Videos
|
National

Modi Putin Car Ride / ପୁଣି ଗୋଟିଏ କାରରେ ମୋଦି-ପୁଟିନ୍, ବିଶ୍ୱ ଦେଖିଲା ଭାରତ-ରୁଷିଆ ବନ୍ଧୁତ୍ୱର ଝଲକ

Santosh Kumar Sahoo
Browse all articles by Santosh Kumar Sahoo
·44 mins ago·1 min read
ପୁଣି ଗୋଟିଏ କାରରେ ମୋଦି-ପୁଟିନ୍, ବିଶ୍ୱ ଦେଖିଲା ଭାରତ-ରୁଷିଆ ବନ୍ଧୁତ୍ୱର ଝଲକ
Modi Putin Car Ride

Key Points

ମୋଦି-ପୁଟିନଙ୍କ ‘କାର୍ ଡିପ୍ଲୋମାସି’
ଏକାଠି ପହଞ୍ଚିଲେ ଭାରତ ମଣ୍ଡପମ
ଭାରତ-ରୁଷିଆ ସମ୍ପର୍କର ନୂଆ ବାର୍ତ୍ତା

ପୁଣି ଗୋଟିଏ କାରରେ ମୋଦି-ପୁଟିନ । ପୁଣିଥରେ ବିଶ୍ବ ଦେଖିଲା ଭାରତ-ରୁଷିଆ ଅତୁଟ ବନ୍ଧୁତ୍ବର ଝଲକ । ଦୁଇ ବିଶ୍ବନେତା ଗୋଟିଏ କାରରେ ଏକାଠି ହୋଇ ଭାରତ ମଣ୍ଡପମରେ ପହଞ୍ଚିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର କିଛି ସପ୍ତାହ ପୂର୍ବରୁ ମଧ୍ୟ କିର୍ଗିଜସ୍ତାନରେ ଆୟୋଜିତ ଏସସିଓ ସମ୍ମିଳନୀରେ ମଧ୍ୟ ମୋଦି-ପୁଟିନଙ୍କୁ ଗୋଟିଏ କାରରେ ଦେଖିବାକୁ ମିଳିଥିଲା ।



ଦିଲ୍ଲୀ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ । ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ରଖାଯାଇଛି ବଡ଼ ଲକ୍ଷ୍ୟ । ବାଣିଜ୍ୟ ଲକ୍ଷ୍ୟ ସହ ଶକ୍ତି ସହଯୋଗ ଉପରେ ରହିଛି ବିଶେଷ ଫୋକସ୍ । ରେଳବାଇ, ଟନେଲିଂ, ଇସ୍ପାତ୍ କ୍ଷେତ୍ରରେ ମିଳିତ ଭାବେ କାମ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହେବା ସମ୍ଭାବନା ଉଜ୍ବଳ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: