; ଜାଣନ୍ତୁ ଏହା ପଛର କାରଣ

Subhramjit Ray
Browse all articles by Subhramjit Ray
·3 hours ago·2 min read
ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଧିମେଇଛି ରାସ୍ତା ନିର୍ମାଣ; ଜାଣନ୍ତୁ ଏହା ପଛର କାରଣ
Middle East Crisis Impact

Key Points

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ରାସ୍ତା ନିର୍ମାଣ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବ୍ୟବହୃତ ପ୍ରାୟ ୮୫% ବିଟୁମେନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟପ୍ରାଚ୍ୟରୁ ଆସିଥାଏ। ଯାହା ଯୁଦ୍ଧ ଦ୍ୱାରା ବାଧାପ୍ରାପ୍ତ ହୋଇଛି।
Middle East Crisis Impact on India:  ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଂକଟର ପ୍ରଭାବ ଏବେ ବିଶ୍ୱର କୋଣ ଅନୁକୋଣରେ ବିଭିନ୍ନ କ୍ଷେତ୍ରରେ ଅନୁଭୂତ ହେବାରେ ଲାଗିଛି। ଯେଉଁଥିରୁ ବାଦ ପଡ଼ିନାହିଁ ଭାରତ। ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ ଅନିଶ୍ଚିତତା କାରଣରୁ ବିଗତ ୧୦୮ ଦିନ ଧରି ବିଟୁମେନ୍ ଅଭାବ ସୃଷ୍ଟି ହୋଇଛି ଏବଂ ଏହାର ମୂଲ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। ଭାରତ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ଯେଉଁମାନେ ଆଞ୍ଚଳିକ ବିଟୁମେନ୍ ଉପରେ ଅଧିକ ନିର୍ଭର କରିଥାନ୍ତି, ସେମାନେ ଏବେ ଯୋଗାଣ ଅଭାବର ସାମ୍ନା କରୁଛନ୍ତି। ଯାହା ଫଳରେ ଅନେକ ଭିତ୍ତିଭୂମି ଜନିତ ପ୍ରକଳ୍ପ ଅଟକି ରଖିଛି। ବର୍ଦ୍ଧିତ ଶିପିଂ ବୀମା ପ୍ରିମିୟମ ଏବଂ ଜାହାଜ ପାଇଁ ଲମ୍ବା ରୁଟ୍ ଆବଶ୍ୟକ ପଡ଼ିବାରୁ ବିଟୁମେନ୍ ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବାକୁ ଯାଇ ନିକଟରେ ସଂସସଦୀୟ ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି ସମ୍ପର୍କିତ ସ୍ଥାୟୀ କମିଟି ଦେଶରେ ରାସ୍ତା ନିର୍ମାଣ ଉପରେ ମଧ୍ୟପ୍ରାଚ୍ୟ ସଙ୍କଟର ପଡ଼ୁଥିବା ପ୍ରଭାବ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲା।

ଏହି ବୈଠକ ପରେ କମିଟି ଅଧ୍ୟକ୍ଷ ତଥା ଜେଡ଼ିୟୁ ସାଂସଦ ସଞ୍ଜୟ ଝା କହିଥିଲେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଦେଶରେ ରାସ୍ତା ନିର୍ମାଣ କ୍ଷେତ୍ର ଉପରେ ପ୍ରତିକୂଳ ପ୍ରଭବ ପକାଇଛି। ରାସ୍ତା ନିର୍ମାଣ ପାଇଁ ପ୍ରାୟ ୮୫% ବିଟୁମେନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯୋଗାଣ ମଧ୍ୟପ୍ରାଚ୍ୟରୁ ହୋଇଥାଏ। ଯାହା ୧୦୦ ଦିନରୁ ଅଧିକ ଦିନ ଧରି ଜାରି ରହିଥିବା ଯୁଦ୍ଧ ଯୋଗୁଁ ବାଧାପ୍ରାପ୍ତ ହୋଇଛି। ଭାରତ ସରକାର ଏହାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି। ଏହି ସଙ୍କଟ ଦେଶରେ ରାସ୍ତା ନିର୍ମାଣକୁ ପ୍ରଭାବିତ କରିଛି। ଯଦିଓ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାରି ଯାଇନାହିଁ।

ସଂସଦରେ ଅନୁଷ୍ଠିତ ଏକ ବୈଠକରେ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ରାସ୍ତା ନିର୍ମାଣ ଉପରେ ପଡୁଥିବା ପ୍ରଭାବ ଏବଂ ଏହାର ଦୀର୍ଘକାଳୀନ ପ୍ରଭାବ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନା କରିଥିଲେ। ଏହି ରିପୋର୍ଟ ଅନୁଯାୟୀ ମଧ୍ୟପ୍ରାଚ୍ୟ ସଙ୍କଟ ସମୟରେ ସବୁଠାରୁ ଅଧିକ ବ୍ୟବହୃତ ବିଟୁମେନ୍ ଗ୍ରେଡ୍ VG-40, ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଯାଇଛି। ଏପରିକି ଏହାର ଯୋଗାଣ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି।

ବୈଠକରେ ବିକଳ୍ପ ସୂତ୍ର ଉପରେ ହୋଇଥିଲା ଆଲୋଚନା
ଏହା ସହିତ ବିଟୁମେନ୍ ଅଭାବ କାରଣରୁ ରାସ୍ତା ଭିତ୍ତିଭୂମି, ବିଶେଷକରି ପ୍ରମୁଖ ରାଜପଥ ପ୍ରକଳ୍ପକୁ ମଧ୍ୟ ପ୍ରଭାବିତ ହୋଇଛି। ବିଟୁମେନ୍ ଯୋଗାଣରେ ବାଧା ଯୋଗୁଁ ସଡ଼କ ଭିତ୍ତିଭୂମିରେ ମନ୍ଥରତା ଆସିଛି। ଏହି ବୈଠକରେ ବିକଳ୍ପ ସୂତ୍ର ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଯାହା ଦ୍ୱାରା ଭବିଷ୍ୟତରେ ଏପରି ସମସ୍ୟାର ସମାଧାନ କରାଯାଇ ପାରିବ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored