ପୁଣି ଓଡିଶା ଆସୁଛନ୍ତି ମୋଦି-ଶାହା

ଭୁବନେଶ୍ୱର: ପୁଣି ଓଡିଶା ଆସୁଛନ୍ତି ମୋଦି- ଶାହା। 28 ରେ ଶାହା ଆଉ 29 ରେ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। 29 ରେ ରାଜ୍ୟରେ 3ଟି ନିର୍ବାଚନୀ ସଭା କରିବେ ଶାହା। ପ୍ରଥମେ 10 ଟାରେ ଚାନ୍ଦବାଲି ପରେ କୋରେଇ ତାପରେ ନିମାପଡାରେ ସଭା କରିବେ ଶାହା। ସେହିପରି 29 ରେ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡିଆରେ 12 ଟା ବେଳେ ବିଶାଳ ଜନ ସଭାରେ ଉଦବୋଧନ ଦେବେ ମୋଦୀ । ପରେ ବାଲେଶ୍ବର ଏବଂ 3 ଟା 30 ରେ କେନ୍ଦ୍ରାପଡାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ।
ଏହା ସହ 27 ରେ ପୁଣି ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। 27 ରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କାକଟପୁରା ଏବଂ 28ରେ ରାଇରଙ୍ଗପୁର, ମୋରଡା, ସୋର, ଜଗତସିଂହପୁରରେ ପ୍ରଚାର ସଭା କରିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବର, ଭଦ୍ରକ, ଜଗତସିଂହପୁରା, କେନ୍ଦ୍ରପଡ଼ା ରେ 27 ରୁ 30 ଯାଏଁ ପ୍ରଚାର କରିବେ। 27 ଏବଂ 28 ରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ରେ ପ୍ରଚାର କରିବେ। ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପତ୍ର।
ଅଧିକ ପଢନ୍ତୁ ଓଡ଼ିଶା ଖବର