Videos
|
National

ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ଶୁଭାରମ୍ଭ କରିବେ ମୋଦି

Ritu Das
Browse all articles by Ritu Das
·2 years ago·1 min read
ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ଶୁଭାରମ୍ଭ କରିବେ ମୋଦି

ଅର୍ଗସ ବ୍ୟୁରୋ: ରେଳବାଇର ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଭାରତୀୟ ରେଳର ସଂଯୋଗୀକରଣ ପ୍ରକିୟାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 85 ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରେଳ ଷ୍ଟେସନରେ ଏକାସାଙ୍ଗରେ 10 ହଜାର ଲାଇଭ ସ୍କ୍ରିନ ମାଧ୍ୟମରେ ଭାରତର 764 ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାରେ 274 ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡିକରେ 162 ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, 41 ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍, 50 ସୋଲାର୍ ପାୱାର୍ ଷ୍ଟେସନ୍, 5 ଗୁଡସ ଶେଡ୍, 9ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, 4 ଅଟୋ ସିଗନାଲ୍ ସିଷ୍ଟମ୍, 1 ଟି ଗତି ଶକ୍ତି ଟର୍ମିନାଲ୍, 1ଟି ଜନ ଔଷଧି କେନ୍ଦ୍ର ଏବଂ 1 ଟି ରେଳ କୋଚ୍ ରେଷ୍ଟୁରାଣ୍ଟ ରହିଛି। 

ପ୍ରଧାନମନ୍ତ୍ରୀ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଓଡିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀ-ବିଶାଖାପାଟନମ ମଧ୍ୟରେ ଚାଲିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍ ଏବଂ ବିଜ଼ୀୟନଗରମ ଠାରେ ରହିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ 6 ଦିନ ଚାଲିବ। ସେହିପରି ପ୍ରଧାନମନ୍ତ୍ରୀ 9ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରକଳ୍ପ ଉତ୍ସର୍ଗ କରିବେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi will launch | Argus News