Videos
|
National

SCO Summitରେ ବର୍ଷିଲେ ପିଏମ୍ ମୋଦି, କହିଲେ 'କିଛି ଦେଶ ଆତଙ୍କବାଦକୁ କରୁଛନ୍ତି ଖୋଲା ସମର୍ଥନ'

Sushanta Sahoo
Browse all articles by Sushanta Sahoo
·1 year ago·2 min read
SCO Summitରେ ବର୍ଷିଲେ ପିଏମ୍ ମୋଦି, କହିଲେ 'କିଛି ଦେଶ ଆତଙ୍କବାଦକୁ କରୁଛନ୍ତି ଖୋଲା ସମର୍ଥନ'

Key Points

ଚୀନ ତିଆନଜିନ ଏସ୍‌ସିଓ ସମ୍ମିଳନୀରେ ପହଲଗାମ ଆତଙ୍କବାଦୀ ଆକ୍ରମଣ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଆତଙ୍କବାଦ ଦୁନିଆ ପାଇଁ ସବୁଠୁ ବଡ଼ ବିପଦ ।

ନୂଆଦିଲ୍ଲୀ: ଶେହବାଜ ସରିଫଙ୍କ ଆଗରେ ପାକିସ୍ତାନକୁ ଚେତାବନୀ । କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଚୀନ ତିଆନଜିନ ଏସ୍‌ସିଓ ସମ୍ମିଳନୀରେ ପହଲଗାମ ଆତଙ୍କବାଦୀ ଆକ୍ରମଣ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଆତଙ୍କବାଦ ଦୁନିଆ ପାଇଁ ସବୁଠୁ ବଡ଼ ବିପଦ । ବିଗତ ୪ ଦଶନ୍ଧି ହେଲା ଭାରତ ଆତଙ୍କବାଦରେ ପ୍ରପୀଡ଼ିତ । ନିକଟରେ ପହଲଗାମରେ ଆତଙ୍କବାଦର ଘୃଣ୍ୟ ରୂପ ଦେଶ ଦେଖିଛି । ଏହି ଦୁଃଖ ସମୟରେ ଆମ ସହ ଯେଉଁ ରାଷ୍ଟ୍ର ସହ ଛିଡ଼ା ହୋଇଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଉଛି ।


ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ପହଲଗାମ ଆକ୍ରମଣ ମାନବତା ଉପରେ ବିଶ୍ଵାସ ରଖୁଥିବା ପ୍ରତିଟି ଦେସ ଓ ବ୍ୟକ୍ତିଙ୍କ ଲାଗି ଖୋଲା ଆହ୍ଵାନ ଥିଲା । ଏମିତିରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ, କିଛି ଦେଶ ଦ୍ଵାରା ଆତଙ୍କବାଦକୁ ଖୋଲା ସମର୍ଥନକୁ ଆମେ କ'ଣ ସ୍ଵୀକୃତି ଦେବା । ଆମକୁ ସ୍ପଷ୍ଟ ଭାବରେ ଗୋଟିଏ ସ୍ଵରରେ କହିବାକୁ ହେବ, ଆତଙ୍କବାଦକୁ ନେଇ କାହାରି ବି ୨ଟି ରୂପକୁ ଗ୍ରହଣ କରାଯାଇ ପାରିବ ନାହିଁ ।


ଭାରତ ଏସ୍‌ସିଓର ସକ୍ରିୟ ସଦସ୍ୟ ଭାବେ ସବୁବେଳେ ରଚନାତ୍ମକ ଓ ସକରାତ୍ମକ ଭୂମିକା ଆପଣାଇଛି । ଏସ୍‌ସିଓକୁ ନେଇ ଭାରତର ଦୃଷ୍ଟିକୋଣ ଓ ନୀତି ୩ଟି ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ ଉପରେ ଆଧାରିତ । S- ହେଉଛି ସୁରକ୍ଷା (Security), C- ଯୋଗାଯୋଗ (Connectivity), O- ସୁଯୋଗ (Oppertunity) ।


ଏସ୍‌ସିଓ ସମ୍ମିଳନୀ ସରିବା ସହ ଘୋଷଣାପତ୍ର ଜାରି ରହିଛି । ଯେଉଁଥିରେ ସମସ୍ତ ସଦସ୍ୟ ରାଷ୍ଟ୍ର ଆତଙ୍କବାଦ ବିରୋଧରେ ଲଢ଼େଇକୁ ନେଇ ସହମତ ହୋଇଛନ୍ତି । ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଭେଟିଛନ୍ତି । ମୋଦି ଓ ପୁଟିନ ଆଲୋଚନା କରୁଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ସରିଫ ଛିଡ଼ା ହୋଇଥିଲେ ବି ୨ ନେତା ତାଙ୍କୁ ଅନାଇ ନଥିଲେ । ଏବେ ଉକ୍ତ ଭିଡିଓ ଭାଇରାଲ୍ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: