Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପେରସନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

Jitendra Dash
Browse all articles by Jitendra Dash
·2 years ago
ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପେରସନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଅର୍ଗସ ବ୍ୟୁରୋ : ଜାମ୍ମୁ କାଶ୍ମୀରର ୨ଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ । ପୁଞ୍ଚ୍‌ ଓ ରଜୌରୀରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପେରସନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ । ପୁଞ୍ଚ୍‌ରେ ୪ ଯବାନ ସହିଦ ହେବା ପରେ ଚାଲିଛି ସର୍ଚ୍ଚ ଅପେରସନ୍ ।  

ଅଧିକ ପଢନ୍ତୁ ଭାରତ ଖବର

ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ଜାରି ରହିଛି ସର୍ଚ୍ଚ ଅପେରସନ୍ । ଗତ ୨୧ ତାରିଖରେ ପୁଞ୍ଚର ସୁରାନକୋଟ ସବଡିଭିଜନର ଡେରା କି ଗାଲିରେ ସେନା ଗାଡି ଉପରେ ବଡ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୪ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହାପରଠୁ ସେହି ଅଞ୍ଚଳକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mobile internet suspended as operation on to hunt down terrorists | Argus News