Modi / ନୌବୀରଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points
ନକ୍ସଲ-ମାଓ ଆତଙ୍କ ମୁକ୍ତ ହେବାର ଦ୍ବାରଦେଶରେ ଭାରତ : ମୋଦି
୨୦୧୪ ପୂର୍ବରୁ ଦେଶର ପ୍ରାୟ ୧୨୫ ଜିଲ୍ଲା ଥିଲା ମାଓ ପ୍ରଭାବିତ
ଏବେ ମାତ୍ର ୧୧ ଜିଲ୍ଲାରେ ମାଓ ପ୍ରଭାବ ରହିଛି
INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପାବଳି ସମ୍ୱୋଧନ । ଦେଶର ସମସ୍ତ ନୌବୀର ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଲେ ଶୁଭେଚ୍ଛା । ଏହି ଅବସରରେ ସେ କହିଛନ୍ତି ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ । ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବଢିଛି ।
ନକ୍ସଲବାଦରୁ ମୁକ୍ତ ହେଉଛି ଭାରତ । INS BIKRANT ରେ ଦୀପାବଳି ପାଳନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ଦେଶ ନକ୍ସଲ-ମାଓବାଦୀ ଆତଙ୍କ ମୁକ୍ତ ହେବାର ଦ୍ୱାରଦେଶରେ ଅଛି। ୨୦୧୪ ପୂର୍ବରୁ ଦେଶର ପ୍ରାୟ ୧୨୫ ଜିଲ୍ଲା ମାଓ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲେ। ଏକ ଦଶନ୍ଧି ଧରି ନିରନ୍ତର ପ୍ରୟାସ ଯୋଗୁଁ, ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ବର୍ତ୍ତମାନ, ୧୨୫ ଜିଲ୍ଲା ମଧ୍ୟରୁ କେବଳ ୧୧ ଟି ଜିଲ୍ଲାରେ ଏବେ ବି କିଛି ମାତ୍ରାରେ ମାଓବାଦୀଙ୍କ ପ୍ରଭାବ ଦେଖାଯାଉଛି । ଏଥିମଧ୍ୟରୁ, ପ୍ରଭାବର ପ୍ରକୃତ କ୍ଷେତ୍ର କେବଳ ୩ ଟି ଜିଲ୍ଲାରେ ସୀମିତ। ପ୍ରଥମ ଥର ପାଇଁ, ୧୦୦ ରୁ ଅଧିକ ଜିଲ୍ଲା ମାଓ ଆତଙ୍କରୁ ସମ୍ପୂର୍ଣ୍ଣ ମୁକ୍ତ । ଖୋଲା ଆକାଶରେ ନିଶ୍ୱାସ ନେଉଛନ୍ତି । ଲୋକମାନେ ପ୍ରଥମ ଥର ପାଇଁ ଭୟ ଏବଂ ଅତ୍ୟାଚାରରୁ ବାହାରି ବିକାଶର ମୁଖ୍ୟଧାରାର ଅଂଶ ହେଉଛନ୍ତି। ଆଉ ୪୦ ଦିନରେ ଗୋଟିଏ ଯୁଦ୍ଧାସ୍ତ୍ର ନୌସେନାରେ ସାମିଲ ହେଉଛି ବୋଲି କହିଛନ୍ତି ।
ଏଥିସହ ପଢ଼ନ୍ତୁ: ଆର୍ଥିକ ସଂକଟରୁ ରକ୍ଷା କରି ଭବିଷ୍ୟତ ସୁଧାରିବ ସୁନା
ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ । ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଓ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ । ସୈନିକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ଭାରତୀୟ ସେନା, ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ସମନ୍ୱୟ ପାକିସ୍ତାନକୁ ଅପରେସନ ସିନ୍ଦୂରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା।
ନୌସେନା କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଯେଉଁମାନଙ୍କ ପାଖରେ ନିଜ ଦମରେ ଲଢ଼ିବାର ସାହସ ଅଛି ସେମାନେ ସର୍ବଦା ଶ୍ରେଷ୍ଠ। ସେ କହିଥିଲେ "ଅପରେସନ ସିନ୍ଦୂରରେ ତିନୋଟି ବାହିନୀର ଅଂଶଗ୍ରହଣ ପ୍ରମାଣିତ କରିଥିଲା ଯେ ଆମର ସେନା ସବୁଠାରୁ ଶକ୍ତିଶାଳୀ । ଆମର ସାହସୀ ସୈନିକମାନେ ପାକିସ୍ତାନକୁ ଆଣ୍ଠୁମାଡ଼ି ପକାଇଥିଲେ। ଯେତେବେଳେ ଶତ୍ରୁ ଉପସ୍ଥିତ ଥାଏ ଏବଂ ଯୁଦ୍ଧର ବିପଦ ଥାଏ । ଯେଉଁମାନେ ନିଜ ଦମରେ ଲଢ଼ିବାର ସାହସ ଥାଆନ୍ତି ସେମାନେ ସର୍ବଦା ଶ୍ରେଷ୍ଠ।
ଅଧିକ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories