Middle East Crisis Update / ଜାରି ରହିଛି ମଧ୍ୟ ପ୍ରାଚ୍ୟ ସଂକଟ; ବନ୍ଦରରେ ଫସି ରହିଛି ହଜାର ହଜାର କଣ୍ଟେନର
·1 month ago·3 min read

Key Points
ମଧ୍ୟ ପ୍ରାଚ୍ୟ ସଂକଟ ପାଇଁ ଭାରତରୁ ଆରବ ଦେଶଙ୍କୁ ହେଉଥିବା ରପ୍ତାନୀ ଏକ ପ୍ରକାର ଠପ୍ ହୋଇଯାଇଛି।
Middle East Crisis Update: ମଧ୍ୟ ପ୍ରାଚ୍ୟ ସଂକଟର ପ୍ରଭାବ ଏବେ ଭାରତରେ ଅନୁଭୂତ ହେଲାଣି। ହର୍ମୁଜ୍ ପ୍ରଣାଳୀ ଏବଂ ପାରସ୍ୟ ଉପସାଗର ଦେଇ ଯାଇଥିବା ଜାହାଜ ମାର୍ଗ ଏବେ ଏକ ବନ୍ଦ ହୋଇଗଲାଣି। ସ୍ଥିତି ଏପରି ହୋଇଛି ଯେ ଏହି କାରଣରୁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି। ସେଠାରେ ସୃଷ୍ଟି ହୋଇଥିବା ଉତ୍ତେଜନା କାରଣରୁ ସାମୁଦ୍ରିକ ପଥ ବନ୍ଦ ହୋଇଯିବା ସହ ଆମଦାନୀ-ରପ୍ତାନୀରେ ବ୍ୟବହୃତ ହେଉଥିବା ଜାହାଜ ସୁରକ୍ଷିତ ଭାବରେ ଯାତ୍ରା କରି ପାରୁନାହିଁ। ଯାହାର ଫଳସ୍ୱରୂପ ବିଦେଶୀ ରପ୍ତାନୀ ହେବାକୁ ରହିଥିବା ସାମଗ୍ରୀ ଏହାର ଧାର୍ଯ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହିଁ। ଯେଉଁଠାରେ ପହଞ୍ଚୁଛି, ସେଠାରେ ମଧ୍ୟ ଏହାର ଗତି ବହୁତ ଧିର ରହିଛି।
ଯହା ଦ୍ୱାରା ଭାରତୀୟ ରପ୍ତାନିକୁ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି। ଦେଶର ବିଭିନ୍ନ ବନ୍ଦରରେ ବହୁ ସଂଖ୍ୟକ କଣ୍ଟେନର ଫସି ରହିଛି। ଏହି କଣ୍ଟେନର ସଂଖ୍ୟା ପ୍ରାୟ ୩୮ ହଜାର ହେବ ବୋଲି ଆକଳନ କରାଯାଉଛି। କୁହାଯାଉଛି ଯେ ମଧ୍ୟପ୍ରାଚ୍ୟକୁ ରପ୍ତାନୀ ହେବାକୁ ରହିଥିବା ପ୍ରାୟ ୨୩,୦୦୦ ଦେଶର ପଶ୍ଚିମ ଉପକୂଳରେ ଅବସ୍ଥିତ ବିଭିନ୍ନ ବନ୍ଦରରେ ଫସି ରହିଛି।
ମୁମ୍ବାଇ ବନ୍ଦରରେ ଫସି ରହିଛି ଅନେକ କଣ୍ଟେନର
ମୁମ୍ବାଇ ସ୍ଥିତ ଜବାହରଲାଲ ନେହେରୁ ବନ୍ଦରରେ ୧ ହଜାରରୁ ଅଧିକ ରପ୍ତାନୀ ହେବାକୁ ଯାଉଥିବା କଣ୍ଟେନର ଫସି ରହିଛି। ଯାହା ମଧ୍ୟରେ ପିଆଜ, ଅଙ୍ଗୁର, ଅମୃତଭଣ୍ଡା ସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ, କୃଷି ଜାତୀୟ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି। ପ୍ରାୟ ୧୫୦ କଣ୍ଟେନର ମଧ୍ୟରେ ନାସିକରୁ ଆସିଥିବା ପିଆଜ ରହିଛି। ରିପୋର୍ଟ ଅନୁଯାୟୀ, ସମସ୍ତ କଣ୍ଟେନର ମଧ୍ୟରେ ପ୍ରାୟ ୫୪୦୦ ଟନ୍ ପିଆଜ ଫସି ରହିଛି। ଏହି ସାମଗ୍ରୀକୁ ବିଶ୍ୱର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଦୁବାଇ ଦେଇ ବିଭିନ୍ନ ଆରବ ଦେଶକୁ ପଠାଯାଇଥାଏ।
ହେଲେ ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ହର୍ମୁଜ ପ୍ରଣାଳୀ ଏବଂ ପାରସ୍ୟ ଉପସାଗରର ସାମୁଦ୍ରିକ ପଥ ଅଚଳ ହୋଇପଡ଼ିଛି। ସେହି ଜଳ ମାର୍ଗରେ ଜାହାଜ ଚଳାଚଳ ସ୍ୱାଭାବିକ ହୋଇନଥିବାରୁ ଅନେକ କଣ୍ଟେନର ମୁମ୍ବାଇ ବନ୍ଦରରେ ଫସି ରହିଛି। ରିପୋର୍ଟ ଅନୁଯାୟୀ ବ୍ୟବସାୟୀ ରପ୍ତାନୀ ସହ ଜଡ଼ିତ ମୋଟା ଅଙ୍କର ମୂଲ୍ୟ ଦେବାରୁ ବଞ୍ଚିବା ପାଇଁ ବନ୍ଦରରେ ଫସି ରହିଥିବା ସେମାନଙ୍କ ଦ୍ରବ୍ୟ ଫେରାଇ ନେଉଛନ୍ତି। ସେମାନେ ଜାଣନ୍ତି ନାହିଁ ଯେ ଏଭଳି ପରିସ୍ଥିତି କେତେ ଦିନ ଧରି ଚାଲିବ। ଯାହା ଦ୍ୱାରା ସେମାନଙ୍କର କଣ୍ଟେନର ବିଦେଶୀ ଯାତ୍ରା କରିବା ବେଳେ ବନ୍ଦରରେ ଫସି ରହିବ।
କେଉଁ ଉଦ୍ୟୋଗ ହୋଇଛି ସର୍ବାଧିକ କ୍ଷତିଗ୍ରସ୍ତ?
ଭାରତୀୟ ବନ୍ଦରରେ ବିଦେଶକୁ ଯାନବାହାନ, ଔଷଧ, ଶିଳ୍ପ ସାମଗ୍ରୀ, ଇସ୍ପାତ, କୃଷି ଉତ୍ପାଦ ଏବଂ କଣ୍ଟେନର ରପ୍ତାନୀ। ଏହା ସହିତ ପିଆଜ, ଚା, କଦଳୀ, ଅଙ୍ଗୁର, ଅମୃତଭଣ୍ଡା ଡାଳିମ୍ବ, କଦଳୀ, ଚାଉଳ ଆଦି ଖାଦ୍ୟ ସାମଗ୍ରୀ ସର୍ବାଧିକ ପରିମାଣରେ ରପ୍ତାନୀ ହୋଇଥାଏ। ଏହା ସହିତ ମଇଁଷି ମାଂସ ସହ କ୍ଷୀର ମଧ୍ୟ ପଠାଯାଇଥାଏ। ହେଲେ ଏବେ ଜାରି ରହିଥିବା ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ଅନେକ କଣ୍ଟେନର ବନ୍ଦରରେ ଫସି ରହିଛି। ବ୍ୟବସାୟୀ ଯୁଦ୍ଧ ଶେଷ ହେବାକୁ ଅପେକ୍ଷା କରି ବସିଛନ୍ତି। ଯାହା ଦ୍ୱାରା ସେମାନଙ୍କର କଣ୍ଟେନର ଉପସାଗରୀୟ ଦେଶରେ ପହଞ୍ଚିପାରିବ।
ରମଜାନ ମାସରେ ରପ୍ତାନୀ ହୋଇଥାଏ ବାସୁମତି ଚାଉଳ
ପ୍ରାୟ ମାସାଧିକ କାଳ ଧରି ପାଳିତ ରମଜାନ ସମୟରେ ବହୁ ପରିମାଣରେ ବାସୁମତି ଚାଉଳ ଆରବ ଦେଶଙ୍କୁ ରପ୍ତାନୀ ହୋଇଥାଏ। ରମଜାନ ସମୟରେ ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ, ଇରାନ, ଇରାକ, କତାର, ବାହାରୀନ, କୁଏତ, ଜୋର୍ଡାନ, ବାହାରୀନ୍, ଓମାନ ଆଦି ଆରବ ଦେଶରେ ଭାରତୀୟ ବାସୁମତି ଚାଉଳର ସର୍ବାଧିକ ଚାହିଦା ରହିଛି। ବିଶେଷକରି ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ବିପୁଳ ପରିମାଣର ବାସୁମତି ଚାଉଳ ନଭି ମୁମ୍ବାଇ ବନ୍ଦରରୁ ଆରବ ଦେଶଙ୍କୁ ରପ୍ତାନୀ ହୋଇଥାଏ।
ହେଲେ ବର୍ତ୍ତମାନ ଚାଲିଥିବା ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ଅନେକ ଜାହାଜ ବର୍ତ୍ତମାନ ସମୁଦ୍ରରେ ଫସି ରହିଛି। ଯାହା ଫଳରେ ଭାରତରୁ ଆରବ ଦେଶକୁ ରପ୍ତାନୀ ହେଉଥିବା ଅନେକ ସାମଗ୍ରୀ ସେଠାରେ ପହଞ୍ଚି ପାରୁନାହିଁ। ଯୁଦ୍ଧ କାରଣରୁ ଦେଶର ବିଭିନ୍ନ ବନ୍ଦରରେ ପ୍ରାୟ ୩୦୦୦ କଣ୍ଟେନର ବାସୁମତୀ ଚାଉଳ ଫସି ରହିଛି। ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପ୍ରାୟ ୨୦୦୦ କଣ୍ଟେନର ଚାଉଳ ଫସି ରହିଛି। ସେହିପରି ନାଭି ମୁମ୍ବାଇରେ ପ୍ରାୟ ୧୦୦୦ କଣ୍ଟେନର ଫସି ରହିଛି। ଗତ ବର୍ଷ ଅପ୍ରେଲରୁ ଡିସେମ୍ବରପର୍ଯ୍ୟନ୍ତ ଆରବ ଦେଶକୁ ପ୍ରାୟ ୩୨ ଲକ୍ଷ ମେଟ୍ରିକ୍ ଟନ୍ ବାସୁମତୀ ଚାଉଳ ରପ୍ତାନୀ ହୋଇଥିଲା।
ଭାରତୀୟ ବନ୍ଦରରେ ଫସି ରହିଥିବା ବିଭିନ୍ନ ସାମଗ୍ରୀ
ବାସୁମତୀ ଚାଉଳ: ୪ ୦୦,୦୦୦ ଟନ୍ (ଭାରତୀୟ ବନ୍ଦରରେ ୨ ଲକ୍ଷ ଏବଂ ପରିବହନରେ ୨ ଲକ୍ଷ ଟନ୍)
ଅଙ୍ଗୁର: ୫,୦୦୦-୬,୦୦୦ ଟନ୍ (୩ ଶହରୁ କଣ୍ଟେନର)
ପିଆଜ: ୫୪୦୦ ଟନ୍ (ନାସିକରୁ ଆସିଥିବା ୧୫୦-୨୦୦ କଣ୍ଟେନର)
କଦଳୀ ଏବଂ ଡାଳିମ୍ବ: ୧ ହଜାରରୁ ଅଧିକ କଣ୍ଟେନର ସହ ରିଫର୍ ୟୁନିଟ୍ରେ ଶହ ଶହ ଟନ୍
ମଇଁଷି ମାଂସ: ୩ ଶହରୁ ଅଧିକ କଣ୍ଟେନର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories