Modi Invites Bangladesh PM / ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ PM ମୋଦିଙ୍କ ଚିଠି, ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ
·6 months ago·2 min read

Key Points
ବାଂଲାଦେଶ PMଙ୍କୁ ନରେନ୍ଦ୍ର ମୋଦିଙ୍କ ଚିଠି
ଭାରତ ଗସ୍ତ ପାଇଁ ନିମନ୍ତ୍ରଣ
ଭାରତ ଗସ୍ତ ପାଇଁ ନିମନ୍ତ୍ରଣ
ବାଂଲାଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ। ନୂତନ ପ୍ରଧାନମନ୍ତ୍ରୀ ଭାବେ ତାରିକ ରହମାନ ଶପଥ ଗ୍ରହଣ ସହ ଦୀର୍ଘ ଦୁଇ ଦଶନ୍ଧି ପରେ ପୁଣିଥରେ ଅପରାହ୍ନରେ ଢାକାସ୍ଥିତ ଜାତୀୟ ସଂସଦ ଭବନର ଦକ୍ଷିଣ ପ୍ଲାଜାରେ ଆୟୋଜିତ ହୋଇଥିବା ଭବ୍ୟ ସମାରୋହରେ ଭାରତର ପ୍ରତିନିଧିତ୍ବ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ତାରିକ ରହମାନ ଏବଂ ତାଙ୍କ ପରିବାରକୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ନରେନ୍ଦ୍ର ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ପାରସ୍ପରିକ ସହମତିରେ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଓମ୍ ବିର୍ଲାଙ୍କ ମାଧ୍ୟମରେ ତାରିକ ରହମାନଙ୍କୁ ଏକ ଚିଠି ପ୍ରଦାନ କରିଥିଲେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଫେବୃଆରୀ ୧୭ ତାରିଖରେ ତାଙ୍କ ଶପଥ ଗ୍ରହଣ ଉତ୍ସବ ପରେ ଢାକାରେ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ର ପ୍ରଦାନ କରିଥିଲେ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ବିପୁଳ ବିଜୟ ପରେ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସଦ୍ୟ ସମାପ୍ତ ସଂସଦୀୟ ନିର୍ବାଚନରେ BNP ୨୯୭ ଆସନ ମଧ୍ୟରୁ ୨୦୯ଟି ଆସନ ଜିତିଥିଲା ।
ନିର୍ବାଚନ ବିଜୟ ପାଇଁ ତାରିକ୍ ରହମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ବିଜୟ ବାଂଲାଦେଶର ଜନତା ତାଙ୍କ ନେତୃତ୍ୱ ପ୍ରତି ଯେଉଁ ବିଶ୍ୱାସ ଏବଂ ଭରସା ରଖିଛନ୍ତି ତାହାର ପ୍ରମାଣ । ଏହା ଦେଶକୁ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ତାଙ୍କ ଦୃଷ୍ଟିକୋଣ ପ୍ରତି ସେମାନଙ୍କର ଜନାଦେଶକୁ ମଧ୍ୟ ପ୍ରତିଫଳିତ କରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ, ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ତାରିକ ରହମାନଙ୍କୁ ପଠାଯାଇଥିବା ଦ୍ୱିତୀୟ ବ୍ୟକ୍ତିଗତ ଚିଠି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ମୃତ୍ୟୁ ପରେ ତାରିକ ରହମାନଙ୍କୁ ଚିଠି ଲେଖି ସମବେଦନା ଜଣାଇଥିଲେ ପିଏମ ମୋଦି । ସେହିଭଳି ବାଂଲାଦେଶ ନିର୍ବାଚନରେ ବିଲନପି ବିପୁଳ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍ ଯୋଗେ ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏଥିସହ ପଢ଼ନ୍ତୁ: ବାଂଲାଦେଶର ଶପଥ ନେଲେ ତାରିକ ରହମାନ, ଆଉ ହିନ୍ଦୁଙ୍କ ଉପରେ ହେବନି ଆକ୍ରମଣ...

Related Topics
Explore more stories