Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Modi Trump Meeting / ଫ୍ରାନ୍ସରେ PM ମୋଦିଙ୍କୁ ଭେଟିବେ ଟ୍ରମ୍ପ, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଫ୍ରାନ୍ସରେ PM ମୋଦିଙ୍କୁ ଭେଟିବେ ଟ୍ରମ୍ପ, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
Modi-Trump

Key Points

ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ରାଷ୍ଟ୍ରପତି ମାକ୍ରୋନଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା
ଫ୍ରାନ୍ସରେ ମୋଦିଙ୍କୁ ଭେଟିବେ ଟ୍ରମ୍ପ
ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ଲୋଭାକିଆ ଗସ୍ତ ଶେଷ କରି ନିଜର ଦ୍ୱିପାକ୍ଷିକ ୟୁରୋପ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫ୍ରାନ୍ସର ସୁନ୍ଦର ଉପକୂଳ ସହର ନିସ୍‌ରେ ପହଞ୍ଚିଛନ୍ତି PM ମୋଦି । ବିମାନବନ୍ଦରରେ ଫ୍ରାନ୍ସ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ।



ଏହି ଗସ୍ତ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ନିସ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ସିଧାସଳଖ ଇଭିଆନ୍ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେ ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ । ଏହି ଗସ୍ତ କାଳରେ ପିଏମ୍ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନଙ୍କ ସହ ପ୍ୟାରିସଠାରେ ଦ୍ୱିପାକ୍ଷିକ ବୈଠକ କରିବେ । ଏଥିରେ ପ୍ରତିରକ୍ଷା, ମହାକାଶ ଗବେଷଣା, ସାମୁଦ୍ରିକ ସୁରକ୍ଷା ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ।

ପ୍ୟାରିସରେ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରବାସୀମାନଙ୍କୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଭାରତୀୟ ଏବଂ ଫ୍ରାନ୍ସ କମ୍ପାନୀଗୁଡ଼ିକ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ।



ସେପଟେ ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ୟାରିସ୍‌ରେ ଜି-୭ ଶିଖର ସମ୍ମିଳନୀରେ ଏକାଠି ହେବେ ଦୁଇ ରାଷ୍ଟ୍ରନେତା । ୧୬ ମାସର ବ୍ୟବଧାନ ପରେ ଉଭୟ ନେତାଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ । ଦୁଇ ନେତାଙ୍କ ଭିତରେ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ମୋଦି-ଟ୍ରମ୍ପ ଭେଟ ନେଇ ହ୍ବାଇଟହାଉସ ପକ୍ଷରୁ ସୂଚନା ଜାରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to Meet Trump in France for Key Global Talks | Argus News