Videos
|
National

Regime Change in India / ଭାରତରେ ହେବନି କ୍ଷମତା ପରିବର୍ତ୍ତନ, ବାଂଲାଦେଶ ଓ ଫ୍ରାନ୍ସ ଉଦାହରଣ ଦେଇ କ’ଣ କହିଲେ ମୋହନ ଭାଗବତ ?

Santosh Kumar Sahoo
Browse all articles by Santosh Kumar Sahoo
·36 mins ago·4 min read
ଭାରତରେ ହେବନି କ୍ଷମତା ପରିବର୍ତ୍ତନ, ବାଂଲାଦେଶ ଓ ଫ୍ରାନ୍ସ ଉଦାହରଣ ଦେଇ କ’ଣ କହିଲେ ମୋହନ ଭାଗବତ ?
Mohan Bhagwat

Key Points

ବାଂଲାଦେଶ, ନେପାଳ ଓ ଫ୍ରାନ୍ସ ପରେ ଭାରତର ପାଳି ?
କ୍ଷମତା ପରିବର୍ତ୍ତନ ନେଇ ଭାଗବତଙ୍କ ବଡ଼ ବୟାନ
ଭାରତରେ କ୍ଷମତା ପରିବର୍ତ୍ତନ ଅସମ୍ଭବ
ବାଂଲାଦେଶ ଏବଂ ଫ୍ରାନ୍ସ ଭଳି ଭାରତରେ ମଧ୍ୟ କ୍ଷମତା ପରିବର୍ତ୍ତନ ପାଇଁ ଚେଷ୍ଟା କରାଯାଉଛି । ବିଜୟା ଦଶମୀ ଅବସରରେ ଫ୍ରାନ୍ସ ଓ ବାଂଲାଦେଶ ପ୍ରସଙ୍ଗ ଉଠାଇ ଏଭଳି କହିଛନ୍ତି ଆରଏସଏସ ସରସଂଘ ଚାଳକ ମୋହନ ଭାଗବତ । ନିର୍ବାଚନ ଆୟୋଗଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ସମୟରେ "କ୍ଷମତା ପରିବର୍ତ୍ତନ" ଦାବିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଆଜି ବାର୍ଷିକ ବିଜୟା ଦଶମୀ ଅଭିଭାଷଣରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ଫ୍ରାନ୍ସ ଏବଂ ପୂର୍ବରୁ ବାଂଲାଦେଶ ଓ ନେପାଳରେ ଘଟିଥିବା ହିଂସାଜନିତ ଘଟଣାକୁ ଦୃଷ୍ଟିରେ ରଖି ଭାଗବତ କହିଛନ୍ତି ଯେ ଭାରତରେ ମଧ୍ୟ ସମାନ ପ୍ରକାରର ପ୍ରୟାସ କରାଯାଉଛି । ତେବେ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଭାରତରେ "କ୍ଷମତା ପରିବର୍ତ୍ତନ" ହୋଇପାରିବ ନାହିଁ ।

ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ସେ କହିଛନ୍ତି, ପଶ୍ଚିମ ଦେଶରେ ଏକ ଝଡ଼ ବହିଛି । ଫ୍ରାନ୍ସ, ବାଂଲାଦେଶ ଏବଂ ନେପାଳରେ ଯାହା ଘଟିଛି ତାହା ହେଉଛି ଉଦାହରଣ । ଭାରତରେ କ୍ଷମତା ପରିବର୍ତ୍ତନ ହେବ ନାହିଁ । ଭାରତରେ ଏଭଳି ପ୍ରୟାସ ଜାରି ରହିଛି, କିନ୍ତୁ ଭାରତ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିଛି । ଦେଶରେ ପ୍ରତିବାଦ ହେବା ସ୍ବାଭାବିକ, କିନ୍ତୁ ଏହା କେବଳ ସମାଧାନ ଖୋଜିବା ପାଇଁ ହେବା ଉଚିତ । ପରସ୍ପର ମଧ୍ୟରେ ଶତ୍ରୁତା ବଢ଼ାଇବା ପାଇଁ ନୁହେଁ ବୋଲି ଭାଗବତ ଜୋର୍ ଦେଇ କହିଛନ୍ତି । ଆନ୍ଦୋଳନଗୁଡ଼ିକ କେବଳ ଭୋଟ୍ କିମ୍ବା ଲୋକପ୍ରିୟତା ହାସଲ ପାଇଁ ହେବା ନୁହେଁ ବରଂ ସମାଜରେ ଆଲୋଚନା ଏବଂ ପାରସ୍ପାରିକ ସଂଳାପ ମାଧ୍ୟମରେ ପ୍ରକୃତ ସମାଧାନ ବାହାରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।


ସୂଚନା ଅନୁସାରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ବିଜୟା ଦଶମୀ ଉତ୍ସବ ନାଗପୁରର ରେଶମବାଗ ମୈଦାନଠାରେ ଆୟୋଜିତ ହୋଇଯାଇଛି । ସଂଘର ପ୍ରତିଷ୍ଠା ଦିବସ ତଥା ବିଜୟା ଦଶମୀ ଅବସରରେ ଆୟୋଜିତ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ସାମିଲ ହୋଇ ପାରମ୍ପରିକ 'ଶସ୍ତ୍ର ପୂଜା' ସମ୍ପନ୍ନ କରିଛନ୍ତି । ଏହି ଅବସରରେ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଦେଶ ଓ ସମାଜକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି । ପ୍ରଥମେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନକୁ ମନେପକାଇଥିଲେ । ଏକତାର ସତ୍ୟ ଅଟଳ ଏବଂ ଅତୁଟ ଅଟେ। ରାଷ୍ଟ୍ରନିଷ୍ଠା ସହିତ ପ୍ରତ୍ୟେକ ନାଗରିକଙ୍କ ପାଖରେ କର୍ତ୍ତବ୍ୟବୋଧ ରହିବା ଏବଂ ପୂର୍ବ ଅପେକ୍ଷା ଅଧିକ ଆତ୍ମସମର୍ପଣ ଭାବ ରହିବା ଆବଶ୍ୟକ ।

ସନ୍ଥମାନେ ସମାଜରେ ଆତ୍ମବୋଧ ଜାଗ୍ରତ କରିବା ସହ ଉପଯୁକ୍ତ ସମୟରେ ସମାଜକୁ ସଠିକ୍ ରାସ୍ତା ଦେଖାଇଛନ୍ତି। ଆମକୁ ଏକତା ଓ ପ୍ରଗତିର ରାସ୍ତାରେ ଆଗକୁ ବଢ଼ିବାକୁ ପଡ଼ିବ । ବର୍ତ୍ତମାନ ଦୁନିଆରେ ଆର୍ଥିକ ଅନିଶ୍ଚିତତା ଏବଂ ଭୂ-ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି । ଦେଶରେ ଆନ୍ଦୋଳନ କେବଳ ସମାଧାନ ପାଇଁ ହେବା ଜରୁରୀ । ଏଭଳି ସମୟରେ ତପସ୍ୟା, ସମର୍ପଣ ଏବଂ ବିବେକପୂର୍ଣ୍ଣ ଶିକ୍ଷାର ଆବଶ୍ୟକତା ସବୁଠୁ ଅଧିକ ରହିଛି । ଦେଶରେ ବର୍ତ୍ତମାନ ନିଶା କାରବାର ଓ ସେବନ ଏକ ଗମ୍ଭୀର ସମସ୍ୟା ପାଲଟିଛି । ଦେଶର ନୂତନ ପିଢ଼ି ଶରୀର ଏବଂ ମନରୁ ସୁସ୍ଥ ରହିବା ଅତି ଜରୁରୀ । ଆଧୁନିକ ଯୁଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସଠିକ୍ ଓ ସଂଯତ ବ୍ୟବହାର ହେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: