Videos
|
National

ରଘୁନାଥପୁର ଓ ପାରାଦୀପ ରେଳ ଷ୍ଟେସନର ଶିଳାନ୍ୟାସ କଲେ ମୋଦି                  

Manini Pattanayak
Browse all articles by Manini Pattanayak
·2 years ago·1 min read
ରଘୁନାଥପୁର ଓ ପାରାଦୀପ ରେଳ ଷ୍ଟେସନର ଶିଳାନ୍ୟାସ କଲେ ମୋଦି                  

ଜଗତସିଂହପୁର:  ଦେଶରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଜି ଅମୃତ ଭାରତ ଯୋଜନାରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଓ ପାରାଦୀପ ରେଳ ଷ୍ଟେସନର ଆଧୁନିକରଣ ଭିସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଆଧୁନିକରଣ ପାଇଁ ୧୭ କୋଟି ଖର୍ଚ୍ଚ କରାଯିବ ଵୋଲି କହିଛନ୍ତି ରେଳ ଅଧିକାରି । ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟିରୁ ଅଧିକ ଟଙ୍କା।  ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାଶ୍ୱର୍କୁ ମିଶାଇ ସିଟି ସେଣ୍ଟର ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରହିଛି ୨୧ଟି ଷ୍ଟେସନ ।                                      
ଅଧିକ ପଢନ୍ତୁ : ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi laid the foundation stones of Raghunathpur and Paradip railway stations | Argus News