Crime News / ଗୁଣି ଗାରେଡି ଛଡାଇବା ବାହାନାରେ ଯୁବତୀଙ୍କ ସହ ତାନ୍ତ୍ରିକ କଲା ଏହି କାମ
·1 hour ago·2 min read

Key Points
ଗୁଣି ଗାରେଡି ଛଡାଇବା ବାହାନାରେ ଦୁଷ୍କର୍ମ !
୫୫ ବର୍ଷିୟ ତାନ୍ତ୍ରିକକୁ ଗିରଫ କଲା ପୋଲିସ
ଉତ୍ତରପ୍ରଦେଶ ବାନ୍ଦାର ଘଟଣା
୫୫ ବର୍ଷିୟ ତାନ୍ତ୍ରିକକୁ ଗିରଫ କଲା ପୋଲିସ
ଉତ୍ତରପ୍ରଦେଶ ବାନ୍ଦାର ଘଟଣା
ବାନ୍ଦା,୨୬/୦୯: ଗୁଣିଗାରେଡ଼ି ଓ ଭୂତପ୍ରେତ ଛଡ଼ାଇବା ନାଁରେ ଯୁବତୀଙ୍କ ସହ ଦୂଷ୍ମର୍ମ ଅଭିଯୋଗ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରୁ। କିଛି ଦିନ ଧରି ଯୁବତୀଙ୍କ ଜ୍ବର ହେଉଥିଲା। ଜ୍ବର ଛାଡ଼ୁନଥିଲା। ପରେ ପରିବାର ଲୋକେ ଅସୁସ୍ଥ ଥିବା ୧୩ ବର୍ଷୀୟା ନାବାଳିକାଙ୍କୁ ଭୂତପ୍ରେତ ଛଡ଼ାଇବା ପାଇଁ ଜଣେ ତାନ୍ତ୍ରିକଙ୍କ ନିକଟକୁ ନେଇଥିଲେ। ହେଲେ ଜ୍ବର ଛଡ଼ାଇବା ବାହାନାରେ ତାନ୍ତ୍ରିକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ନାରୈନୀ କୋତୱାଲି ଅଞ୍ଚଳର ଏକ ଗାଁର ଜଣେ ମହିଳା ନିଜ ପରିବାର ସହ ବାନ୍ଦା ସହରରେ ଭଡ଼ା ଘରେ ରହୁଛନ୍ତି। ତାଙ୍କ ୧୩ ବର୍ଷୀୟା ଝିଅ କିଛି ଦିନ ଧରି ଅସୁସ୍ଥ ଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଭୂତପ୍ରେତ ଛଡ଼ାଇବା ପାଇଁ ବିସାଣ୍ଡା ଥାନା ଅଞ୍ଚଳରେ ଥିବା ମାତୃଗୃହକୁ ନେଇଯାଇଥିଲେ।
ତାନ୍ତ୍ରିକଙ୍କ ନିକଟକୁ ନେଇଥିଲେ ପରିବାର
ମାତୃଗୃହର ଜଣେ ବ୍ୟକ୍ତି ପର୍ଶୁରାମ ଯାଦବ ନାମକ ଜଣେ ତାନ୍ତ୍ରିକଙ୍କୁ ଜାଣିଛନ୍ତି ଯିଏ ଭୁତ ପ୍ରେତ ଛଡ଼ାନ୍ତି ବୋଲି କହିଥିଲେ। ଏହାପରେ ରାତି ପ୍ରାୟ ୮ଟା ୩୦ ମିନିଟ୍ରେ ପରିବାର ଲୋକେ ନାବାଳିକାଙ୍କୁ ତାନ୍ତ୍ରିକଙ୍କ ନିକଟକୁ ନେଇଥିଲେ। ସେଠାରେ ଭୂତପ୍ରେତ ଛଡ଼ାଇବା ନାଁରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମଦ ଦୋକାନରେ ପଶିଗଲା ମାଙ୍କଡ଼, ମଦ ପିଇ କର୍ମଚାରୀଙ୍କୁ କାମୁଡ଼ିଲା
ବିରୋଧ କରିବାରୁ ପରିବାରକୁ ମାଡ଼ !
ଏହି ଘଟଣାକୁ ନେଇ ପରିବାର ଲୋକେ ପ୍ରତିବାଦ କରିବାରୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ତାନ୍ତ୍ରିକଙ୍କ ସମର୍ଥକମାନେ ନାବାଳିକାଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ରହିଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୀଡ଼ିତାଙ୍କ ପରିବାର ଲୋକେ ପିସିଆରକୁ ଫୋନ କରିଥିଲେ। ଫୋନ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଓ ତାଙ୍କ ପରିବାରକୁ ସେଠାରୁ ଉଦ୍ଧାର କରି ନେଇଥିଲା।
ଥାନାରେ ମାମଲା ରୁଜୁ
ଏହି ଘଟଣା ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ବିସାଣ୍ଡା ଥାନାରେ ତାନ୍ତ୍ରିକ ପର୍ଶୁରାମ ଯାଦବଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ତାନ୍ତ୍ରିକଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା। କୌଣସି ଏକ ସୁତ୍ରରୁ ଖବର ପାଇ ପୋଲିସ ତାନ୍ତ୍ରିକକୁ କାବୁ କରି ଗିରଫ କରିଛି।
ପରିବାର ପକ୍ଷରୁ ତାନ୍ତ୍ରିକଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ଏଫ୍ଆଇଆର୍ ରୁଜୁ କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ତାନ୍ତ୍ରିକକୁ ଗିରଫ କରାଯାଇଛି ବୋଲି ବାନ୍ଦା ଏସ୍ପି ପଳାଶ ବଂଶଲ
ସୂଚନା ଦେଇଛନ୍ତି।

Related Topics
Explore more stories