LPG Shortage India / ସାରା ଦେଶରେ LPG ପାଇଁ ଲମ୍ବା ଧାଡି, ଇଣ୍ଡକ୍ସନ୍ ଚୁଲା ପାଇଁ ଦୋକାନରେ ଭିଡ଼
·6 months ago·2 min read

Key Points
ଓଡ଼ିଶା ସମେତ ସାରା ଦେଶରେ LPG ପାଇଁ ଲମ୍ବା ଧାଡି
ବାଣିଜ୍ୟିକ LPG ଅଭାବରୁ ହୋଟେଲ ଉପରେ ପଡିଛି ପ୍ରଭାବ
ବାଲେଶ୍ବରରେ ଜାଳେଣି ପାଇଁ କାଠ ଆଣିଲା ହୋଟେଲ

ଓଡ଼ିଶା ସମେତ ସାରା ଦେଶରେ LPG ପାଇଁ ଲମ୍ବା ଧାଡ଼ି ଲାଗିଛି । ବାଣିଜ୍ୟିକ LPG ଅଭାବରୁ ହୋଟେଲ ଉପରେ ପଡିଛି ବଡ଼ ପ୍ରଭାବ । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଲା ଲୋକେ ଗ୍ୟାସ୍ ପାଇଁ ଅପେକ୍ଷା କରିଥିବାର ଚିତ୍ର । କେତେକ ହୋଟେଲରେ ଜାଳେଣି ପାଇଁ କାଠ ବ୍ୟବହାର କରାଯାଉଛି । ଗ୍ୟାସ୍ ଅଭାବ ଯୋଗୁଁ ବଜାରରେ ଇଣ୍ଡକସନ ଚୁଲାର ବଢିଲା ଚାହିଦା । ଲୋକେ ଅଧିକ ମାତ୍ରାରେ କିଣୁଥିବାରୁ ବଜାରରେ ଏହାର ଅଭାବ ପରିଲକ୍ଷିତ ହେବାନେଇ ଆଶଙ୍କା କରୁଛନ୍ତି ବ୍ୟବସାୟୀ ।
LPG ଗ୍ୟାସ୍ ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଆଳି ବ୍ଲକ ରେ ରନ୍ଧନ ଗ୍ୟାସ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଲମ୍ବା ଲାଇନ । କିଛି ଗ୍ୟାସ୍ ନେଉଛନ୍ତି ଆଉ କିଛି ବୁକିଂ ହୋଇଥିଲେ ବି ଫେରିକି ଯାଉଛନ୍ତି l ଲୋକଙ୍କ ଅଭିଯୋଗ, ଚଢ଼ା ଦରରେ ଗ୍ୟାସ୍ ବିକ୍ରି ହେଉଛି ।
ବାଲେଶ୍ବରରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ କାଠରେ ରୋଷେଇ ହେଉଛି । ଗ୍ୟାସର ବ୍ୟବହାର କରିବା ସମ୍ଭବ ହେଉନାହିଁ । ଗ୍ୟାସର ଅଳ୍ପ ବ୍ୟବହାର କିପରି କରାଯାଇ ରୋଷେଇ ହେବ ସେ ଦିଗରେ ଗୁରୁତ୍ବ ଦିଆଯାଉଛି । ଓଭାନର ବ୍ୟବହାର କରାଯାଉଛି । କାହିଁକି ନା ଏବେ LPG ସର୍ଟେଜ ଅଛି ବୋଲି ହୋଟେଲ ମାଲିକ କହିଛନ୍ତି ।
LPG ଗ୍ୟାସ୍ ଅଭାବ କାରଣରୁ ଇଣ୍ଡକ୍ସନ ଚୁଲା ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ଇଲେକ୍ଟ୍ରୋନିସ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନଲାଇନ ପ୍ଲାଟଫର୍ମରେ ଇଣ୍ଡକ୍ସନ ଚୁଲା ଆଉଟ୍ ଅଫ୍ ଷ୍ଟକ୍ ଥିବା ଦେଖାଉଛି । ପ୍ରଡକ୍ସନ କମ୍ ହେଉଛି ତେଣୁ ଇଣ୍ଡକ୍ସନ ଚୁଲାର ବି ଅଭାବ ହେବାର ଆଶଙ୍କା କରାଯାଉଛି ।
କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ମହାରାଷ୍ଟ୍ର, ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଭୋପାଳ ଭଳି ସହରରେ ମଧ୍ୟ ଗ୍ୟାସ୍ ପାଇଁ ଲମ୍ବା ଲାଇନ୍ ଲାଗିଛି ।
LPG ଯୋଗାଣରେ ବ୍ୟାଘାତର ପ୍ରଭାବ ପଡ଼ିଛି କିଛି କମ୍ପାନୀର କାଫେଟେରିଆ ଏବଂ ଖାଦ୍ୟ ସେବା କ୍ଷେତ୍ରରେ । ରନ୍ଧନ ଗ୍ୟାସ୍ ଅଭାବ ଯୋଗୁଁ କାର୍ଯ୍ୟକ୍ଷମ ସମସ୍ୟା ଦେଖାଦେଇଛି । ମୁମ୍ବାଇ, ବେଙ୍ଗାଲୁରୁ ଏବଂ କୋଲକାତା ଭଳି ସହରରେ ବାଣିଜ୍ୟିକ LPG ଯୋଗାଣରେ ବାଧା ସୃଷ୍ଟି ହୋଇଛି । ରେଷ୍ଟୁରାଣ୍ଟ ଓ ଭୋଜନାଳୟଗୁଡ଼ିକ ସିଲିଣ୍ଡର ପାଇବାରେ ସଂଘର୍ଷ କରୁଛନ୍ତି ଏବଂ କେତେକ କ୍ଷେତ୍ରରେ ସେମାନେ ନିଜର ମେନୁ କାଟ୍ କରିଛନ୍ତି କିମ୍ବା ବ୍ୟବସାୟକୁ ସୀମିତ କରିଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
LPG ଦର ବୃଦ୍ଧି ଯୋଗୁଁ ରେଷ୍ଟୁରାଣ୍ଟ ଏବଂ କ୍ଲାଉଡ୍ କିଚେନ୍ଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି । ମୁମ୍ବାଇରେ LPG ସିଲିଣ୍ଡର ଅଭାବ ଯୋଗୁଁ ପ୍ରାୟ ୨,୫୦୦ ରୁ ୩,୦୦୦ ବେକେରୀ ବନ୍ଦ ହେବା ସ୍ଥିତିରେ ଅଛନ୍ତି । ରେଷ୍ଟୁରାଣ୍ଟ ଏବଂ କ୍ଲାଉଡ୍ କିଚେନ୍ ବନ୍ଦ ହେବା କାରଣରୁ ଜୋମାଟୋ (Zomato) ଏବଂ ସ୍ବିଗି (Swiggy)ର ଖାଦ୍ୟ ଅର୍ଡରରେ ୫୦ ରୁ ୬୦ ପ୍ରତିଶତ ହ୍ରାସ ଘଟିଛି ।
ଏଥିସହ ପଢ଼ନ୍ତୁ: ଗ୍ୟାସ ପାଇଁ ଚାଲିପାରୁନି ଗୃହ, ହେଉଛି ବାରମ୍ବାର ମୁଲତବି

Related Topics
Explore more stories