Middle East war impact / ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଟିକଟରେ ଇନ୍ଧନ ସର୍ଚାର୍ଜ ୧୦ ଡଲାର ବୃଦ୍ଧି ପାଇବ

Key Points
ବଢିବ ଏୟାର ଇଣ୍ଡିଆ ଟିକେଟ ଦର
ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ବିମାନ ଇନ୍ଧନ ଦରରେ ଅହେତୁକ ବୃଦ୍ଧି
ଏୟାର ଇଣ୍ଡିଆ ଇନ୍ଧନ ସର୍ଚାର୍ଜ ବୃଦ୍ଧି କରିବାକୁ କଲା ଘୋଷଣା
ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଟିକଟରେ ଇନ୍ଧନ ସର୍ଚାର୍ଜ 10 ଡଲାର ବୃଦ୍ଧି ପାଇବ
ଆଫ୍ରିକା ଉଡ଼ାଣ ପାଇଁ 30ରୁ 90 ଡଲାର ପର୍ଯ୍ୟନ୍ତ ବୃଦ୍ଧି ହେବ
ବଢିବ ଏୟାର ଇଣ୍ଡିଆ ଟିକେଟ ଦର । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ବିମାନ ଇନ୍ଧନ ଦରରେ ହୋଇଥିବା ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଆନ୍ତର୍ଜାତୀୟ ନେଟୱାର୍କରେ ଇନ୍ଧନ ସର୍ଚାର୍ଜ ବୃଦ୍ଧି କରିବାକୁ ଘୋଷଣା କରିଛି ।
ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଏହି ବୃଦ୍ଧି ତିନିଟି ପର୍ଯ୍ୟାୟରେ ଲାଗୁ କରାଯିବ । ଯଦି ସର୍ଚାର୍ଜ ସଂଶୋଧନ କରା ନଯାଏ, ତେବେ କେତେକ ବିମାନ ଚଳାଚଳ ବାଣିଜ୍ୟିକ ଭାବେ କ୍ଷତି ସହୁଥିବାରୁ ସେଗୁଡ଼ିକୁ ବାତିଲ କରିବାକୁ ପଡ଼ିପାରେ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
ନୂଆ ଦର ଯୋଗୁ ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଟିକଟରେ ଇନ୍ଧନ ସର୍ଚାର୍ଜ ୧୦ ଡଲାର ବୃଦ୍ଧି ପାଇବ । ସେହିପରି ଆଫ୍ରିକା ଉଡ଼ାଣ ପାଇଁ ୩୦ ରୁ ୯୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଦକ୍ଷିଣ-ପୂର୍ବ ଏସିଆ ଉଡ଼ାଣ ପାଇଁ ୨୦ ରୁ ୬୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ 'ଏୟାର ଇଣ୍ଡିଆ ଏକ୍ସପ୍ରେସ୍' ବର୍ତ୍ତମାନ ପାଇଁ କୌଣସି ଇନ୍ଧନ ସର୍ଚାର୍ଜ ଲାଗୁ କରିବ ନାହିଁ, ଯାହା ଯାତ୍ରୀମାନଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିଦେଇପାରେ ।
ମାର୍ଚ୍ଚ ୨୦୨୬ ଆରମ୍ଭରୁ ଯୋଗାଣରେ ବ୍ୟାଘାତ ଯୋଗୁଁ ବିମାନ ଟର୍ବାଇନ ଇନ୍ଧନ ଦର ବହୁ ପରିମାଣରେ ବଢ଼ିଛି । ବିମାନ ଚଳାଚଳ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ କେବଳ ଇନ୍ଧନ ବାବଦରେ ଯାଇଥାଏ । ଭାରତରେ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ମେଟ୍ରୋ ସହରଗୁଡ଼ିକରେ ATF ଉପରେ ଅଧିକ ଅବକାରୀ ଶୁଳ୍କ ଏବଂ ଭ୍ୟାଟ୍ ଯୋଗୁଁ ଏହି ଚାପ ଆହୁରି ବଢ଼ିଯାଇଛି ।
କାହିଁକି ବୃଦ୍ଧି ପାଇଲା ଭଡ଼ା ?
