Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୋଲରେ ଫସି ରହିଲା ମୋନୋରେଲ୍, କ୍ରେନ୍ ସାହାଯ୍ୟରେ ଭୟଭୀତ ଯାତ୍ରୀଙ୍କୁ ଉଦ୍ଧାର କଲା ପ୍ରଶାସନ

Ritu Das
Browse all articles by Ritu Das
·10 months ago·2 min read
ପୋଲରେ ଫସି ରହିଲା ମୋନୋରେଲ୍, କ୍ରେନ୍ ସାହାଯ୍ୟରେ ଭୟଭୀତ ଯାତ୍ରୀଙ୍କୁ ଉଦ୍ଧାର କଲା ପ୍ରଶାସନ

Key Points

ପ୍ରବଳ ବର୍ଷାରେ ବେହାଲ ମାୟା ନଗରୀ ମୁମ୍ୱାଇ । ଚାରିଆଡ଼େ ପାଣି ଆଉ ପାଣି । ସ୍ଥିତି ଏପରି ହୋଇଛି ଯେ ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବାରୁ ମୁମ୍ବାଇ ମୋନୋରେଲ୍ ମଝି ରାସ୍ତାରେ ଫସି ଯାଇଥିଲା । ମହୀଶୁର କଲୋନି ଷ୍ଟେସନ ନିକଟରେ ଏକ ମୋନୋରେଲ୍ ରାସ୍ତାରେ ଫସି ରହିଥିଲା ।

ପ୍ରବଳ ବର୍ଷାରେ ବେହାଲ ମାୟା ନଗରୀ ମୁମ୍ୱାଇ । ଚାରିଆଡ଼େ ପାଣି ଆଉ ପାଣି । ସ୍ଥିତି ଏପରି ହୋଇଛି ଯେ ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯିବାରୁ ମୁମ୍ବାଇ ମୋନୋରେଲ୍ ମଝି ରାସ୍ତାରେ ଫସି ଯାଇଥିଲା । ମହୀଶୁର କଲୋନି ଷ୍ଟେସନ ନିକଟରେ ଏକ ମୋନୋରେଲ୍ ରାସ୍ତାରେ ଫସି ରହିଥିଲା । ଯାତ୍ରୀମାନେ ଅନେକ ସମୟ ଯାଏ ବିନାରେ ଟ୍ରେନ ଭିତରେ ଭୟରେ ଫସି ରହିଥିଲେ । କିଛି ଘଣ୍ଟା ଧରି ଫସି ରହିବା ପରେ, କ୍ରେନ୍ ସାହାଯ୍ୟରେ ୪୪୨ ଜଣ ଯାତ୍ରୀଙ୍କୁ ବାହାର କରାଯାଇଥିଲା। ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ଅତିରିକ୍ତ ମ୍ୟୁନିସିପାଲ କମିଶନର ଅଶ୍ୱିନୀ ଯୋଶୀ କହିଛନ୍ତି ଯେ ମୁମ୍ବାଇ ମୋନୋରେଲରେ ଯାତ୍ରୀଙ୍କ ସଂଖ୍ୟା କ୍ଷମତାଠାରୁ ଅଧିକ ଥିଲା । ସେହି ସମୟରେ, ବିଦ୍ୟୁତ୍ ଯୋଗାଣ ବିଛିନ୍ନ ହୋଇଯିବାରୁ ଟ୍ରେନଟି ମଝି ରାସ୍ତାରେ ବନ୍ଦ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାରାଷ୍ଟ୍ର ମୁମ୍ବାଇ ମେଟ୍ରୋ ଅପରେସନ୍ କର୍ପୋରେସନ୍ ଲିମିଟେଡ୍ ବୟାନ ଜାରି କରି କହିଛି, 'ମହୀସୁର କଲୋନି ଷ୍ଟେସନ ନିକଟରେ ବିଦ୍ୟୁତ୍ ଯୋଗାଣ ବ୍ୟାଘାତ ଯୋଗୁଁ ଏକ ମୋନୋରେଲ୍ ଟ୍ରେନ୍ ଅଟକି ଯାଇଛି । ଆମର ଅପରେସନ୍ ଏବଂ ରକ୍ଷଣାବେକ୍ଷଣ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ୱାଡାଲା ଏବଂ ଚେମ୍ବୁର ଷ୍ଟେସନ ମଧ୍ୟରେ ମୋନୋରେଲ୍ ଚାଲୁଛି।' ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ଯେ ମୁମ୍ବାଇର ଦୁଇଟି ଷ୍ଟେସନ ମଧ୍ୟରେ ଫସି ରହିଥିବା ମୋନୋରେଲ୍ ଟ୍ରେନର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯିବ ଏବଂ ଘଟଣାର ତଦନ୍ତ କରାଯିବ। ଫଡନାଭିଶ ଏକ୍ସରେ ଲେଖିଛନ୍ତି, 'କିଛି ବୈଷୟିକ କାରଣ ଯୋଗୁଁ ଚେମ୍ବୁର ଏବଂ ଭକ୍ତି ପାର୍କ ମଧ୍ୟରେ ଏକ ମୋନୋରେଲ୍ ଫସି ଯାଇଥିଲା । MMRDA, ଅଗ୍ନିଶମ ବିଭାଗ ଏବଂ ନଗର ନିଗମ, ସମସ୍ତ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।


ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ

Sponsored
monorail-stuck-on-bridge-administration-rescues-terrified-passenger-with-crane | Argus News