Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ୯ ତାରିଖରେ ମୋଦିଙ୍କ 3.0 ଶପଥଗ୍ରହଣ ଉତ୍ସବ

National

ଆସନ୍ତା ୯ ତାରିଖରେ ମୋଦିଙ୍କ 3.0 ଶପଥଗ୍ରହଣ ଉତ୍ସବ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆସନ୍ତା ୯ ତାରିଖରେ ମୋଦିଙ୍କ 3.0 ଶପଥଗ୍ରହଣ ଉତ୍ସବ

ଅର୍ଗସ ବ୍ୟୁରୋ : ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଦିଙ୍କ ତୃତୀୟ ପାଳି ନେତୃତ୍ବକୁ ନେଇ ଉତ୍ସାହିତ ଭାରତବାସୀ । ଆସନ୍ତା 9 ତାରିଖରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି ବିଦେଶୀ ଅତିଥି । ବିଭିନ୍ନ ରାଷ୍ଟ୍ରନେତାଙ୍କ ଉପସ୍ଥିତିରେ ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଦୁନିଆ ପୁଣିଥରେ ଦେଖିବ ମୋଦି ମ୍ୟାଜିକ୍ । ଉତ୍ସବରେ ସାମିଲ ହେବାକୁ ମିତ୍ରରାଷ୍ଟ୍ର ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ, ଭୁଟାନ ପ୍ରଧାନମନ୍ତ୍ରୀ ତିଶରିଙ୍କ ତୋବଗୟେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନଥ, ଶ୍ରୀଲଙ୍କା ପିଏମ ରାନିଲ ବିକ୍ରମେ ସିଂହେଙ୍କ ସମେତ ବହୁ ରାଷ୍ଟ୍ର ପ୍ରତିନିଧିଙ୍କୁ ନିମନ୍ତ୍ରଣ ମିଳିଛି । ଲଗାତର ତୃତୀୟ ଥର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ-ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆମେରିକା, ଇଟାଲୀ, ୟୁକ୍ରେନ, ଶ୍ରୀଲଙ୍କା, ନେପାଳ, ଭୂଟାନ, ମରିସସ୍, ମାଲଦୀପରୁ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରମୁଖ୍ୟ।

ଏନଡିଏ ପ୍ରମୁଖ ସହଯୋଗୀ ଦଳ ଆନ୍ଧ୍ର ପ୍ରଦେଶର ତେଲଗୁ ଦେଶମ ପାର୍ଟି ଅଧ୍ୟକ୍ଷ ଚନ୍ଦ୍ରବାବୁଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା 12 ତାରିଖରେ ଶପଥ ନେବେ ଚନ୍ଦ୍ରବାବୁ । ପିଏମ ମୋଦିଙ୍କ ଶପଥଗ୍ରହଣ ଉତ୍ସବକୁ ଦୃଷ୍ଟିରେ ରଖି ଚନ୍ଦ୍ରବାବୁଙ୍କ ଶପଥଗ୍ରହଣ ତାରିଖ 9 ତାରିଖ ବଦଳରେ 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏପଟେ ଓଡ଼ିଶାରେ 2 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ପୂର୍ବ ଘୋଷଣା ଅନୁସାରେ ଆସନ୍ତା 10 ତାରିଖରେ ବିଜେପି ନେତୃତ୍ବରେ ରାଜ୍ୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବା ସମ୍ଭାବନା ରହିଛି ।   

ଅଧିକ ପଢନ୍ତୁ : ଖୁବଶୀଘ୍ର ମୋଦି ୩.0, ୯ରେ ମୋଦିଙ୍କ ଶପଥ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶପଥଗ୍ରହଣ ଉତ୍ସବ ପୂର୍ବରୁ ଜୁନ 7ରେ ହେବାକୁ ଯାଉଛି ଏନଡିଏର ନବ ନିର୍ବାଚିତ ସାଂସଦଙ୍କ ବୈଠକ । ବୈଠକରେ ସମସ୍ତ ଏନଡିଏ ସହଯୋଗୀ ଦଳର ନେତା ଉପସ୍ଥିତ ରହି ନୂଆ ସରକାର ଗଠନ ଉପରେ ନିଷ୍ପତ୍ତି ନେବେ । ବୁଧବାର ବୈଠକରେ ସହଯୋଗୀ ତେଲୁଗୁ ଦେଶମ ପାର୍ଟି, ଟିଡିପି ଏବଂ ଜେଡିୟୁ ଦଳ ମୁଖିଆ ଏନଡିଏ ସରକାର ଗଠନ ପାଇଁ ବିଜେପିକୁ ଗ୍ରୀନ ସିଗନାଲ ଦେଇସାରିଛନ୍ତି । 17ତମ ଲୋକସଭା ଭଙ୍ଗ ପାଇଁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ପୂର୍ବରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୋଦି ଓ ଅନ୍ୟ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିବା ସହିତ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିବାକୁ ମୋଦିଙ୍କୁ ନିବେଦନ କରିଥିଲେ । ଏବେ କେବଳ ଅପେକ୍ଷା ମୋଦିଙ୍କ ଶପଥଗ୍ରହଣ ଉତ୍ସବକୁ । ପ୍ରସ୍ତୁତ ବିଜେପି, ପ୍ରସ୍ତୁତ ସହଯୋଗୀ ଦଳ, ପ୍ରସ୍ତୁତ ଦେଶବାସୀ ବି । 

Sponsored
Modi's 3.0 oath taking ceremony on the 9th | Argus News