Videos
|
National

ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଏକାଠି ହେବାକୁ ମୋଦିଙ୍କ ଆହ୍ବାନ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଏକାଠି ହେବାକୁ ମୋଦିଙ୍କ ଆହ୍ବାନ

Key Points

  • ପିଏମ ମୋଦିଙ୍କ ମାରାଥନ ନିର୍ବାଚନ ପ୍ରଚାର
  • ଜମ୍ମୁ କାଶ୍ମୀର ପରେ ହରିୟାଣାରେ ଇଣ୍ଡି ମେଣ୍ଟକୁ ଟାର୍ଗେଟ୍
  • ବିକାଶ ବନାମ ତୁଷ୍ଟିକରଣ ରାଜନୀତି ମଧ୍ୟରେ କଡ଼ା ଟକ୍କର 
  • ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଏକାଠି ହେବାକୁ ମୋଦିଙ୍କ ଆହ୍ବାନ
  • କଂଗ୍ରେସ-ଏନସି ଓ ପିଡିପି ଇସ୍ତାହାରକୁ ପିଏମ ମୋଦିଙ୍କ କଟାକ୍ଷ

ଅର୍ଗସ ବ୍ୟୁରୋ : ଡୋଡା ପରେ କୁରୁକ୍ଷେତ୍ରରେ ବିରୋଧୀଙ୍କ ଉପରେ ପିଏମ ମୋଦିଙ୍କ ପ୍ରହାର । ହରିୟାଣାରେ ଜାତିଆଣ ରାଜନୀତି କରି କଂଗ୍ରେସ ରାଜ୍ୟବାସୀଙ୍କ ଏକତା ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବାବେଳେ ସବୁଠାରୁ ଅଧିକ ନିର୍ଯାତିତ ହୋଇଛନ୍ତି ଆଦିବାସୀ, ଦଳିତ । ନେହରୁଙ୍କଠାରୁ ଆରମ୍ଭ କରି ମନମୋହନଙ୍କ ଶାସନ କାଳରେ ହରିୟାଣାବାସୀଙ୍କୁ ନ୍ୟାୟ ଦେବାରେ କଂଗ୍ରେସ ବିଫଳ ହୋଇଥିବା କହିଛନ୍ତି ପିଏମ ମୋଦି । 

ହରିୟାଣାରେ ନିର୍ବାଚନ ପ୍ରଚାର ପୂର୍ବରୁ ଜାମ୍ମୁ କାଶ୍ମୀର ଡୋଡାରେ ବିରୋଧୀଙ୍କ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇଥିଲେ ପିଏମ ମୋଦି । ଏବେ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ଶେଷ ନିଶ୍ବାସ ଗଣୁଥିବାବେଳେ କିଛି ନେତାଙ୍କୁ କଷ୍ଟ ହେଉଛି କହି ଏନସି-କଂଗ୍ରେସ ମେଣ୍ଟ ଓ ପିଡିପିକୁ ପରୋକ୍ଷରେ ଜୋରଦାର ସମାଲୋଚନା କରିଥିଲେ ମୋଦି । 42 ବର୍ଷ ଭିତରେ ପ୍ରଥମଥର କୌଣସି ପ୍ରଧାନମନ୍ତ୍ରୀ ଡୋଡାରେ ଜନସଭା କରିଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସ୍ଥିତି ବଦଳୁଛି । ଗତ 10 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଲଗାତାର ଉଦ୍ୟମର ଫଳ ଏବେ ଜାମ୍ମୁ କାଶ୍ମୀରବାସୀ ଅନୁଭବ କରୁଛନ୍ତି । ଯେଉଁ ପରିବାରବାଦ ରାଜନୀତି ଭୂସ୍ବର୍ଗକୁ ନର୍କର ଦ୍ବାରା ସଜେଇଥିଲା, ଆଜି ସେହି ପରିବାରର ଦାୟାଦ କ୍ଷମତା ନିଶାରେ ଅନ୍ଧ ହୋଇ ଆତଙ୍କବାଦୀଙ୍କୁ ବଳ ଯୋଗାଉଛନ୍ତି ବୋଲି କହିଛନ୍ତି ପିଏମ ମୋଦି । 

ଅଧିକ ପଢନ୍ତୁ : ବିଭିନ୍ନ ରାଜ୍ୟର 10 ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ

ଦୀର୍ଘ 10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ।  90 ବିଧାନସଭା ଆସନରେ ତିନିଟି ପର୍ଯ୍ୟାୟରେ 18 ସେପ୍ଟେମ୍ବର, 25 ସେପ୍ଟେମ୍ବର ଓ 1 ଅକ୍ଟୋବରରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ  24, ଦ୍ବିତୀୟ ପର୍ଯ୍ୟାୟରେ  26 ଓ ତୃତୀୟ ପର୍ଯ୍ୟାୟରେ  40 ଆସନରେ ହେବାକୁ ଯାଉଛି ମତଦାନ । ସେପଟେ ହରିୟାଣା ଅକ୍ଟୋବର 5 ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ହେବ ମତଦାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi's call to come together for the overall development of the state | Argus News