|
logo
Live
Argus News App
GET APP

Argus News - 'ହିନ୍ଦୁ ନ ରହିଲେ ବିଶ୍ବ ରହିବନି...', ମଣିପୁରରେ ଏମିତି କାହିଁକି କହିଲେ ମୋହନ ଭାଗବତ

National

RSS Chief Mohan Bhagwat / 'ହିନ୍ଦୁ ନ ରହିଲେ ବିଶ୍ବ ରହିବନି...', ମଣିପୁରରେ ଏମିତି କାହିଁକି କହିଲେ ମୋହନ ଭାଗବତ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
'ହିନ୍ଦୁ ନ ରହିଲେ ବିଶ୍ବ ରହିବନି...', ମଣିପୁରରେ ଏମିତି କାହିଁକି କହିଲେ ମୋହନ ଭାଗବତ

Key Points

ମଣିପୁର ଗସ୍ତରେ ବଡ଼ କଥା କହିଲେ ମୋହନ ଭାଗବତ । ହିନ୍ଦୁ ନ ରହିଲେ, ରହିବନି ବିଶ୍ବ । ଜାଣନ୍ତୁ ସେ ଏମିତି କାହିଁକି କହିଲେ। 
ମଣିପୁର ଗସ୍ତରେ ଅଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ । ଶୁକ୍ରବାର ସେ ତାଙ୍କ ଭାଷଣରେ ସଭ୍ୟତା, ସମାଜ ଏବଂ ରାଷ୍ଟ୍ରର ଶକ୍ତି ବିଷୟରେ କହିଥିଲେ । ତାଙ୍କ ଭାଷଣ ସମୟରେ ମୋହନ ଭାଗବତ କହିଥିଲେ ଯେ ଆମେ ସମାଜରେ ଏକ ବେସିକ୍‌ ନେଟଓ୍ବାର୍କ ସୃଷ୍ଟି କରିଛୁ । ଏହା ଯୋଗୁଁ ହିନ୍ଦୁ ସମାଜ ବଞ୍ଚି ରହିବ । ଯଦି ହିନ୍ଦୁ ରହିବେ ନାହଁ ତେବେ ବିଶ୍ବ ରହିବ ନାହିଁ ବୋଲି ମୋହନ ଭାଗବତ କହିଛନ୍ତି ।
ଭାଗବତ କହିଥିଲେ, "ସମସ୍ତଙ୍କୁ ପରିସ୍ଥିତି ବିଷୟରେ ବିଚାର କରିବାକୁ ପଡିବ। ପରିସ୍ଥିତି ଆସିଥାଏ ଏବଂ ଯାଏ । ବିଶ୍ୱର ସମସ୍ତ ଦେଶ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଏଥିରେ କିଛି ଦେଶ ନଷ୍ଟ ମଧ୍ୟ ହୋଇଯାଇଛନ୍ତି । ଗ୍ରୀସ୍, ମିଶର ଏବଂ ରୋମ୍ ସମସ୍ତେ ଏଠାରୁ ଉଭାନ ହୋଇଯାଇଛନ୍ତି । କିନ୍ତୁ ଆମର ଅସ୍ତିତ୍ବ ଅକ୍ଷୁର୍ଣ୍ଣ ରହିଛି''।

ସେ ଆହୁରି କହିଛନ୍ତି,"ଭାରତ ହେଉଛି ଏକ ଅମର ସମାଜ ଏବଂ ଅମର ସଭ୍ୟତା । ଅନ୍ୟ ସମସ୍ତେ ଆସିଛନ୍ତି, ଚମକିଛନ୍ତି ଏବଂ ଚାଲିଯାଇଛନ୍ତି। କିନ୍ତୁ ଆମେ ସମସ୍ତଙ୍କର ଉତ୍ଥାନ ଏବଂ ପତନ ଦେଖିଛୁ। ଆମେ ଏବେ ବି ଅଛୁ ଏବଂ ରହିବୁ । କାରଣ ଆମେ ସମାଜରେ ଏକ ବେସିକ୍‌ ନେଟଓ୍ବାର୍କ ସୃଷ୍ଟି କରିଛୁ । ସେଥିପାଇଁ ହିନ୍ଦୁ ସମାଜ ବଞ୍ଚି ରହିବ । ଯଦି ହିନ୍ଦୁମାନେ ରହିବେ ନାହିଁ ତେବେ ବିଶ୍ବ ମଧ୍ୟ ରହିବ ନାହିଁ । କାହିଁକି ନା ହିନ୍ଦୁ ସମାଜ ହିଁ ସମୟ ସମୟରେ ବିଶ୍ୱକୁ ଧର୍ମର ପ୍ରକୃତ ଅର୍ଥ ଏବଂ ମାର୍ଗଦର୍ଶନ ପ୍ରଦାନ କରେ । ଏହା ଆମର ଈଶ୍ୱର ପ୍ରଦତ୍ତ କର୍ତ୍ତବ୍ୟ।"

RSS ମୁଖ୍ୟ ମୋହନ ଭାଗବତ ଆହୁରି କହିଛନ୍ତି, ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ। ନକ୍ସଲବାଦର ଉଦାହରଣ ଦେଇ ସେ କହିଥିଲେ ଯେ ସମାଜ ଯେତେବେଳେ ଏହାକୁ ଆଉ ସହ୍ୟ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା ସେତେବେଳେ ଏହା ଶେଷ ହୋଇଗଲା । ବ୍ରିଟିଶ ସାମ୍ରାଜ୍ୟର ସୂର୍ଯ୍ୟାସ୍ତ କେବେ ହୋଇନଥିଲା। କିନ୍ତୁ ଭାରତରେ ସେମାନଙ୍କର ସୂର୍ଯ୍ୟାସ୍ତ ଆରମ୍ଭ ହୋଇଥିଲା। ଆମେ ଏଥିପାଇଁ ୯୦ ବର୍ଷ ଧରି ପ୍ରୟାସ କରିଥିଲୁ। ୧୮୫୭ ରୁ ୧୯୪୭ ମସିହା ପର୍ଯ୍ୟନ୍ତ, ଆମେ ସମସ୍ତେ ଏତେ ଦିନ ଧରି ସ୍ୱାଧୀନତା ପାଇଁ ଲଢ଼ିଥିଲୁ। ଆମେ କେବେ ସେହି ସ୍ୱରକୁ ଦମନ ହେବାକୁ ଦେଇ ନଥିଲୁ । ବେଳେବେଳେ ଏହି ସ୍ବର ହ୍ରାସ ପାଇଥିଲା ଆଉ ବଢ଼ିଥିଲା ମଧ୍ୟ । କିନ୍ତୁ ଆମେ କେବେ ବି ଏହାକୁ ଦମନ ହେବାକୁ ଦେଇ ନଥିଲୁ।

ଏକ ଆତ୍ମନିର୍ଭରଶୀଳ ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଦେଶକୁ ଏମିତି ହେବାକୁ ପଡ଼ିବ ଯେମିତି କାହା ଉପରେ ନିର୍ଭର କରିବ ନାହିଁ । ଭାଗବତ କହିଛନ୍ତି, "ଆମର ଅର୍ଥନୀତି ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ହେବା ଉଚିତ। ଆମେ କାହା ଉପରେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ। ଆମର ଆର୍ଥିକ କ୍ଷମତା, ସାମରିକ କ୍ଷମତା ଏବଂ ଜ୍ଞାନ କ୍ଷମତା ରହିବା ଉଚିତ। ଏଗୁଡ଼ିକ ବୃଦ୍ଧି ହେବା ଉଚିତ। ଆମର ଲକ୍ଷ୍ୟ ହେବା ଉଚିତ ଯେ ଦେଶ ସୁରକ୍ଷିତ ଏବଂ ସମୃଦ୍ଧ ରହିବ । କୌଣସି ନାଗରିକ ଦୁଃଖୀ, ଗରିବ କିମ୍ବା ବେରୋଜଗାର ରହିବେ ନାହିଁ । ସମସ୍ତେ ଦେଶ ପାଇଁ କାମ କରିବା ଏବଂ ଖୁସିରେ ବଞ୍ଚିବା ଉଚିତ ବୋଲି ସେ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RSS Chief Mohan Bhagwat: 'ହିନ୍ଦୁ ନ ରହିଲେ ବିଶ୍ବ ରହିବନି...', ମଣିପୁରରେ ଏମିତି କାହିଁକି କହିଲେ ମୋହନ ଭାଗବତ | Argus News