MLC Election Results / ଇଭିଏମ୍ ନୁହେଁ, ବାଲାଟ୍ ପେପରରେ ବି ଚିତ୍ପଟାଙ୍ଗ୍ କଂଗ୍ରେସ, କର୍ଣ୍ଣାଟକରେ ବି ମାଟି କାମୁଡ଼ିଲା ଶାସକ ଦଳ
·3 hours ago·2 min read

Key Points
ବାଲାଟ୍ ପେପରରେ ବି ହାରିଲା କଂଗ୍ରେସ
ବିହାର, ୟୁପି ସହ କର୍ଣ୍ଣାଟକରେ ମାଟି କାମୁଡ଼ିଲା କଂଗ୍ରେସ
ବିଧାନ ପରିଷଦ ନିର୍ବାଚନରେ ମୂଳପୋଛ ହେଲା କଂଗ୍ରେସ

ଦେଶର ୪ଟି ପ୍ରମୁଖ ରାଜ୍ୟର ବିଧାନ ପରିଷଦ ବା MLC ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହି ଫଳାଫଳ ବିରୋଧୀ ଦଳ କଂଗ୍ରେସ ପାଇଁ ସବୁଠାରୁ ବଡ଼ ଝଟ୍କା ସାବ୍ୟସ୍ତ ହୋଇଛି । ପ୍ରାୟ ସବୁବେଳେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ, ଏବେ ବାଲାଟ ପେପରରେ ହୋଇଥିବା ନିର୍ବାଚନରେ ମଧ୍ୟ ଚିତ୍ପଟାଙ୍ଗ ମାରିଛି । ବିଶେଷ କରି କର୍ଣ୍ଣାଟକରେ କଂଗ୍ରେସ ଶାସନରେ ଥାଇ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ।
ଇଭିଏମ୍ ନୁହେଁ, ବାଲାଟ ପେପରରେ ହୋଇଥିଲା ଭୋଟିଂ । ଜନତା ସିଧାସଳଖ ନିଜ ହାତରେ ଭୋଟ୍ ଦେଇ ବାଲାଟ ବାକ୍ସରେ ପୂରାଇଥିଲେ । କିନ୍ତୁ ଯେତେବେଳେ ବାକ୍ସ ଖୋଲିଲା, କଂଗ୍ରେସର ସମସ୍ତ ଆଶା ମାଟିରେ ମିଶିଗଲା । କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ରର ମୋଟ ୨୮ଟି ଗ୍ରାଜୁଏଟ୍ ଓ ଶିକ୍ଷକ ବିଧାନ ପରିଷଦ ଆସନର ଫଳାଫଳ କଂଗ୍ରେସ ଶିବିରକୁ ସ୍ତବ୍ଧ କରିଦେଇଛି । ସବୁଠାରୁ ବଡ଼ ଲଜ୍ଜାଜନକ ପରାଜୟ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ସେଠାରେ କଂଗ୍ରେସର ନିଜ ସରକାର ଥିବା ସତ୍ତ୍ୱେ, ମୋଟ ୪ଟି ଆସନରୁ ଗୋଟିଏ ବି ଜିତିପାରି ନାହିଁ ଦଳ । ବିଜେପି ଏବଂ ଜେଡିଏସ୍ (JDS) ମେଣ୍ଟ ବା NDA ସେଠାରେ ୪-୦ରେ କ୍ଲିନ୍ ସ୍ୱିପ୍ କରିଛି । ବିଜେପି ନିଜର ୩ଟି ଆସନ ବଜାୟ ରଖିଥିବା ବେଳେ ଜେଡିଏସ୍ ବେଙ୍ଗାଲୁରୁ ଶିକ୍ଷକ ଆସନକୁ କଂଗ୍ରେସ ହାତରୁ ଛଡ଼ାଇ ନେଇଛି ।
ସେହିପରି ଉତ୍ତର ପ୍ରଦେଶର ୧୧ଟି ଆସନ ମଧ୍ୟରୁ ବିଜେପି ୫ଟି ଏବଂ ସମାଜବାଦୀ ପାର୍ଟି ୩ଟି ଆସନ ଜିତିଥିବା ବେଳେ କଂଗ୍ରେସର ସ୍ଥିତି ନଗଣ୍ୟ ରହିଛି । ବିହାରରେ ମଧ୍ୟ ପ୍ରଶାନ୍ତ କିଶୋରଙ୍କ ନୂଆ ଦଳ 'ଜନ ସୁରାଜ' କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ଦରଭଙ୍ଗା ଆସନ ଜିତି ନିଜର ଖାତା ଖୋଲିଛି । ବିଭିନ୍ନ ନିର୍ବାଚନରେ ପରାଜୟ ପରେ କଂଗ୍ରେସ ସବୁବେଳେ ଇଭିଏମ୍ ହ୍ୟାକିଂର ବାହାନା ଦେଖାଇଥାଏ। କିନ୍ତୁ ବୁଦ୍ଧିଜୀବୀ, ଶିକ୍ଷକ ଏବଂ ଗ୍ରାଜୁଏଟ୍ ଭୋଟରଙ୍କ ଦ୍ୱାରା ବାଲାଟ ପେପର ମାଧ୍ୟମରେ ହୋଇଥିବା ଏହି ନିର୍ବାଚନର ଫଳାଫଳ ପ୍ରମାଣ କରିଛି ଯେ, ସମସ୍ୟା ମେସିନରେ ନୁହେଁ, ବରଂ କଂଗ୍ରେସର ରଣନୀତିରେ ରହିଛି ।
ଏହି ବିଧାନ ପରିଷଦ ନିର୍ବାଚନ ଫଳାଫଳ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ NDAକୁ ବଡ଼ ବୁଷ୍ଟର ଡୋଜ୍ ଦେଇଛି। ଅନ୍ୟପଟେ କଂଗ୍ରେସକୁ ଏବେ ଆତ୍ମସମୀକ୍ଷା କରିବାକୁ ପଡ଼ିବ ଯେ ବାଲାଟ ପେପରରେ ବି ଜନତା କାହିଁକି ସେମାନଙ୍କୁ ପ୍ରତ୍ୟାଖ୍ୟାନ କଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories