ଓଡିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ
·2 years ago

ଭୁବନେଶ୍ୱର: ବହୁ ପ୍ରତିକ୍ଷାର ଘଟିଲା ଅନ୍ତ। ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ମୋହନ ମାଝୀ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନେତା ଚୟନ ହୋଇଥିବା ସୂଚନା।
ତେବେ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ । ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ସେହିପରି ଓଡ଼ିଶାରେ ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ। କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ । ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ମୋହନ ମାଝୀ କେନ୍ଦୁଝରରୁ ଏଥର କ୍ରମାଗତ ୪ର୍ଥ ବିଜୟ ହାସଲ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: