Videos
|
National

Crime News / ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ,POCSO ଆଇନରେ ମୁସଲିମଙ୍କୁ ଛାଡ଼ ନାହିଁ

Bikash Mohanty
Browse all articles by Bikash Mohanty
·2 hours ago·2 min read
ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ,POCSO ଆଇନରେ ମୁସଲିମଙ୍କୁ ଛାଡ଼ ନାହିଁ
Minor Wife

Key Points

ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ
POSCO ଆଇନରେ ମୁସଲିମଙ୍କୁ ଛାଡ଼ ନାହିଁ
ଦିଲ୍ଲୀ ହାଇକୋର୍ଟଙ୍କ ଟିପ୍ପଣୀ
ନୁଆଦିଲ୍ଲୀ,୨୭/୦୯: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ପୋକ୍ସୋ ଆଇନ ଅନୁସାରେ ଅପରାଧ । ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଏହି ସମୟରେ ଜଷ୍ଟିସ ସଞ୍ଜୀବ ନରୁଲା କହିଛନ୍ତି ଯେ, ବିବାହ ଦ୍ୱାରା ପିଲାଙ୍କର ବୟସ ବଢ଼େ ନାହିଁ । ତେଣୁ ମୁସଲିମ ପର୍ସନାଲ ଲ’ ଅନୁସାରେ ବିବାହ ବୈଧ ହୋଇଥିଲେ ବି ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରିରୀକ ସଂପର୍କ ସ୍ଥାପନ କ୍ଷେତ୍ରରେ ପୋକ୍ସୋ ଆଇନ କିମ୍ବା ଭାରତୀୟ ନ୍ୟାୟ ସଂହିତା ଅଧୀନରେ ହେବାକୁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଏହା ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରେନାହିଁ । ଏଥିସହ ଜଷ୍ଟିସ ନରୁଲା ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ମନା କରିଛନ୍ତି ।

କ’ଣ ଥିଲା ପୂରା ମାମଲା?

ମାମଲାଟି ଏହିପରି । ନାବାଳିକାଙ୍କୁ ୧୬ ବର୍ଷ ୩ ମାସ ହୋଇଥିବାବେଳେ ୨୦୨୪ ମସିହାରେ ସେ ୨୮ ବର୍ଷିୟ ବିଲାଲଙ୍କୁ ବିବାହ କରିଥିଲେ। ପରେ ସେ ଗର୍ଭବତୀ ହୋଇଥିଲେ। ଗତ ମେ’ ମାସରେ ସରକାରୀ ହସ୍ପିଟାଲରେ ଯାଞ୍ଚ ସମୟରେ ତାଙ୍କର ବୟସ ସାମ୍ନାକୁ ଆସିଥିଲା । ଏହାପରେ ବିଲାଲଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୭୫ ଏବଂ ପୋକ୍ସୋ ଆଇନ, ୨୦୧୨ ଅନୁସାରେ ଏଫଆଇଆର ହୋଇଥିଲା । ତାକୁ ରଦ୍ଦ କରିବା ଲାଗି ବିଲାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପଢନ୍ତୁ ଏହି ଖବର: ଗୁଣି ଗାରେଡି ଛଡାଇବା ବାହାନାରେ ଯୁବତୀଙ୍କ ସହ ତାନ୍ତ୍ରିକ କଲା ଏହି କାମ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିବାହକୁ ଦେଖାଇ ଦିଆଯାଇଥିଲା ଯୁକ୍ତି

ଆବେଦନରେ ସେ ଦର୍ଶାଇଥିଲେ ଯେ, ନାବାଳିକ ଆଇନତଃ ତାଙ୍କର ପତ୍ନୀ । ଉଭୟଙ୍କର ବିବାହ ପରିବାର ଲୋକଙ୍କ ସହମତିରେ ମୁସଲିମ ରୀତିନୀତି ଅନୁସାରେ ହୋଇଥିଲା। ଏଭଳି କ୍ଷେତ୍ରରେ ବିବାହ ଆଧାରରେ ସେ ମାମଲା ଶେଷ କରିବାକୁ ଦାବି କରିଥିଲେ।

କୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ସମ୍ପୃକ୍ତ ନାବାଳିକା ତାଙ୍କର ପତ୍ନୀ ଏବଂ ଉଭୟଙ୍କ ବିବାହ ପରିବାରର ସହମତିରେ ମୁସଲିମ ରୀତିନୀତି ଅନୁସାରେ ହୋଇଛି। ତେଣୁ ବିବାହକୁ ଆଧାର କରି ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ଶେଷ କରାଯିବା ଉଚିତ ବୋଲି ସେ ଦାବି କରିଥିଲେ।

କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ଜଷ୍ଟିସ୍ ସଞ୍ଜୀବ ନରୁଲା ସ୍ପଷ୍ଟ କରିଛନ୍ତି ଯେ, ବିବାହ ଦ୍ୱାରା ଶିଶୁର ବୟସ ପରିବର୍ତ୍ତନ ହୋଇଯାଏ ନାହିଁ। ତେଣୁ ୧୮ ବର୍ଷରୁ କମ୍ ବୟସର ଝିଅଙ୍କୁ ନେଇ ଆଇନରେ ନିର୍ଦ୍ଧାରିତ ସୁରକ୍ଷା ବ୍ୟବସ୍ଥାକୁ ବିବାହର ଆଧାରରେ ଅକାର୍ଯ୍ୟକାରୀ କରାଯାଇପାରିବ ନାହିଁ।

FIR ରଦ୍ଦ କରିବାକୁ ମନା

ଏହି ମାମଲାରେ ହାଇକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା FIRକୁ ରଦ୍ଦ କରିବାକୁ ମଧ୍ୟ ମନା କରିଛନ୍ତି। ଅର୍ଥାତ୍, କେବଳ ବିବାହ ବୈଧ ଥିବା ଦାବି କରି ଅଭିଯୁକ୍ତ POCSO ଆଇନ ଅଧୀନରେ ଥିବା ଅଭିଯୋଗରୁ ମୁକ୍ତି ପାଇପାରିବେ ନାହିଁ।

ଏହି ରାୟରେ କୋର୍ଟ ଶିଶୁଙ୍କ ବୟସ ଏବଂ ସେମାନଙ୍କ ଆଇନଗତ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ମାମଲାରେ ଆଗକୁ ତଦନ୍ତ ଏବଂ ଆଇନ ଅନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିବ। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ନାବାଳିକା ବିବାହ, ଶିଶୁଙ୍କ ଆଇନଗତ ସୁରକ୍ଷା ଏବଂ ବ୍ୟକ୍ତିଗତ ଆଇନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଆଲୋଚନାକୁ ପୁଣିଥରେ ସାମ୍ନାକୁ ଆଣିଛି।