Shocking Incident / ମୋମୋ ଖାଇବା ପରେ ଦୁଇ ଶିଶୁଙ୍କ ରହସ୍ୟଜନକ ମୃତ୍ୟୁ
·4 months ago·2 min read

Key Points
ମୋମୋ ନେଇଯାଇଛି ୨ କୁନି ନିରୀହ ଜୀବନ। ପଞ୍ଜାବର ତରନତାରନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ।
ଆଜିକା ସମୟରେ ସମସ୍ତେ ମୋମା ପାଇଁ ପାଗଳ। କିନ୍ତୁ ଏହି ମୋମୋ ଯେ, କାହାର ଜୀବନ ବି ନେଇପାରେ। କଥାଟା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ। ମୋମୋ ନେଇଯାଇଛି ୨ କୁନି ନିରୀହ ଜୀବନ। ପଞ୍ଜାବର ତରନତାରନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରବିବାର ସକାଳେ ସନ୍ଦେହଜନକ ପରିସ୍ଥିତିରେ ଦୁଇ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଦାବି କରିଛନ୍ତି ଯେ ପୂର୍ବ ରାତିରେ ଫାଷ୍ଟଫୁଡ୍ (ମୋମୋ) ଖାଇବା ପରେ ପିଲାମାନଙ୍କର ମୃତ୍ୟୁ ହୋଇଥିଲା। ତଥାପି ପୋଲିସ ଏହି ତତ୍ତ୍ୱକୁ ସମ୍ପୂର୍ଣ୍ଣ ଗ୍ରହଣ ନକରି ତଦନ୍ତ ଜାରି ରଖିଛି । ବିଶାଲ କୁମାର, ଯିଏକି ଟିଙ୍କୁ ନାମରେ ମଧ୍ୟ ଜଣାଶୁଣା । ଜଣେ ଜୁସ୍ ବିକ୍ରେତା, ତାଙ୍କର ଦୁଇଟି ପିଲା ଥିଲେ, ଦାନିକା (୯ ବର୍ଷ) ଏବଂ ଆରବ (୬ ବର୍ଷ) । ଯେଉଁମାନେ ଶନିବାର ରାତିରେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ପିତାଙ୍କ ଅନୁସାରେ, ପିଲାମାନେ ପୂର୍ବ ରାତିରେ ମୋମୋ ଖାଇବା ପାଇଁ ଜିଦି କରିଥିଲେ । ଏହାପରେ ଘର ପାଖରୁ ମୋମୋ କିଣି ଆଣି ଖାଇଥିଲେ ।
ପରିବାର ଲୋକେ କହିଛନ୍ତି ଯେ ଖାଇବା ପରେ ପିଲାମାନେ ବାନ୍ତି କରିଥିଲେ ଏବଂ ଡାକ୍ତର ସେମାନଙ୍କୁ ଔଷଧ ଦେଇଥିଲେ। ଔଷଧ ଖାଇବା ପରେ ପିଲାମାନେ ଶୋଇପଡ଼ିଥିଲେ, କିନ୍ତୁ ରବିବାର ଆଉ ଉଠିନଥିଲେ । ପରିବାର ଲୋକେ ଦେଖିଲା ବେଳକୁ ଶରୀର ନୀଳ ପଡିଯାଇ ମୃତ୍ୟୁ ହୋଇଥିଲା । ପିଲାଙ୍କ ସହିତ ମାଆ ମଧ୍ୟ କିଛି ମୋମୋ ଖାଇଥିଲେ ହେଁ ତାଙ୍କର କିଛି ହୋଇନଥିଲା।
ସିଟି ପୋଲିସ ଷ୍ଟେସନ୍ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ନବଦୀପ ସିଂ ଭାଟିଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଏବଂ ଫୋରେନସିକ୍ ବିଶେଷଜ୍ଞ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସର ଅନେକ ପ୍ରଶ୍ନ ରହିଛି। ଯଦି ଖାଦ୍ୟ ବିଷାକ୍ତ କିମ୍ବା ଦୂଷିତ ଥିଲା, ତେବେ ସମାନ ଖାଦ୍ୟ ଖାଇଥିବା ମା’ ନେହାଙ୍କ ଅବସ୍ଥା କାହିଁକି ସ୍ଥିର ରହିଛି? ପିଲାମାନଙ୍କ ଶରୀରର ନୀଳ ରଙ୍ଗ ପଡ଼ିଯାଇଛି। ସୂତ୍ର ଅନୁଯାୟୀ, ପୋଲିସ ତଦନ୍ତ କିଛି ପରିବାର ଲୋକଙ୍କୁ ସନ୍ଦେହ କରୁଛି। ଏହି ଘଟଣା ସମ୍ପର୍କରେ ପଡ଼ୋଶୀମାନଙ୍କୁ ପୋଲିସ ପଚରାଉଚରା କରିଛି। ତେବେ ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ପଢନ୍ତୁ ଏହି ଖବର: ଜଣେ ୨୧ବର୍ଷୀୟ ମହିଳାଙ୍କୁ ୩୦ ଦିନରେ ୩ଥର ବିକ୍ରି… ଚତୁର୍ଥ ଡିଲ୍ ପୂର୍ବରୁ ବିଷ ପିଇଦେଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories