Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭିସି ମାଧ୍ୟମରେ କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦୀ

National

ଭିସି ମାଧ୍ୟମରେ କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦୀ

Ritu Das
Browse all articles by Ritu Das
·2 years ago·2 min read
ଭିସି ମାଧ୍ୟମରେ କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦୀ

ଅର୍ଗସ ବ୍ୟୁରୋ: କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟକୁ ଭିସି ମାଧ୍ୟମରେ 129 କୋଟି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାହା ସହିତ ଅତ୍ୟାଧୁନିକ ଅଡିଟୋରିଅମ , ଇଣ୍ଡୋର ଷ୍ଟାଡିୟମ, ଲାବରେଟୋରି ଗବେଷଣା କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜିର ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଥିଲେ। 

ଆଗାମୀ ଦିନରେ ଏହି ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ଏକ ସମୃଦ୍ଧ ବିଶ୍ବବିଦ୍ୟାଳୟ ଭାବେ ନିର୍ମାଣ କରାଯିବ ବୋଲି ସାଂସଦ ଜଣାଇଛନ୍ତି । କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହାର ପରିପାର୍ଶ୍ଵରେ ବାସ କରୁଥିବା ପରିବାରର ମହିଳାଙ୍କ ପାଇଁ ଏକ ଅରଟ ସୂତାକଟା କେନ୍ଦ୍ର ସ୍ଥାପନ କରାଯିବ । ଖଦି ଓ ଗ୍ରାମୋଦ୍ୟୋଗ ସଂସ୍ଥାର ସହଯୋଗରେ ଖେଳାଯିବାକୁ ଥିବା ଏହି କେନ୍ଦ୍ରରେ ମହିଳା ମାନଙ୍କୁ ଅରଟରେ ସୂତା କାଟିବାର ତାଲିମ ଦିଆଯିବା ସହିତ ଘଣ୍ଟାଏ ସୁତା କାଟିଲେ 50 ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି ବିଶ୍ୱବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀ ଜଣାଇଛନ୍ତି। ଏହା ଫଳରେ ଜଣେ ମହିଳା ଦିନରେ 5 ଘଣ୍ଟା ଅରଟରେ ଶ୍ରମଦାନ କରି 300 ଟଙ୍କାର ଆୟ କରିପାରିବ ବୋଲି ସେ ଆଶାପୋଷଣ କରିଛନ୍ତି। 

ଏଥି ସହିତ ଏକ ସ୍ୱତନ୍ତ୍ର ବିକ୍ରୟ ବ୍ୟବସ୍ଥାରେ ଏହି ଅଞ୍ଚଳର ଚାଷୀ ଉତ୍ପାଦନ କରୁଥିବା ପନିପରିବା ପାଇଁ ମଧ୍ୟ ବଜାର ସୃଷ୍ଟି କରାଯିବ । ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଶ୍ବ ଵିଦ୍ୟାଳୟରେ ଦୁଇଟି ଛାତ୍ରାବାସ ଓ ପ୍ରଶାସନିକ ଭବନ ନିର୍ମାଣ କରିବା ପାଇଁ 129 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।  ଛାତ୍ରଛାତ୍ରୀ ମଧ୍ୟ କେନ୍ଦ୍ର ସରକାର ଙ୍କ ଦ୍ଵାରା ଦିଆଯାଉଥିବା ଅନୁଦାନ ଓ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ବିକାଶ ର ଧାରା ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଶୈକ୍ଷିକ ବାତାବରଣ ସୃଷ୍ଟି କରିବ ବୋଲି ଆଶା ବାନ୍ଧିଛନ୍ତି । ଏହା ସହିତ ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଚାରି ପାଖରେ ରହିଥିବା ଗ୍ରାମ ଗୁଡିକର ଆଦିବାସୀ ମହିଳା ଓ ପୁରୁଷ ମାନେ ରୋଜଗାର କ୍ଷମ ହୋଇପାରିବେ ବୋଲି ଆଶା କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Modi laid the foundation | Argus News