PM Modi / ଜନତାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମୋଦୀ କହିଲେ...

Key Points
ଜନତାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମୋଦୀ ।
ହେ ଜନତା ଜନାର୍ଦ୍ଦନ ଆପଣ ହେଉଛନ୍ତି ମାଲିକ ମୁଁ ସେବକ ମାତ୍ର । ଆପଣ ହେଉଛନ୍ତି ଏ ଦେଶର ପ୍ରକୃତ ମାଲିକ ଆପଣ ଚାହିଁଲେ ସରକାର ବଦଳେଇପାରିବେ ଆଉ ସରକାରରେ ବସାଇ ବି ପାରିବେ ମଧ୍ୟ । ମଞ୍ଚ ଉପରେ ମୁଣ୍ଡିଆ ମାରିଲେ। ହାତ ଯୋଡ଼ି ଧନ୍ୟବାଦ ଜଣାଇଲେ । ଜନତା ଜନାର୍ଦ୍ଦନଙ୍କ ଆଗରେ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ମୁଣ୍ଡ ନୁଆଁଇ ଆଣ୍ଠେଇ ପଡ଼ି ବିଜୟକୁ ସମର୍ପଣ କରିଦେଲେ ବଙ୍ଗ ଜନତାଙ୍କ ପାଖରେ।
କହିଦେଲେ କି ଆପଣ ହେଉଛନ୍ତି ମାଲିକ ଆମେ ସେବକ ମାତ୍ର । ଏ ସମର୍ପଣ ହେଉଛି ଗୋଟିଏ ସେବକର ପ୍ରକୃତ କର୍ତ୍ତବ୍ୟ । ଯିଏ ନିଜକୁ କେବେ ପ୍ରଧାନମନ୍ତ୍ରୀ ନଭାବି ଗୋଟିଏ ସେବକ ଭାବିଛନ୍ତି । ପ୍ରଧାନମନ୍ତ୍ରୀର ସେ ଅହଂକାର ବୋଧ ହୁଏ ମୋଦୀଙ୍କୁ ଛୁଇଁ ପାରିନାହିଁ । ସେଥିପାଇଁ ଜନତା ଜନାର୍ଦ୍ଦନଙ୍କ ଆଗରେ ଅତି ସହଜରେ ଭୂମିଷ୍ଠ ପ୍ରଣାମ କରିପାରୁଛନ୍ତି ।
ପଶ୍ଚିମ ବଙ୍ଗର ଶପଥ ଗ୍ରହଣ ସମାରୋହର ଚିତ୍ର। ବଙ୍ଗରେ ଆସିଛି ପ୍ରଥମ ଥର ପାଇଁ ବିଜେପି ସରକାର । ଶୁଭେନ୍ଦୁ ଅଧିକାରୀ ବିଜେପି ସରକାରରେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଭାବରେ ଶପଥ । ଆଉ ଏହି ସମାରୋହରେ ନତମସ୍ତକ ହୋଇଛନ୍ତି ମୋଦୀ । ବଙ୍ଗର ଜନତାଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଶେଷରେ ହାର ମାନିଲେ ଦିଦି: Xରୁ ହଟିଗଲା ‘CM’ ଲେଖା...
CPM ର ୩୪ ବର୍ଷ ଏବଂ ମମତାଙ୍କ TMC ର ୧୫ ବର୍ଷ ଶାସନରେ ଶାସକ ଦଳ କେବେ ଏମିତି ଜନତାଙ୍କୁ ମାଲିକ ଭାବି ନଥିଲେ । କିନ୍ତୁ ବିଜେପି ଆସୁ ଆସୁ ନତମସ୍ତକ ହୋଇଗଲେ ମୋଦୀ । ଆପଣ ମାଲିକ ଆମେ ସେବକ ବୋଲି ମୁଣ୍ଡିଆ ମାରି ସୂଚେଇ ଦେଲେ ।
ପଶ୍ଚିମବଙ୍ଗ ପ୍ରତି ମୋଦୀଙ୍କ ଦୁର୍ବଳତା ଥିଲା । ପଶ୍ଚିମବଙ୍ଗରେ ସରକାର ଗଠନ ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ମୋଦୀ। ଆଉ ଏବେ ବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ମୋଦୀ ସନ୍ଦେସ ଦେବାକୁ ଚାହିଁଲେ ଆପଣ ହେଉଛନ୍ତି ମାଲିକ ମୁଁ ହେଉଛି ସେବକ ।
ମଞ୍ଚ ଉପରେ ମୋଦୀଙ୍କର ଭୂମିଷ୍ଠ ପ୍ରଣାମ ପ୍ରମାଣ ଦେଇଦେଲା କି ଜନତା ଜନାର୍ଦନ ହେଉଛନ୍ତି ମାଲିକ। ଆଉ ମାଲିକ ଯେବେ ଚାହିଁବେ ସେବକଙ୍କୁ ସେବେ ବାହାର କରିଦେଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି ଦୀର୍ଘ ବର୍ଷ ପରେ ବଙ୍ଗରେ ବୋଳି ହୋଇଛି ଗେରୁଆ ରଙ୍ଗ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ ।
📱 Get Argus News App
✨Related Topics
Explore more stories