Videos
|
National

PM Modi / ବିଜୟୀ ହେବ ଭାରତ, ସୁରକ୍ଷିତ ରହିବେ ଦେଶର ଝିଅ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ବିଜୟୀ ହେବ ଭାରତ, ସୁରକ୍ଷିତ ରହିବେ ଦେଶର ଝିଅ
Modi’s Masterstroke

Key Points

ବିଜୟୀ ହେବ ଭାରତ, ସୁରକ୍ଷିତ ରହିବେ ଦେଶର ଝିଅ
ସର୍ଭିକାଲ କ୍ୟାନ୍ସର ବିରୋଧରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍
ଦେଶବ୍ୟାପୀ HPV ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ପ୍ରତିବର୍ଷ ୧.୧୫ କୋଟି କିଶୋରୀଙ୍କୁ ଦିଆଯିବ ମାଗଣା ଟୀକା

ଦେଶର ଝିଅମାନେ ସୁସ୍ଥ ରହିଲେ ହିଁ ଭାରତ ସମୃଦ୍ଧ ହେବ । ଏହି ସଂକଳ୍ପ ନେଇ ଆଜି ରାଜସ୍ଥାନର ଅଜମେରରୁ ଏକ ଐତିହାସିକ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭିଇକାଲ କ୍ୟାନ୍ସର ବା ଜରାୟୁ ମୁଖ କର୍କଟ ଭଳି ମାରାତ୍ମକ ରୋଗରୁ ଦେଶର କୋଟିକୋଟି କିଶୋରୀଙ୍କୁ ରକ୍ଷା କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି HPV ଟୀକାକରଣ କାର୍ଯ୍ୟକ୍ରମ । ଡାକ୍ତରୀ ବିଜ୍ଞାନ ଅନୁସାରେ, HPV ଭୂତାଣୁ ସଂସ୍ପର୍ଶରେ ଆସିବା ପୂର୍ବରୁ ଏହି ଟୀକା ଦିଆଗଲେ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହି ବୟସରେ ଟୀକା ନେବା ଦ୍ୱାରା ଶରୀରରେ ଦୀର୍ଘସ୍ଥାୟୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ, ଯାହା ଭବିଷ୍ୟତରେ କ୍ୟାନ୍ସର ହେବାର ଆଶଙ୍କାକୁ କମାଇଦିଏ ।

କ’ଣ ଏହି ଅଭିଯାନ?

ପ୍ରତିବର୍ଷ ୧.୧୫ କୋଟି କିଶୋରୀଙ୍କୁ ହ୍ୟୁମାନ ପାପିଲୋମା ଭାଇରସ୍- HPV ଟୀକା ଦିଆଯିବ
କେବଳ ୧୪ ବର୍ଷ ବୟସର ଝିଅମାନଙ୍କୁ ଏହି ଟୀକାକରଣ ପରିସରଭୁକ୍ତ କରାଯାଇଛି
ସିଙ୍ଗିଲ୍ ଶଟ୍ 'ଗାର୍ଡାସିଲ୍-୪' ଟୀକା HPV-୧୬ ଓ ୧୮ ଭଳି ଭୂତାଣୁରୁ ସୁରକ୍ଷା ଦେବ
ସରକାରୀ ହସ୍ପିଟାଲ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ମିଳିବ

ରାଜ୍ୟସ୍ତରୀୟ ଏହି ଟୀକାକରଣ ଅଭିଯାନକୁ ଭୁବନେଶ୍ୱର କୃଷି ଭବନରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ ଓ NHMର ନିର୍ଦ୍ଦେଶିକା ଡି ବୃନ୍ଦା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, HPV ନିବାରଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟରେ ୧୪ରୁ ୧୫ ବର୍ଷ ବୟସ୍କ ୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ଟୀକାକରଣ କରାଯିବ । ଆସନ୍ତା ୩ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ । ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ମାଗଣା ମିଳିବ । କୋଲ୍ଡ ଚେନର ସଠିକ୍ ବ୍ୟବସ୍ଥା ସହିତ ଟୀକାକରଣ ଅଭିଯାନକୁ ସଫଳତାର ସହ ସମାପନ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ସକାଳୁ ଉଠୁ ଉଠୁ ମୁଣ୍ଡ ବିନ୍ଧା, ହୋଇପାରେ ଏହି ବଡ଼ ରୋଗ...

ରାଜ୍ୟରେ ମେ' ୨ ତାରିଖରୁ ସବୁ ବଡ଼ ହସ୍ପିଟାଲରେ HPV ଟୀକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ମେ' ୫ରୁ ସମସ୍ତ CHC ଓ ଏପ୍ରିଲରୁ ସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟୀକା ଦିଆଯିବ । ... ଏଥିସହ ଆଜି ଦ୍ରୁତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ଲୋକାର୍ପଣ କରାଯାଇଛି । ନୂତନ ୪୨୮ ଟି ୧୦୮ ଆମ୍ବୁଲାନ୍ସରୁ ବାକି ଥିବା ୨୮ ଟି ଆମ୍ବୁଲାନ୍ସ ସେବାର ଆଜି ଲୋକାର୍ପଣ ହୋଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

PM Modi | Modi’s Masterstroke Against Cervical Cancer | Argus News | Argus News