Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ', ଲକ୍ଷାଧିକ ଲୋକଙ୍କ ସମାଗମ  

Manini Pattanayak
Browse all articles by Manini Pattanayak
·2 years ago
 ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ', ଲକ୍ଷାଧିକ ଲୋକଙ୍କ ସମାଗମ  

ଭୁବନେଶ୍ୱର: ଭୁବନେଶ୍ୱରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ମୋଦିଙ୍କୁ ଆଉ ମୋଦିଙ୍କ ରୋଡ ସୋ  ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ। ରାଜଧାନୀରେ ରାଜନେତାଙ୍କ ରୋଡ ସୋ ବିଜେପି କାର୍ଯ୍ୟାଳୟରୁ ଆରମ୍ଭ ହୋଇ  ବାଣୀବିହାର ପର୍ଯ୍ୟନ୍ତ ଚାଲିବ।  ମୋଦିଙ୍କ ସହ  ଉପସ୍ଥିତ ଅଛନ୍ତି  ରାଜ୍ୟ ବିଜେପିର  ୨ ବରିଷ୍ଠ ନେତା  ସଭାପତି ମନମୋହନ ସମାଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ।  ମୋଦି ମୋଦି ନାରାରେ କମ୍ପୁଛି ଜନପଥ।

ଗେରୁଆମୟ ହୋଇଛି  ଭୁବନେଶ୍ବର। ଜନପଥ ହୋଇଛି ଲୋକାରଣ୍ୟ।  ପିଏମଙ୍କ ରୋଡ ସୋ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ।  ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ଉତ୍ସାହିତ ଗେରୁଆ ଶିବିର। ଭୁବନେଶ୍ବରବାସୀଙ୍କ ମଧ୍ୟରେ ପିଏମଙ୍କ ରୋଡ୍ ଶୋକୁ ନେଇ ପ୍ରବଳ ଉତ୍କଣ୍ଠା। 
 ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's road show in Bhubaneswar, the meeting of lakhs of people | Argus News