|
logo
Live
Argus News App
GET APP

Argus News - ମୋଦିଙ୍କ 'ହନୁମାନ' ବଦଳାଇ ଦେଲେ ସବୁ ଖେଳ, ବିହାରରେ ବଡ଼ ରେକର୍ଡ କଲେ ଚିରାଗ ପାଶଓ୍ବାନ୍‌

National

Chirag Paswan / ମୋଦିଙ୍କ 'ହନୁମାନ' ବଦଳାଇ ଦେଲେ ସବୁ ଖେଳ, ବିହାରରେ ବଡ଼ ରେକର୍ଡ କଲେ ଚିରାଗ ପାଶଓ୍ବାନ୍‌

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ମୋଦିଙ୍କ 'ହନୁମାନ' ବଦଳାଇ ଦେଲେ ସବୁ ଖେଳ, ବିହାରରେ ବଡ଼ ରେକର୍ଡ କଲେ ଚିରାଗ ପାଶଓ୍ବାନ୍‌

Key Points

ବିହାରରେ ବଡ଼ ବିଜୟ ଅଭିମୁଖେ NDA । ମୋଦିଙ୍କ ହନୁମାନ ବଦଳାଇ ଦେଲେ ସବୁ ଖେଳ । ଟ୍ରେଣ୍ଡ ଅନୁସାରେ LJP ୨୨ ଆସନରେ ଆଗୁଆ ।
ବିହାର ବିଧାନସଭା ନିର୍ବାଚନରେ ​​ଏପର୍ଯ୍ୟନ୍ତ ଥିବା ଟ୍ରେଣ୍ଡ ଅନୁଯାୟୀ, ପୁଣି ଥରେ NDA ସରକାର ଗଠନ କରିବ । NDAର ସମସ୍ତ ଦଳ ଚଳିତ ବିହାର ନିର୍ବାଚନରେ ଭଲ ପ୍ରଦର୍ଶନ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ୧୧୦ ଆସନରେ ଲଢ଼ିଥିବା ବିଜେପି ୧୯.୪୬ ପ୍ରତିଶତ ଭୋଟ ସହିତ ୭୪ ଆସନ ଜିତିଥିଲା । ସେହିପରି ନୀତୀଶ କୁମାରଙ୍କ ନେତୃତ୍ବାଧୀନ JDU ୧୨୨ ଆସନରେ ଲଢ଼ିଥିଲା । JDU ଗତ ନିର୍ବାଚନରେ ୪୩ ଆସନ ଜିତିଥିଲା ।

ସେତେବେଳେ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) NDA ଠାରୁ ଅଲଗା ହୋଇ ୧୩୫ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଏତେ ଆସନରେ ଲଢ଼ିବା ସତ୍ତ୍ବେ ମାତ୍ର ଗୋଟିଏ ଆସନ ଜିତିଥିଲା । କିନ୍ତୁ ଏଥର ଚିରାଗ ପାଶଓ୍ବାନଙ୍କ ଦଳ ଦମଦାର ପ୍ରଦର୍ଶନ କରିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ LJP ୨୨ ଆସନରେ ଆଗୁଆ ଅଛି । ୨୦୨୫ NDA ଆସନ ବଣ୍ଟନ ବୁଝାମଣା ଅନୁଯାୟୀ ବିଜେପି ଏବଂ JDU ପ୍ରତ୍ୟେକ ୧୦୧ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ସେହିପରି LJP ୨୯ଟି, HAM ୬ଟି ଏବଂ RLM ୬ଟି ଆସନରେ ପ୍ରାର୍ଥୀ ଦେଇଥିଲେ ।

ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, NDA ଦଳଗୁଡ଼ିକ ମଧ୍ୟରେ ବିଜେପି ୯୦ଟି ଆସନରେ, JDU ୮୦, LJP ୨୦, ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା ୫ଟି ଏବଂ RLM ୩ଟି ଆସନରେ ଆଗୁଆ ରହିଛି । ଯଦି ମହାଗଠବନ୍ଧନ କଥା କହିବା ତାହାଲେ ଏପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ, ମହାଗଠବନ୍ଧନ ୩୯ଟି ଆସନରେ ଆଗୁଆ ଅଛି ।

ଏହି ନିର୍ବାଚନରେ ମହାଗଠବନ୍ଧନ ଦଳ- RJD ୧୪୩ଟି ଆସନରେ ପ୍ରାର୍ଥୀ ଦେଇଥିଲା, ସେହିପରି କଂଗ୍ରେସ ୬୦ଟି, CPI (ML) ୨୦ଟି, VIP ୧୧ଟି, CPI ୬ଟି ଏବଂ CPM ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ ଏଥର ନିର୍ବାଚନରେ ପୁଣି ଥରେ ବିହାରବାସୀ NDA ଉପରେ ଭରସା କରିଛନ୍ତି ।

ସେପଟେ ଚଳିତ ବିହାର ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି । ବିହାରର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ୬୭.୧୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହା ବ୍ୟତୀତ ବିହାରର କୌଣସି ମତଦାନ କେନ୍ଦ୍ରରେ ପୁନଃ ମତଦାନ ଆବଶ୍ୟକ ନଥିଲା। ମତଦାନ ସମୟରେ ହିଂସାର ମଧ୍ୟ ଶୂନ୍ୟ ଘଟଣା ଘଟିଥିଲା। ସାମଗ୍ରିକ ଭାବରେ, ଏହି ନିର୍ବାଚନରେ ​​ଏକ ସ୍ୱଚ୍ଛ ଏବଂ ହିଂସାମୁକ୍ତ ଭାବେ ଶେଷ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chirag Paswan: ମୋଦିଙ୍କ 'ହନୁମାନ' ବଦଳାଇ ଦେଲେ ସବୁ ଖେଳ, ବିହାରରେ ବଡ଼ ରେକର୍ଡ କଲେ ଚିରାଗ ପାଶଓ୍ବାନ୍‌ | Argus News