Modi Trump Phone Call / ୪୦ ମିନିଟ୍ ଧରି ଫୋନରେ କଥା ହେଲେ ମୋଦି-ଟ୍ରମ୍ପ, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେଲା ଆଲୋଚନା...
·3 hours ago·2 min read

Key Points
ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୋଦି-ଟ୍ରମ୍ପ୍ ଆଲୋଚନା
୪୦ ମିନିଟ୍ ଧରି ବିଶ୍ବର ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା
ପଶ୍ଚିମ ଏସିଆ ସ୍ଥିତି ନେଇ ଦୁଇ ନେତାଙ୍କ ମଧ୍ୟରେ ବିଚାରବିମର୍ଶ
୪୦ ମିନିଟ୍ ଧରି ବିଶ୍ବର ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା
ପଶ୍ଚିମ ଏସିଆ ସ୍ଥିତି ନେଇ ଦୁଇ ନେତାଙ୍କ ମଧ୍ୟରେ ବିଚାରବିମର୍ଶ
୪୦ ମିନିଟ୍ ଧରି ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ଡୋନାଲ୍ଡ ଟ୍ରମ୍ପ । ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଟେଲିଫୋନ୍ ଯୋଗେ ପ୍ରାୟ ୪୦ ମିନିଟ୍ ଧରି ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଆଲୋଚନା । ଆଲୋଚନାରେ ପଶ୍ଚିମ ଏସିଆର ସ୍ଥିତି ଓ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର ଏହି ସୂଚନା ଦେଇଛନ୍ତି ।
ଚଳିତବର୍ଷ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଏହା ହେଉଛି ତୃତୀୟ ଆଲୋଚନା। ଗତ ଫେବୃଆରୀ ୨୮ରେ ଇରାନ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆର ସ୍ଥିତି ଜଟିଳ ହୋଇପଡ଼ିଥିଲା । ଗତ ସପ୍ତାହରେ ଇସଲାମାବାଦରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନଥିବା ବେଳେ, ବର୍ତ୍ତମାନ ଏକ ଅସ୍ଥାୟୀ ଶାନ୍ତି ବଜାୟ ରହିଛି । ଏହି ପରିପ୍ରେକ୍ଷୀରେ ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ହୋଇଥିବା ଏହି ୪୦ ମିନିଟର କଥାବାର୍ତ୍ତା ବିଶ୍ୱ ରାଜନୀତି ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ।

Received a call from my friend President Donald Trump. We reviewed the substantial progress achieved in our bilateral cooperation in various sectors. We are committed to further strengthening our Comprehensive Global Strategic Partnership in all areas. We also discussed the…
— Narendra Modi (@narendramodi) April 14, 2026
ଚଳିତବର୍ଷ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଏହା ହେଉଛି ତୃତୀୟ ଆଲୋଚନା। ଗତ ଫେବୃଆରୀ ୨୮ରେ ଇରାନ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆର ସ୍ଥିତି ଜଟିଳ ହୋଇପଡ଼ିଥିଲା । ଗତ ସପ୍ତାହରେ ଇସଲାମାବାଦରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନଥିବା ବେଳେ, ବର୍ତ୍ତମାନ ଏକ ଅସ୍ଥାୟୀ ଶାନ୍ତି ବଜାୟ ରହିଛି । ଏହି ପରିପ୍ରେକ୍ଷୀରେ ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ହୋଇଥିବା ଏହି ୪୦ ମିନିଟର କଥାବାର୍ତ୍ତା ବିଶ୍ୱ ରାଜନୀତି ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories