Videos
|
National

କୋଟିପତି କରିବ ଏହି ଯୋଜନା

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
କୋଟିପତି କରିବ ଏହି ଯୋଜନା

Key Points

PPF ରେ କେତେ ପରିମାଣର ଟଙ୍କା ବିନିଯୋଗ କରିହେବ ?
କେତେ ବର୍ଷ ପାଇଁ ଜଣେ PPF ରେ ଟଙ୍କା ବିନିଯୋଗ କରିପାରିବେ?
 

ଅର୍ଗସ ବ୍ୟୁରୋ : ଆଜିକାଲି ଧନୀ ହେବାକୁ ସମସ୍ତେ ଚାହାଁନ୍ତି । ସବୁ ମଧ୍ୟବିତ୍ତ ପରିବାରର ଗୋଟିଏ ସ୍ବପ୍ନ ଥାଏ ଯେ ସେ କେବେ କୋଟିପତି ହେବେ ? ତେବେ ଏହି ସ୍ବପ୍ନ ଆଉ ବେଶୀ ଦୂର ନୁହେଁ। କୋଟିପତି ହେବାକୁ ହେଲେ ଦୀର୍ଘକାଳୀନ ବିନିଯୋଗ କରିବାକୁ ପଡିବ। ଏବେ ସାମ୍ନାକୁ ଏମିତି ଏକ ଯୋଜନା ଆସିଛି ଯାହା ଚୁଟକିରେ କରିପାରିବ କୋଟିପତି ।


ପିପିଏଫ ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ । ପିପିଏଫ୍ ଏକ ଲୋକପ୍ରିୟ ଯୋଜନା । କାରଣ ଏଥିରେ ଜମା ହୋଇଥିବା ଟଙ୍କା ଉଚିତ ସମୟରେ ସୁଧ ସହ ମିଳିଥାଏ । ଏବଂ ଟଙ୍କା ପୁରା ସୁରକ୍ଷିତ ଭାବରେ ରହିଥାଏ। ଏହା ସରକାରଙ୍କ EEE ଯୋଜନାରେ ଅନ୍ତର୍ଭୁକ୍ତ । ପ୍ରତିବର୍ଷ ଜମା ଉପରେ ଟିକସ ଛାଡ ଦାବି କରିବାର ଏକ ବିକଳ୍ପ ଅଛି । ପ୍ରତିବର୍ଷ ପ୍ରାପ୍ତ ସୁଧ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ। ଏହି ଯୋଜନା ମାଧ୍ୟମରେ ବାର୍ଷିକ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧.୫ଲକ୍ଷ ଟଙ୍କା ବିନିଯୋଗ କରିହେବ । ପରିପକ୍ୱ ହେବାକୁ PPF ଖାତା ୧୫ ବର୍ଷ ନେଇଥାଏ। ବ୍ୟାଙ୍କ ଏବଂ ଡାକଘରେ ସ୍ଥିର ଜମା ଅପେକ୍ଷା ପିପିଏଫ୍ ଅଧିକ ସୁଧ ପ୍ରଦାନ କରିଥାଏ | ଏହି ଯୋଜନା ଏପ୍ରିଲ ୧,୨୦୨୩ରୁ ୭.୧ପ୍ରତିଶତ ସୁଧ ହାର ପ୍ରଦାନ କରୁଛି |


ଯେକୌଣସି ଭାରତୀୟ ଏହି PPF ଖାତା ଖୋଲିପାରିବେ | ପିପିଏଫ୍ ଯୋଜନାରେ ବିନିଯୋଗ ୧୫ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡିବ | ଯଦି ଆପଣ ପରିପକ୍ୱ ସମୟ ପରେ ମଧ୍ୟ ଏହାକୁ ଜାରି ରଖିବାକୁ ଚାହାଁନ୍ତି, ତେବେ ଏପରି ପରିସ୍ଥିତିରେ PPF ଆକାଉଣ୍ଟକୁ ୫ ବର୍ଷ ପର୍ଯ୍ୟନ୍ତ ବଢାଇପାରିବେ। ପିପିଏଫ୍ ଯୋଜନାରେ ଅଳ୍ପ ପରିମାଣର ଟଙ୍କା ଜମା କରି କୋଟିପତି ହୋଇପାରିବେ | ଦେୈନିକ କେବଳ ୪୧୧ ଟଙ୍କା ଅର୍ଥାତ୍ ବାର୍ଷିକ ୧.୫ଲକ୍ଷ ଟଙ୍କା ବିନିଯୋଗ କରି ବର୍ତ୍ତମାନର ୭.୧ପ୍ରତିଶତ ସୁଧ ହାରରେ ୨୫ବର୍ଷରେ ୧.୩କୋଟି ଟଙ୍କା ରୋଜଗାର କରିହେବ |

ଅଧିକ ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: