Oil Crisis / ଦେଶବାସୀଙ୍କୁ ଆଶ୍ବାସନା ଦେଲେ ମୋଦୀ….ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ
·4 months ago·2 min read

Key Points
ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ବାସନା । ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ । ଗଲା ୫ଦିନ ଭିତରେ ଦେଶରେ LPG ଉତ୍ପାଦନ ୨୮% ବୃଦ୍ଧି ପାଇଛି ।
ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ବାସନା । ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ । ଗଲା ୫ଦିନ ଭିତରେ ଦେଶରେ LPG ଉତ୍ପାଦନ ୨୮% ବୃଦ୍ଧି ପାଇଛି । ଗ୍ରାହକମାନେ ଚିନ୍ତା ପ୍ରକଟ କରି ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ । ଦେଶରେ LPG ଅଭାବକୁ ନେଇ ଆଜି ସଂସଦରେ ହଙ୍ଗାମା କରିଥିଲେ ବିରୋଧୀ । ଯାହାର ଜବାବ୍ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ଓଡ଼ିଶା ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଥିଲା LPG ଦର ବୃଦ୍ଧି ତାତି । ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ଶାସକ ଦଳ କହିଛି ଓଡ଼ିଶାରେ ପ୍ରଚୁର ପରିମାଣରେ ଗ୍ୟାସ୍ ମହଜୁଦ୍ ଅଛି ।
ସଂସଦରୁ ବିଧାନସଭା ସବୁଠି LPG ତାତି । ଲୋକସଭାରେ LPG ସଂକଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ରାହୁଲ କହିଥିଲେ ଯେ, ଗ୍ୟାସ୍ ଅଭାବରୁ ହୋଟେଲ ରେଷ୍ଟୁରାଣ୍ଟ ସବୁ ବନ୍ଦ ହେବାରେ ଲାଗିଛି । ଗ୍ୟାସ୍ ନପାଇ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜବାବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ, ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ। ଗଲା ୫ ଦିନ ଭିତରେ ଦେଶରେ LPG ଉତ୍ପାଦନ ୨୮% ବୃଦ୍ଧି ପାଇଛି । ସେ କହିଛନ୍ତି, ବିଶ୍ବରେ ଦେଖା ଯାଇଥିବା ବିବାଦ ସତ୍ତ୍ବେ ଭାରତର ଅଶୋଧିତ ତୈଳ ସପ୍ଲାଏ ସ୍ଥିତି ସୁରକ୍ଷିତ ରହିଛି। ଅତ୍ୟାଧୁନିକ ଶକ୍ତି ଇତିହାସରେ ବିଶ୍ବ କେବେ ହେଲେ ବର୍ତ୍ତମାନ ସାମ୍ନା କରୁଥିବା ସ୍ଥିତିର ସମ୍ମୁଖୀନ ହୋଇ ନଥିଲା। ହର୍ମୁଜରେ ଆସିବାକୁ ଥିବା ଜିନିଷ ଠାରୁ ଅଧିକ ମାତ୍ରାରେ ଭାରତ ସବୁ କିଛି ଗଚ୍ଛିତ କରି ରଖିଛି। ବିବାଦ ସୃଷ୍ଟି ହେବା ପୂର୍ବରୁ ହର୍ମୁଜ ଦେଇ ଭାରତର ୪୫% ଅଶୋଧିତ ତୈଳ ଆସି ସାରିଥିଲା। ପ୍ରଧାନମନ୍ତ୍ରୀଙ୍କ ଚମତ୍କାର କୂଟନୀତିକ ସମ୍ପର୍କ ଓ ଭଲ ସମ୍ପର୍କ ଯୋଗୁ ଷ୍ଟ୍ରେଟ ଅଫ ହର୍ମୁଜରେ ସମାନ ସମୟରେ ଆସିବାକୁ ଥିବା ଅଶୋଧିତ ତୈଳ ଠାରୁ ଭାରତ ଅଧିକ ମାତ୍ରାରେ ଗଚ୍ଛିତ କରିପାରିଛି।
ୟସେପଟେ ଆଜି ଓଡ଼ିଶା ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଥିଲା LPG ଦରବୃଦ୍ଧି ତାତି । ଗୃହ ଆରମ୍ଭରୁ କଂଗ୍ରେସ ପ୍ଲା-କାର୍ଡ ଧରି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲା। ସେହିପରି ନିଜ ଆସନରେ ଠିଆ ହୋଇ ବିଜେଡି ଏହାକୁ ସମର୍ଥନ ଜଣାଇଥିଲା। ଫଳରେ ପ୍ରଶ୍ନୋତ୍ତର କାଳ ମାତ୍ର ୧୧ ମିନିଟ ଚାଲିବା ପରେ ଗୃହ ମୁଲତବି କରିଥିଲେ ବାଚସ୍ପତି। ସେହିଭଳି ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ ମଧ୍ୟ ଗ୍ୟାସ ତାତି ଦେଖିବାକୁ ମିଳିଥିଲା। ଗ୍ୟାସ୍ କଳାବଜାରୀ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ ବିରୋଧୀ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରହିଥିଲା। ଅନ୍ୟପକ୍ଷେ ବିରୋଧୀଙ୍କ ପ୍ରଶ୍ନରେ ଜବାବ ରଖିଥିଲେ ମୁଖ୍ୟମନ୍ତ୍ରୀ।
ଜବାବରେ କହିଥିଲେ ଓଡ଼ିଶାରେ ପ୍ରଚୁର ମାତ୍ରାରେ ଗ୍ୟାସ ଉପଲବ୍ଧ ଅଛି। କୌଣସି ସମସ୍ୟା ନାହିଁ। ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଦେଶରେ ଗ୍ୟାସର ଅଭାବ ନାହିଁ ବୋଲି ସରକାର କହୁଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଆଜି ମଧ୍ୟ ସାଧାରଣ ଲୋକ ଗ୍ୟାସ୍ ପାଇଁ ଲମ୍ବା ଲାଇନ୍ ଲଗାଉଥିବାର ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ସାରା ଦେଶରେ LPG ପାଇଁ ଲମ୍ବା ଧାଡି, ଇଣ୍ଡକ୍ସନ୍ ଚୁଲା ପାଇଁ ଦୋକାନରେ ଭିଡ଼

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories