Firecracker Rules / ବିନା ଅନୁମତିରେ ବାଣ ଫୁଟାଇଲେ ୬ ମାସ ଜେଲ ! ଏହି ରାଜ୍ୟ ଜାରି କରିଛି କଡ଼ା ଚେତାବନୀ
·1 hour ago·2 min read

Key Points
ବାଣ ଫୁଟାଇଲେ ହେବ ଜେଲ୍ !
ବାଣ ଫୁଟାଇବା ଉପରେ କଡ଼ା ଆଇନ ଲାଗୁ କରିଛି ମିଜୋରାମ
ଛଅ ମାସ ପର୍ଯ୍ୟନ୍ତ ଜେଲ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଆଇଜୋଲ୍୦୭/୧୧: ଦୀପାବଳି ହେଉ କି ଅନ୍ୟ କୌଣସି ଉତ୍ସବ, ଏଣିକି ମନଇଚ୍ଛା ବାଣ ଫୁଟାଇବା ମହଙ୍ଗା ପଡ଼ିପାରେ। ବାଣ ଫୁଟାଇବା ଉପରେ କଡ଼ା ଆଇନ ଲାଗୁ କରିଛି ମିଜୋରାମ ସରକାର। ଏହି ନିୟମ ଉଲ୍ଲଂଘନ କଲେ କେବଳ ଜରିମାନା ନୁହେଁ, ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ସବୁଠାରୁ ବଡ଼ କଥା ହେଉଛି, ଆଇନ ଉଲ୍ଲଂଘନ କରୁଥିବା ସରକାରୀ କର୍ମଚାରୀଙ୍କୁ ମଧ୍ୟ ଛାଡ଼ ମିଳିବ ନାହିଁ। ସରକାରୀ କର୍ମଚାରୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ରାଜ୍ୟ ଗୃହମନ୍ତ୍ରୀ ଏ ସମ୍ପର୍କରେ ଏକ ଚେତାବନୀ ଜାରି କରିଛନ୍ତି।
ବାଣ ଫୁଟାଇବା ପୂର୍ବରୁ ନେବାକୁ ପଡ଼ିବ ଅନୁମତି
ମିଜୋରାମର ଗୃହମନ୍ତ୍ରୀ କେ. ସପଡାଙ୍ଗା ଶୁକ୍ରବାର ଆଇଜଲ ପ୍ରେସ୍ କ୍ଲବରେ ନୂଆ ଆତସବାଜି ନିୟନ୍ତ୍ରଣ ଆଇନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ମିଜୋରାମ ଆତସବାଜି ନିୟନ୍ତ୍ରଣ ଆଇନ, ୨୦୨୬ ଅନୁସାରେ ଡେପୁଟି କମିଶନରଙ୍କ ପୂର୍ବ ଅନୁମତି ବିନା ବାଣ ଫୁଟାଇବା କିମ୍ବା ଗଚ୍ଛିତ ରଖିବା ନିଷେଧ। ଏହି ଆଇନ ଅଗଷ୍ଟ ମାସରେ ବିଧାନସଭାରେ ଗୃହୀତ ହୋଇଥିବା ବେଳେ ସେପ୍ଟେମ୍ବରରେ ଏହାକୁ ଅଧିସୂଚିତ କରାଯାଇଥିଲା। ବାଣ ଓ ବିସ୍ଫୋରକ ସାମଗ୍ରୀର ବ୍ୟବହାର, ସଂରକ୍ଷଣ ଏବଂ ବିକ୍ରିକୁ ନିୟନ୍ତ୍ରଣ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ।
ପଢନ୍ତୁ ଏହି ଖବର: ହୋଟେଲରେ ମିଠା ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିୟମ ଭାଙ୍ଗିଲେ ୩ ମାସ ଜେଲ୍, ୫୦ ହଜାର ଜରିମାନା
ଆଇନର ଧାରା ୩ ଓ ୪ ଉଲ୍ଲଂଘନ କଲେ ଅପରାଧୀଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଅନୁମତି ବିନା ବାଣ ଫୁଟାଇବା ଓ ଗଚ୍ଛିତ ରଖିବା ମଧ୍ୟ ଏହି ଦଣ୍ଡ ପରିସରଭୁକ୍ତ। ଏପରିକି ୧୨ ବର୍ଷରୁ କମ୍ ବୟସର ପିଲା ଏହି ନିୟମ ଉଲ୍ଲଂଘନ କଲେ ତାଙ୍କ ପିତାମାତା କିମ୍ବା ଅଭିଭାବକଙ୍କୁ ଜରିମାନା ଦେବାକୁ ପଡ଼ିପାରେ।
ସରକାରୀ କର୍ମଚାରୀଙ୍କୁ ୬ ମାସ ଜେଲ୍ ଚେତାବନୀ
ନୂଆ ଆଇନରେ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ କଡ଼ା ଦଣ୍ଡ ବ୍ୟବସ୍ଥା ରହିଛି। ନିୟମ ଉଲ୍ଲଂଘନ କଲେ ସେମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏହା ସହ ଆବଶ୍ୟକ ଲାଇସେନ୍ସ ବିନା ବାଣ ଓ ସମ୍ପର୍କିତ ସାମଗ୍ରୀ ବିକ୍ରି କରିବା ମଧ୍ୟ ନିଷିଦ୍ଧ। ଏଥିପାଇଁ ବିସ୍ଫୋରକ ଆଇନ, ୧୮୮୪ର ବ୍ୟବସ୍ଥା ଲାଗୁ ହେବ।

Related Topics
Explore more stories