ଇରାନ- ଇସ୍ରାଏଲ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀରେ ବାଧା ଯୋଗୁ ଅଶୋଧିତ ତେଲ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଫଳରେ ଜେଟ୍ ଇନ୍ଧନ ମୂଲ୍ୟରେ ଦ୍ରୁତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତରେ ବିମାନ କମ୍ପାନିଗୁଡ଼ିକର ମୋଟ ପରିଚାଳନା ଖର୍ଚ୍ଚର ୩୦ରୁ ୪୦ ପ୍ରତିଶତ ଜେଟ୍ ଇନ୍ଧନ ପାଇଁ ଖର୍ଚ୍ଚ ହୋଇଥାଏ। ତେଣୁ ବର୍ତ୍ତମାନର ସ୍ଥିତିରେ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁ ବିମାନ କମ୍ପାନିଗୁଡ଼ିକ ପାଖରେ ଭଡ଼ା ବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।
ସେପଟେ ପ୍ରାୟ ୧୦ରୁ ୧୨ ଦେଶ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଛନ୍ତି। ଫଳରେ ବିମାନଗୁଡ଼ିକୁ ଲମ୍ବା ରୁଟ୍ ନେବାକୁ ବାଧ୍ୟ କରାଯାଇଛି। ଏହା ଇନ୍ଧନ ଖର୍ଚ୍ଚ ୧୫ରୁ ୨୦ ପ୍ରତିଶତ ଏବଂ ଉଡ଼ାଣ ସମୟ ଚାରି ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିଛି ।
ଏଥିସହ ପଢ଼ନ୍ତୁ: ଭୟଙ୍କର ଯୁଦ୍ଧ ସ୍ଥିତି: ଗ୍ୟାସ୍ ମୂଲ୍ୟ ବୃଦ୍ଧିରେ ଯୋଗୁଁ ଇଣ୍ଡକ୍ସନ୍ କୁକରର ଦାମ ତିନିଗୁଣା ବଢିଲା
ପୂର୍ବରୁ ଟିକେଟର ଦାମ୍ କେତେ ଥିଲା?
ପୂର୍ବରୁ ଦିଲ୍ଲୀରୁ ଲଣ୍ଡନକୁ ସାଧାରଣତଃ ୩୨,୦୦୦ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ରହିଥିଲା। ଯାହା ସୋମବାର ୯୦,୧୭୮ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀରୁ ଆବୁଧାବିକୁ ଟିକେଟ୍ ୧୧,୮୭୫ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଆବୁଧାବିରୁ ଦିଲ୍ଲୀକୁ ଫେରିବା ଭଡ଼ା ୪୨,୯୯୦ ଟଙ୍କାରେ ପହଞ୍ଚିଛି ।
ଏୟାର ଇଣ୍ଡିଆ ଇନ୍ଧନ ସରଚାର୍ଜ ବୃଦ୍ଧି
ବୃଦ୍ଧି ପାଉଥିବା ଜେଟ୍ ଇନ୍ଧନ ମୂଲ୍ୟ ମଧ୍ୟରେ, ଏୟାର ଇଣ୍ଡିଆ ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ବିମାନରେ ଇନ୍ଧନ ସରଚାର୍ଜ ବୃଦ୍ଧି କରିଛି। କମ୍ପାନୀ କହିଛି ଯେ, ବିମାନ ଟରବାଇନ୍ ଇନ୍ଧନ (ATF) ମୂଲ୍ୟରେ ନିରନ୍ତର ବୃଦ୍ଧି ଯୋଗୁ ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଇଛି। ଯାହା ଫଳରେ ଆଗାମୀ ଦିନରେ ଯାତ୍ରୀମାନଙ୍କ ପାଇଁ ବିମାନ ଭଡ଼ା ବୃଦ୍ଧି ପାଇବ ।
ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ଏୟାର ଇଣ୍ଡିଆର ସରଚାର୍ଜ
ଘରୋଇ ଏବଂ ସାର୍କ ରୁଟରେ ୩୯୯ ଟଙ୍କାର ଇନ୍ଧନ ସରଚାର୍ଜ ଲାଗୁ ହେବ। ମଧ୍ୟପ୍ରାଚ୍ୟ ରୁଟରେ ୧୦ ଡଲାର ଏବଂ ଦକ୍ଷିଣ-ପୂର୍ବ ଏସିଆ ରୁଟରେ ୬୦ ଡଲାର ସରଚାର୍ଜ । ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ରୁଟ୍ ଉପରେ ୨୦୦ ଡଲାର ପର୍ଯ୍ୟନ୍ତ ସରଚାଳନା ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି। ୧୭୭୦ଟି ଅନ୍ତର୍ଜାତୀୟ ବିମାନ ବାତିଲ ହୋଇଛି ।
ରେଟିଂ ଏଜେନ୍ସି ICRA ଅନୁଯାୟୀ, ଭାରତୀୟ ବିମାନ କମ୍ପାନିଗୁଡ଼ିକ ଫେବୃଆରୀ ୨୮ରୁ ମାର୍ଚ୍ଚ ୫ ମଧ୍ୟରେ ୧୭୭୦ଟି ଅନ୍ତର୍ଜାତୀୟ ବିମାନ ବାତିଲ କରିବାକୁ ପଡ଼ିଛି। ବିଶ୍ୱ ସ୍ତରରେ ଏହି ସଂଖ୍ୟା ୨୭ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହା କେବଳ ବିମାନ କମ୍ପାନୀଗୁଡ଼ିକର ରାଜସ୍ୱ ହରାଇନାହିଁ ବରଂ ଅତିରିକ୍ତ ବିମାନବନ୍ଦର ଶୁଳ୍କ ଏବଂ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଇଛି ।
ICRA ୧୭,୦୦୦-୧୮,୦୦୦ କୋଟି ଟଙ୍କାର କ୍ଷତି ଆକଳନ
ICRAର ଆକଳନ ଅନୁସାରେ, ଭାରତୀୟ ବିମାନ କମ୍ପାନିଗୁଡ଼ିକ ଏହି ବର୍ଷ କିମ୍ବା FY26ରେ ପ୍ରାୟ ୧୭ ହଜାରରୁ ୧୮ ହଜାର କୋଟି ଟଙ୍କା ନିଟ୍ କ୍ଷତି ସହିପାରନ୍ତି। ଏମିତିରେ ବିମାନ କମ୍ପାନିଗୁଡ଼ିକ ଦାବି କରିଛନ୍ତି ଯେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଜେଟ୍ ଇନ୍ଧନ ଉପରେ ଟିକସ ରିହାତି ପ୍ରଦାନ କରନ୍ତୁ ଏବଂ ବିମାନବନ୍ଦର ଶୁଳ୍କ ହ୍ରାସ କରନ୍ତୁ। ସେମାନେ ଏହା ମଧ୍ୟ କହିଛନ୍ତି ଯେ, ସରକାର ଭଡ଼ା ସୀମା ହଟାଇବା ଉଚିତ ଯାହା ଦ୍ୱାରା ବିମାନ କମ୍ପାନୀଗୁଡ଼ିକ ବଜାର ସହିତ ସମାନ ଭାବରେ ଭଡ଼ା ସ୍ଥିର କରିପାରିବେ।
ପଢନ୍ତୁ ଏହି ଖବର: HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଲମ୍ବା ଲାଇନ୍: ୨୫ ଦିନ ହେଲା ଗ୍ୟାସ୍ ବୁକ୍ ଥିଲେ ବି ମିଳୁନି ଗ୍ୟାସ୍
📱 Get Argus News App
✨Related Topics
Explore more stories