Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି କେରଳର ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କରିବେ ମୋଦି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି କେରଳର ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କରିବେ ମୋଦି

ଅର୍ଗସ ବ୍ୟୁରୋ : ଆଜି କେରଳର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ୱାୟନାଡ ଗସ୍ତ କରିବେ ପିଏମ ମୋଦି। ଏହି ଦୁର୍ବିପାକରେ ୪ ଶହରୁ ଉର୍ଦ୍ଧ୍ବ ଲୋକ ଜୀବନ ହାରିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ତେବେ କ୍ଷତିଗ୍ରସ୍ତ ଅଞ୍ଚଳର ଏରିଏଲ ସର୍ଭେ କରିବେ ପିଏମ ମୋଦି। ୩୦ ଜୁଲାଇ ୨୦୨୪ରେ ପ୍ରବଳ ବର୍ଷା ହେତୁ କେରଳର ୱାୟନାଡ ଜିଲାରେ ଭୂସ୍ଖଳନ ଘଟିଥିଲା। ଏଠାରେ ୪୨୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୧୫୦ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଥିସହ ଅତିକମରେ ୭୨୩ ଜଣ ଆହତ ହୋଇଛନ୍ତି।

ଅଧିକ ପଢନ୍ତୁ : କେରଳ ଭୂସ୍ଖଳନ: ମାଟିତଳୁ ଜୀବନ ସନ୍ଧାନରେ ଲାଗି ପଡ଼ିଛି `ଷ୍ଟର୍ମ'

ସେନା କର୍ମଚାରୀ, ଏସଓଜି ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ ସୁଜିପାରାସ୍ଥିତ ସନରାଇଜ ଉପତ୍ୟକାର ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସେନା ଉଦ୍ଧାର କାର୍ଯ୍ୟକୁ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବାହିନୀ ଏବଂ କେରଳ ପୋଲିସକୁ ହସ୍ତାନ୍ତର କରିବ। ଏହି ଭୂସ୍ଖଳନ ୮୬ ହଜାର ବର୍ଗ ମିଟର ଅଞ୍ଚଳକୁ ପ୍ରଭାବିତ କରିଥିବା ବେଳେ ଏହା ୮ କିଲୋମିଟର ପରିମିତ ଅଞ୍ଚଳରେ ଖେଳଇ ହୋଇ ରହିଥିବା ଇସ୍ରୋର ଏକ ବିଶ୍ଳେଷଣରୁ ଜଣାପଡିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored