ପିଏମ୍ କିଶାନ ନିଧି ଫାଇଲରେ ମୋଦୀଙ୍କ ପ୍ରଥମ ଦସ୍ତଖତ
·2 years ago

ଅର୍ଗସ ବ୍ୟୁରୋ: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିବା ପରେ ଆଜି ସର୍ବପ୍ରଥମେ ପିଏମ୍ କିଶାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି ମୋଦୀ । ଆଜି ପିଏମଓ ପହଞ୍ଚିବା ପରେ ଏହା ଥିଲା ତାଙ୍କର ପ୍ରଥମ ଫାଇଲରେ ଦସ୍ତଖତ ।
ଏହି ଆଧାରରେ ଦେଶର କୋଟି ୩୦ ଲକ୍ଷ ଚାଷୀଙ୍କୁ ମିଳିବ ୨୦ ହଜାର କୋଟି । ଏହାସହ ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି । ଚାଷୀଙ୍କ କଲ୍ୟାଣ ମୋଦୀ ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି ଫାଇଲରେ ଦସ୍ତଖତ ପରେ କହିଛନ୍ତି ମୋଦୀ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: