Videos
|
National

ଅହମ୍ମଦାବାଦରେ ୮୫ ହଜାର କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି

Swayangprajna Mishra
Browse all articles by Swayangprajna Mishra
·2 years ago
ଅହମ୍ମଦାବାଦରେ ୮୫ ହଜାର କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି

ଅର୍ଗସ ବ୍ୟୁରୋ : ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ପିଏମ ମୋଦି। ଅହମ୍ମଦାବାଦରେ ୮୫ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ। ଏହା ପରେ ସାବରମତି ଆଶ୍ରମ ଗସ୍ତରେ ଯିବେ ପିଏମ ମୋଦି। ଗାନ୍ଧି ଆଶ୍ରମ ମେମୋରିଆଲ ପାଇଁ ମାଷ୍ଟର ପ୍ଲାନ ଲଞ୍ଚ୍ କରିବା ସହ କୋଚ୍ରାବ ଆଶ୍ରମର ଲୋକାର୍ପଣ କରିବେ।  

ଅଧିକ ପଢନ୍ତୁ : ଆସାମ ଓ ଅରୁଣାଚଳପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ଏହା ପରେ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଜସ୍ଥାନର ପୋଖରାନରେ ଭାରତର ତିନି ସେନାର ଯବାନଙ୍କ ଦ୍ବାରା ମିଳିତ ଏକ୍ସରସାଇଜ ଭାରତ ଶକ୍ତି ଦେଖିବେ। ଏହି ଏକ୍ସରସାଇଜରେ ଭାରତୀୟ ପ୍ରତିରକ୍ଷା ଉପକରଣ ଗୁଡିକର କ୍ଷମତା ପ୍ରଦର୍ଶନ ସହ ଯବାନଙ୍କ ବୀରତ୍ବର ନିଦର୍ଶନ ଦେଖିବାକୁ ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: