Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମରିସସରେ ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ ମୋଦି 

National

ମରିସସରେ ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
ମରିସସରେ ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ ମୋଦି 

ନୂଆଦିଲ୍ଲୀ:  ନୂଆ ସୋପାନରେ ଭାରତ- ମରିସସ ସମ୍ପର୍କ ।  ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନାଥ ମରିସସର ଆଗାଲେଗା ଦ୍ୱୀପରେ ମିଳିତ ଭାବେ ନୂତନ ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ । ଆଜି ଦିନ ଗୋଟାଏରେ ଭର୍ଚୁଆଲ ଜରିଆରେ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ପିଏମ ମୋଦି । ଆଗଲେଗା ଦ୍ୱୀପରେ ୬ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପର ଉଦଘାଟନ ହେବ ।  ପ୍ରକଳ୍ପଗୁଡ଼ିକ ମରିସସ୍ ର ମୁଖ୍ୟ ଭୂମି ସହିତ ଆଗାଲେଗାର ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ସାମୁଦ୍ରିକ ନିରାପତ୍ତାକୁ ମଜଭୁତ୍ କରିବ ।

ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ ଭାରତ ଏବଂ ମରିସସ୍ ମଧ୍ୟରେ ସୁଦୃଢ଼ ଏବଂ ଦଶନ୍ଧି ପୁରୁଣା ବିକାଶ ଭାଗିଦାରୀର ପ୍ରମାଣ। ଏହି ପ୍ରକଳ୍ପଗୁଡ଼ିକ ମରିସସର ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାର ଚାହିଦା ପୂରଣ କରିବ। ନିକଟରେ ୧୨ ଫେବୃଆରୀ ୨୦୨୪ ରେ ଦୁଇ ନେତାଙ୍କ ଦ୍ୱାରା ମରିସସରେ ୟୁପିଆଇ ଏବଂ ରୂପେ କାର୍ଡ ସେବାର ଶୁଭାରମ୍ଭ ପରେ ଏହି ପ୍ରକଳ୍ପଗୁଡିକର ଉଦଘାଟନ ବେଶ ଗୁରୁତ୍ୱପୂର୍ଣ୍ଣ ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi and Jugnauth will jointly dedicate the new airstrip, and the St James Jetty along with six community development projects | Argus News