Videos
|
National

Dada Saheb Phalke / ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର

Santosh Kumar Sahoo
Browse all articles by Santosh Kumar Sahoo
·12 months ago·1 min read
ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର

Key Points

ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର। ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଇବେ ପୁରସ୍କାର।୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର ।

ଭାରତୀୟ ସିନେମା ଜଗତରେ ଅନେକ ପ୍ରତିଷ୍ଠିତ ପୁରସ୍କାର ଅଛି। ଏଥିମଧ୍ୟରୁ ଦାଦାସାହେବ ଫାଲକେ ପୁରସ୍କାର ସିନେମା କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର । ସମ୍ପ୍ରତି ଭାରତ ସରକାର ଦାଦାସାହେବ ଫାଲକେ ପୁରସ୍କାର 2023 ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି। ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ଏହି ଅଭିନେତାଙ୍କୁ ଏହି ସମ୍ମାନ ଦିଆଯାଉଛି।



ମାଲାୟଲମ ସିନେମାର ସୁପରଷ୍ଟାର ମୋହନଲାଲ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ କରୁଛନ୍ତି । ତାଙ୍କ କ୍ୟାରିୟରରେ ସେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ମୋହନଲାଲ କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ନିଜ କଳା ପ୍ରଦର୍ଶନ କରିଛନ୍ତି । ସେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ପଦ୍ମଭୂଷଣ ମଧ୍ୟ ପାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Mohanlal Wins Dadasaheb Phalke Award 2023 for Outstanding Contribution to Indian Cinema | Argus News