India monsoon rainfall deficit 2026 / ଦୁର୍ବଳ ମୌସୁମୀର ପ୍ରଭାବ; ଦେଶର ୪୨% ଜିଲ୍ଲାରେ ହୋଇଛି ଅଭାବୀ ବର୍ଷା, ପଛେଇଲା ଖରିଫ ଫସଲ ବୁଣାବୁଣି
·1 hour ago·3 min read

Key Points
ଗତ ଜୁନ୍-ଜୁଲାଇ ମାସରେ, ଦେଶର ୭୪୧ ଜିଲ୍ଲା ମଧ୍ୟରୁ ୩୧୧ (୪୨%) ଜିଲ୍ଲାରେ ଅଭାବୀ ବର୍ଷା ହୋଇଛି। IMD ତଥ୍ୟ ଅନୁଯାୟୀ, ପ୍ରଥମ ଦୁଇ ମାସରେ ୧୩% ବର୍ଷାର ଅଭାବ ହୋଇଥିଲା। ଯାହା ଫଳରେ ଖରିଫ୍ ଫସଲ ବୁଣାବୁଣିରେ ୪.୭୦% ହ୍ରାସ ଘଟିଛି। ଅଗଷ୍ଟ-ସେପ୍ଟେମ୍ବର ମାସରେ ଆହୁରି କମ୍ ବର୍ଷା ହେବାର ସମ୍ଭାବନା ଚିନ୍ତା ବଢ଼ାଇଛି।
Kharif crop sowing delayed 2026: ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ, ଗତ ଜୁନ୍-ଜୁଲାଇ ମାସରେ, ଦେଶର ୭୪୧ ଜିଲ୍ଲା ମଧ୍ୟରୁ ୩୧୧ ଜିଲ୍ଲାରେ ଅଭାବୀ ବର୍ଷା ହୋଇଥିବାର ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦୁର୍ବଳ ମୌସୁମୀ ଯୋଗୁଁ, ବିଗତ ୨ ମାସ ମଧ୍ୟରେ ଦେଶର ୪୨% ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଶୁକ୍ରବାର (ଜୁଲାଇ ୩୧), IMD ପକ୍ଷରୁ ସମଗ୍ର ଦେଶର ବିଭିନ୍ନ ଜିଲ୍ଲାରେ ରେକର୍ଡ଼ ହୋଇଥିବା ବର୍ଷାର ମୂଲ୍ୟାଙ୍କନ ଉପରେ ଆଧାରିତ ଏକ ରିପୋର୍ଟ ପ୍ରକାଶ କରିଛି। ମୌସୁମୀ ବର୍ଷାର ବିତରଣ ପାଇଁ ମୋଟ ୭୪୧ ଜିଲ୍ଲାକୁ ମୂଲ୍ୟାଙ୍କନ କରାଯାଇଥିଲା।
ଅଭାବୀ ବର୍ଷା: ୩୧୧ ଜିଲ୍ଲା (୪୨%)- ଏହି ସଂଖ୍ୟା ଦେଶର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବାର ଦର୍ଶାଉଛି।
ସ୍ୱାଭାବିକ ବର୍ଷା: ୨୭୩ ଜିଲ୍ଲା (୩୭%)- ଏକ ତୃତୀୟାଂଶରୁ ଅଧିକ ଜିଲ୍ଲା ସ୍ୱାଭାବିକ ବର୍ଷା ହୋଇଛି।
ଅଧିକ ବର୍ଷା: ୬୯ ଜିଲ୍ଲା (୯%)-ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।
ଅତି ଅଭାବୀ ବର୍ଷା: ୪୯ ଜିଲ୍ଲା (୭%) ସ୍ୱାଭାବିକ ତୁଳନାରେ ଯଥେଷ୍ଟ କମ୍ ବର୍ଷା ହୋଇଛି।
ଅତ୍ୟଧିକ ବର୍ଷା: ୩୨ ଜିଲ୍ଲା (୪%) ସ୍ୱାଭାବିକ ତୁଳନାରେ ଯଥେଷ୍ଟ ଅଧିକ ବର୍ଷା ହୋଇଛି।
ହେଲେ ତଥାପି, ଜୁନ୍ ତୁଳନାରେ ଜୁଲାଇ ମାସରେ ମୌସୁମୀ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି। ସାଧାରଣ କିମ୍ବା ସ୍ୱାଭାବିକ ଠାରୁ ଅଧିକ ବର୍ଷା ପାଉଥିବା ଜିଲ୍ଲା ସଂଖ୍ୟା ଜୁନ୍ ମାସରେ ୩୦% (୨୨୪ ଜିଲ୍ଲା) ରୁ ଜୁଲାଇ ମାସରେ ୫୩% (୩୮୮ ଜିଲ୍ଲା) କୁ ବୃଦ୍ଧି ପାଇଛି। ସେହିପରି ଅଭାବୀ କିମ୍ବା ଅତ୍ୟନ୍ତ ଅଭାବୀ ବର୍ଷା ପାଉଥିବା ଜିଲ୍ଲା ସଂଖ୍ୟା ୬୯ ପ୍ରତିଶତରୁ (୫୦୮ ଜିଲ୍ଲା) ୪୬% (୩୪୪ ଜିଲ୍ଲା) କୁ ହ୍ରାସ ପାଇଛି। IMD ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ପ୍ରଥମ ୨ ମାସ (ଜୁନ୍-ଜୁଲାଇ) ମଧ୍ୟରେ ମୌସୁମୀ ବର୍ଷା ୧୩% ହ୍ରାସ ପାଇଥିବାର ରେକର୍ଡ଼ କରାଯାଇଛି।
୭୮୭.୩୭ ଲକ୍ଷ ହେକ୍ଟର ଜମିରେ ହୋଇଛି ଫସଲ ବୁଣାବୁଣି
ଅଭାବୀ ମୌସୁମୀ ବର୍ଷା ଦେଶରେ ଗୁରୁତ୍ୱପୂର୍ଣ୍ଣ ଖରିଫ ଫସଲ ବୁଣାବୁଣି ଉପରେ ସିଧାସଳଖ ପ୍ରଭାବ ପକାଉଛି। କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୪ ଜୁଲାଇ ୨୦୨୬ ସୁଦ୍ଧା, ସାରା ଦେଶରେ ଖରିଫ ଋତୁରେ ମୋଟ ୭୮୭.୩୭ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି କାର୍ଯ୍ୟ ହୋଇଛି। ଯାହା ଗତ ବର୍ଷ ତୁଳନାରେ ୩୮.୮୨ ଲକ୍ଷ ହେକ୍ଟର (୪.୭୦%) କମ୍ ରହିଛି। ଏହି ସମୟରେ ୨୪ ଜୁଲାଇ ୨୦୨୫ ସୁଦ୍ଧା, ସାରା ଦେଶରେ ୮୨୬.୧୯ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ହୋଇ ସାରିଥିଲା।
ଏହି ସମୟରେ ଗତ ବର୍ଷ ତୁଳନାରେ ଧାନ ବୁଣାବୁଣି ୬.୧୯ ଲକ୍ଷ ହେକ୍ଟର (୨.୫୭%) ହ୍ରାସ ପାଇଛି। ପ୍ରମୁଖ ଡାଲି ଫସଲର ବୁଣାବୁଣି ୬.୯୦ ଲକ୍ଷ ହେକ୍ଟର (୭.୫୪%) ହ୍ରାସ ପାଇଛି। ସେହିପରି ତୈଳବୀଜ ଜାତୀୟ ଫସଲ ଚାଷ କ୍ଷେତ୍ରରେ ମଧ୍ୟ ୩.୪୫ ଲକ୍ଷ ହେକ୍ଟର (୨.୦୭%) ହ୍ରାସ ପାଇଛି।
ଶୁକ୍ରବାର, ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ଜାରି କରି ସତର୍କ କରିଛି ଯେ ଅଗଷ୍ଟ ଏବଂ ସେପ୍ଟେମ୍ବର ବାକି ଦୁଇଟି ମୌସୁମୀ ମାସରେ ଦେଶର ଅଧିକାଂଶ ସ୍ଥାନରେ ହାରାହାରି ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସ୍ପଷ୍ଟ ଯେ ଯଦି ପୂର୍ବ, ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଉପଦ୍ୱୀପୀୟ ଭାରତରେ ଅଗଷ୍ଟ ମାସରେ ବର୍ଷା ପରିସ୍ଥିତିରେ ଉନ୍ନତି ନହୁଏ, ଯାହା ପୂର୍ବରୁ ମୌସୁମୀ ବର୍ଷାର ଅଭାବ ଅନୁଭବ କରୁଛି, ତାହେଲେ ଖରିଫ ଫସଲର ବୁଣାବୁଣି ଏବଂ ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ଆହୁରି ଗଭୀର ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories