Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦି 3.0 ଯୁଗ ଆରମ୍ଭ

National

ମୋଦି 3.0 ଯୁଗ ଆରମ୍ଭ

Smruti Parija
Browse all articles by Smruti Parija
·1 year ago·1 min read
ମୋଦି 3.0 ଯୁଗ ଆରମ୍ଭ

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ- ସ୍ବାଧୀନ ଦାୟିତ୍ବ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ରେ ମୋଦିଙ୍କ ୧୮ ଜଣ ଓ ୨୦୧୯ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଏଥର ରେକର୍ଡ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଦ୍ବିତୀୟ ପାଳିର ମୋଦୀ କ୍ୟାବିନେଟରେ ପାୱାରଫୁଲ ବିଭାଗ ସମ୍ଭାଳିଥିବା ଅମିତ୍ ଶାହ, ଦ୍ବିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । 

ସେହିପରି ମୋଦି କ୍ୟାବିନେଟରେ ସାମିଲ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ହୋଇ ନଥିଲେ । ଏବେ ତାଙ୍କର ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବାରୁ ମୋଦି ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି । ଚିରାଗ ପାସୱାନ୍, ରାମମୋହନ ନାଇଡୁଙ୍କ ଭଳି ଯୁବ ଚେହେରା ବି ସାମିଲ ହୋଇଛନ୍ତି। JDUରୁ ଲଲନ ସିଂହ ଓ ସିନ୍ଦେ ସେନାରୁ ପ୍ରତାପ ରାଓ ଯାଧବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi 3.0 era begins | Argus News