Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ' କାର୍ଯ୍ୟକ୍ରମ

National

ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ' କାର୍ଯ୍ୟକ୍ରମ

Ritu Das
Browse all articles by Ritu Das
·1 year ago
ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ' କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟାଟାନାଗର ଅର୍ଥାତ୍‌ ଜାମସେଦପୁରରେ ପହଞ୍ଚି ପାରିବେ ନାହିଁ। ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି।

ଖରାପ ପାଗ ଯୋଗୁଁ ରାଞ୍ଚିରୁ ଜାମସେଦପୁର ଅଭିମୁଖେ ଯାତ୍ରା ହୋଇପାରିବ ନାହିଁ। ସେ ରାଞ୍ଚିରୁ ଅନଲାଇନ ଟ୍ରେନ ଗୁଡିକୁ ସବୁଜ ପତାକା ଦେଖାଇବେ। ସୂଚନାଯୋଗ୍ୟ, ରବିବାର ସକାଳୁ ଝାଡ଼ଖଣ୍ଡର ଅନେକ ସ୍ଥାନରେ ପବନ ସହିତ ବର୍ଷା ଜାରି ରହିଛି।

ରବିବାର ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ରବିବାର ରାଜ୍ୟର ଦକ୍ଷିଣ ଭାଗରେ (ପୂର୍ବ ସିଂହଭୁମ, ପଶ୍ଚିମ ସିଂହଭୁମ, ସିମଡେଗା ଏବଂ ସଢେଇକଳା ଖରସୁଆଁ) ଏବଂ ପଶ୍ଚିମ ଏବଂ ଏହାର ନିକଟବର୍ତ୍ତୀ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ତେବେ ମୋଦି ଯିବେ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Modi's road | Argus News