ଉପରମୁହାଁ ମଙ୍କିପକ୍ସ , ସତର୍କ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଅର୍ଗସ ବ୍ୟୁରୋ : ମାଡୁଛି ମଙ୍କିପକ୍ସ ବା ଏମ-ପକ୍ସ । ପ୍ରଥମେ ପାକିସ୍ତାନ ଆଉ ଏବେ ଆଫ୍ରିକାରେ ଏମ- ପକ୍ସ ସ୍ଥିତି ଜାହିର କରିବା ପରେ ଏବେ ଭାରତର ଚିନ୍ତା ବଢିଛି । ତେବେ ଭାରତରେ ଏହାର ସ୍ଥିତି ନଥିଲେ ମଧ୍ୟ ଏନେଇ ଆଗୁଆ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ।
ଅଧିକ ପଢନ୍ତୁ : ବିଶ୍ବ ପାଇଁ ନୂଆ ବିପଦ ମଙ୍କିପକ୍ସ
ଏଥିସହିତ ଏୟାରପୋର୍ଟ, ସାମୁଦ୍ରିକ ବନ୍ଦର ଓ ସ୍ଥଳସୀମାରେ ସ୍ବାସ୍ଥ୍ୟ ୟୁନିଟ୍ ଖୋଲି ସଚେତନ କରିବାକୁ, ଟେଷ୍ଟି ଲାବ୍ ପ୍ରସ୍ତୁତ କରିବାକୁ ଏବଂ ସଂକ୍ରମଣ ସ୍ଥିତି ଉପୁଜିଲେ ଏହାକୁ ଚିହ୍ନଟ କରିବା, ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଏହା ସହିତ ଏମ-ପକ୍ସ ରୋଗକୁ ରୋକିବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି ବୋଲି କହିଛନ୍ତି ନଡ୍ଡା ।