Naxal Free India / ନକ୍ସଲମୁକ୍ତ ଭାରତ ଗଠନ, ମୋଦି ସରକାରଙ୍କ ସଂକଳ୍ପ ଦିଗରେ ବିରାଟ ପଦକ୍ଷେପ

Key Points
ସାକାର ହେବାକୁ ଯାଉଛି ନକ୍ସଲ ମୁକ୍ତ ଭାରତ
ଶେଷ ନିଶ୍ୱାସ ନେଉଛି ମାଓବାଦ
ନକ୍ସଲମୁକ୍ତ ଭାରତ ଗଠନ ପାଇଁ ମୋଦି ସରକାରଙ୍କ ସଂକଳ୍ପ ଦିଗରେ ଏକ ବିରାଟ ପଦକ୍ଷେପ
ସାକାର ହେବାକୁ ଯାଉଛି ନକ୍ସଲ ମୁକ୍ତ ଭାରତ । ଶେଷ ନିଶ୍ୱାସ ନେଉଛି ମାଓବାଦ । ଧ୍ୱସ ହେଉଛି ମାଓଗଡ। ଆତ୍ମ ସମର୍ପଣ କରୁଛି ଲାଲଗଡ। ନକ୍ସଲମୁକ୍ତ ଭାରତ ଗଠନ ପାଇଁ ମୋଦି ସରକାରଙ୍କ ସଂକଳ୍ପ ଦିଗରେ ଏକ ବିରାଟ ପଦକ୍ଷେପ ସ୍ୱରୂପ, ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୩ କୁ ହ୍ରାସ ପାଇଛି। ସେହିପରି ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮ରୁ ୧୧କୁ ହ୍ରାସ ପାଇଥିବା ମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ଏହି ବର୍ଷ ନକ୍ସଲ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି ।
୩୧୨ ବାମପନ୍ଥୀ ଉଗ୍ରବାଦୀ କ୍ୟାଡରଙ୍କୁ ନିପାତ ସହ ୮୩୬ ବାମପନ୍ଥୀ ଉଗ୍ରବାଦୀ କ୍ୟାଡରଙ୍କୁ ଗିରଫ କରାଯାଇଛି ।୧୬୩୯ ଜଣ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରି ହିଂସା ପଥ ପରିତ୍ୟାଗ କରିଛନ୍ତି। ୩୧ ମାର୍ଚ୍ଚ ୨୦୧୬ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ପାଇଁ ପ୍ରତିବଦ୍ଧ ରହିଛନ୍ତି ମୋଦି ସରକାର।
ଏଥିସହ ପଢ଼ନ୍ତୁ: ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ, ଟଳୁଛି ମାଓ ଗଡ଼
ସେପଟେ ଗତକାଲି ଲାଲଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ ଦେଖିବାକୁ ମିଳିଥିଲା । ଟଳୁଛି ମାଓ ଗଡ଼ । କୁମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ବିଜାପୁରରେ କୋବ୍ରା ଓ CRPF ଯବାନଙ୍କ ମିଳିତ ଅପରେସନ ମାଓବାଦୀ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ । ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । କୁମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ଼ ବିଜାପୁରରେ କୋବ୍ରା ଓ CRPF ଯବାନଙ୍କ ମିଳିତ ଅପରେସନରେ ଏ ସଫଳତା ମିଳିଛି । ତାଡପାଲା ବେସ୍ କ୍ୟାମ୍ପରୁ ନକ୍ସଲମାନଙ୍କ ଦ୍ବାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
📱 Get Argus News App
✨୫୧ଟି ଜୀବନ୍ତ ବିଜିଏଲ୍, ୧୦୦ଟି HT ଆଲୁମିନିୟମ୍ ତାର ବଣ୍ଡଲ୍, ୫୦ଟି ଷ୍ଟିଲ୍ ପାଇପ୍ , ବିପୁଳ ପରିମାଣର ବୈଦ୍ୟୁତ ତାର, ୨୦ଟି ଲୁହା ଚାପ ଏବଂ ୪୦ଟି ଲୁହା ପ୍ଲେଟ୍ ଉଦ୍ଧାର କରାଯାଇଛି । ସର୍ଚ୍ଚ ଅପରେସନ୍ ସମୟରେ, ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ପାଞ୍ଚଟି IED ମଧ୍ୟ ଉଦ୍ଧାର କରାଯାଇଛି । ଯାହାକୁ ସୁରକ୍ଷା ବାହିନୀଙ୍କ ଦ୍ବାରା ନିଷ୍କ୍ରିୟ କରାଯାଇଛି ।
ସେପଟେ ଛତିଶଗଡ଼ ବିଜାପୁରରେ IED ବ୍ଲାଷ୍ଟ । ବିସ୍ଫୋରଣରେ ଜଣେ STF ଯବାନ ଗୁରୁତର ଆହତ ହୋଇଛନ୍ତି । ବିଜାପୁର ଭୋପାଲପାଟନମ ଥାନା କାଣ୍ଡଲାପର୍ତ୍ତି ଜଙ୍ଗଲରେ drg ଓ stf ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେସନ ସମୟରେ ପ୍ରେସର ied ବିସ୍ଫୋରଣ ହୋଇଥିଲା । ଆହତ ଯବାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories