Viral News / ମଦ ଦୋକାନରେ ପଶିଗଲା ମାଙ୍କଡ଼, ମଦ ପିଇ କର୍ମଚାରୀଙ୍କୁ କାମୁଡ଼ିଲା
·4 hours ago·2 min read

Key Points
ମଦ ଦୋକାନରେ ପଶିଗଲା ମାଙ୍କଡ଼
ମଦ ପିଇ କର୍ମଚାରୀଙ୍କୁ କାମୁଡ଼ିଲା
ପ୍ରାୟ ଅଢ଼େଇ ଘଣ୍ଟା ଧରି ଦୋକାନ ଭିତରେ ହଙ୍ଗାମା କଲା
ଝାଡ଼ଖଣ୍ଟର ରାଜଧାନୀ ରାଞ୍ଚିର ଘଟଣା

ରାଞ୍ଚି୨୬/୦୯: ମଦ ଦୋକାନକୁ ଗ୍ରାହକ ଆସିବା ସାଧାରଣ କଥା। କିନ୍ତୁ ଯଦି ହଠାତ୍ ଗୋଟିଏ ମାଙ୍କଡ଼ ଦୋକାନ ଭିତରକୁ ପଶି ମଦ ବୋତଲ ଖୋଲି ପିଇବା ସହ କର୍ମଚାରୀଙ୍କୁ କାମୁଡ଼ି ଦିଏ, ତେବେ ପରିସ୍ଥିତି କେମିତି ହେବ? ଝାଡ଼ଖଣ୍ଡର ରାଞ୍ଚିରେ ଘଟିଥିବା ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଞ୍ଚିର ଓରମାଞ୍ଜି ବ୍ଲକ୍ ଚୌକ ନିକଟ ଚକାଲାର ବାଙ୍କେ ବିହାରୀ ମାର୍କେଟରେ ଥିବା ଏକ ମଦ ଦୋକାନରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଅଜବ ଘଟଣା ଘଟିଥିବା ଜଣାପଡ଼ିଛି। ହଠାତ୍ ଏକ ଗର୍ଭବତୀ ମାଙ୍କଡ଼ ଦୋକାନ ଭିତରକୁ ପଶି ଯାଇଥିଲା। ତା’ପରେ ଯାହା ଘଟିଥିଲା, ତାହା ଦେଖି ଦୋକାନ କର୍ମଚାରୀଙ୍କଠାରୁ ଆରମ୍ଭ କରି ଆଖପାଖ ଲୋକେ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ।
ବୋତଲ ଖୋଲି ପିଇଲା ମଦ
ଦୋକାନ ଭିତରକୁ ପଶିବା ପରେ ମାଙ୍କଡ଼ଟି ଏକ ମଦର ବୋତଲ ଖୋଲି ଦେଇ ସବୁ ବୋତଲ ମଦ ପିଇ ଦେଇଥିଲା। ମଦ ପିଇବା ପରେ ଦୋକାନ ଭିତରେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା। ପରିସ୍ଥିତି ଆହୁରି ଭୟଙ୍କର ହୋଇଥିଲା ଯେତେବେଳେ ମାଙ୍କଡ଼ଟି ଦୋକାନ କର୍ମଚାରୀ ୫୦ ବର୍ଷୀୟ ରମାଶଙ୍କର ତିୱାରୀଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପିଠି ଓ ଗୋଡ଼କୁ ମାଙ୍କଡ଼ଟି କାମୁଡ଼ି ଦେଇଥିବା ଜଣାପଡ଼ିଛି। ଆକ୍ରମଣରେ ଆହତ ରମାଶଙ୍କରଙ୍କୁ ସିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ପଢନ୍ତୁ ଏହି ଖବର: ରିଲ୍ସରେ ଦାମୀ ଅଳଙ୍କାର ଦେଖାଇବା ପଡ଼ିଲା ମହଙ୍ଗା, ଗାଏବ ହୋଇଗଲା ସୁନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଢ଼େଇ ଘଣ୍ଟା ଧରି ଖେଳାିଲା ଆତଙ୍କ
ମଦ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରିବା ପରେ ମାଙ୍କଡ଼ଟି ଆହୁରି ଆକ୍ରମଣାତ୍ମକ ହୋଇପଡ଼ିଥିଲା। ଫଳରେ ଅନ୍ୟ କର୍ମଚାରୀମାନେ ଭୟରେ ଦୋକାନରୁ ବାହାରି ଯାଇଥିଲେ। କେହି ମଧ୍ୟ ତା’ ପାଖକୁ ଯିବାକୁ ସାହସ କରିନଥିଲେ।
ପ୍ରାୟ ଅଢ଼େଇ ଘଣ୍ଟା ଧରି ମାଙ୍କଡ଼ଟି ଦୋକାନ ଭିତରେ ହଙ୍ଗାମା କରିଥିବା କୁହାଯାଉଛି। କେତେବେଳେ ମଦ ବୋତଲ ମଧ୍ୟରେ ଘୁରୁଥିଲା ତ ଆଉ କେତେବେଳେ ଦୋକାନର ଅନ୍ୟ ସାମଗ୍ରୀ ନିକଟରେ ପହଞ୍ଚି ଯାଉଥିଲା। ବାହାରେ ଲୋକଙ୍କ ଭିଡ଼ ଜମିଥିଲେ ମଧ୍ୟ କେହି ଭିତରକୁ ପଶିବାକୁ ସାହସ କରିନଥିଲେ।
ଘଟଣାସ୍ଥଳରେ ପହଞ୍ଚିଲା ରେସ୍କ୍ୟୁ ଟିମ୍
ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ଏବଂ ଉଦ୍ଧାରକାରୀ ଦଳକ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଙ୍କଡ଼ଟି ଆକ୍ରମଣାତ୍ମକ ଥିବାରୁ ତାକୁ ଧରିବା ମଧ୍ୟ ଚ୍ୟାଲେଞ୍ଜ ହୋଇଥିଲା। ଫରେଷ୍ଟ ରେଞ୍ଜ ଅଧିକାରୀ ଗାୟତ୍ରୀ ଦେବୀଙ୍କ ନେତୃତ୍ୱରେ ଟିମ୍ରେ ପ୍ରାଣୀବିଜ୍ଞାନୀ ବିବେକ କୁମାର, ବନରକ୍ଷୀ ରାକେଶ ଅବସ୍ଥିଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଦୀର୍ଘ ପ୍ରୟାସ ପରେ ମାଙ୍କଡ଼ଟିକୁ କୌଣସି କ୍ଷତି ନକରି ସୁରକ୍ଷିତ ଭାବେ କାବୁ କରାଯାଇଥିଲା।
ପରେ ମାଙ୍କଡ଼ଟିକୁ ବିର୍ସା ଜୈବିକ ଉଦ୍ୟାନକୁ ନିଆଯାଇଥିଲା। ଏହା ଗର୍ଭବତୀ ଥିବା ଜଣାପଡ଼ିବା ପରେ ଉଦ୍ଧାରକାରୀ ଦଳ ଅତ୍ୟନ୍ତ ସତର୍କତାର ସହ ଏହାକୁ ନିୟନ୍ତ୍ରଣ କରିଥିଲେ। ଅନ୍ୟପଟେ, ମାଙ୍କଡ଼ ଆକ୍ରମଣରେ ଆହତ ରମାଶଙ୍କର ତିୱାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଅଜବ ଘଟଣାକୁ ନେଇ ଶୁକ୍ରବାର ସନ୍ଧ୍ୟାରୁ ଓରମାଞ୍ଜି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Related Topics
Explore more stories