Videos
|
National

Monsoon Update 2026 August / ପୂରଣ ହେଲା ବର୍ଷାର ଅଭାବ; ଆଗେଇଲା ଖରିଫ ଫସଲ ବିହନ ବୁଣାବୁଣି

Subhramjit Ray
Browse all articles by Subhramjit Ray
·1 hour ago·2 min read
ପୂରଣ ହେଲା ବର୍ଷାର ଅଭାବ; ଆଗେଇଲା ଖରିଫ ଫସଲ ବିହନ ବୁଣାବୁଣି
Monsoon Update 2026 August

Key Points

ମୌସୁମୀ ପୁନର୍ବାର ସକ୍ରିୟ ହେବା ସହିତ, କୃଷି କ୍ଷେତ୍ର ଉପରେ ଏହାର ସକାରାତ୍ମକ ପ୍ରଭାବ ଏବେ ଦୃଶ୍ୟମାନ ହେଉଛି। ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ଆଗେଇଛି।
Monsoon became active again: ପୁଣି ଥରେ ସକ୍ରିୟ ହୋଇଉଠିଛି ମୌସୁମୀ। ଏହି କାରଣରୁ ବର୍ଷାର ଅଭାବ ମଧ୍ୟ ହ୍ରାସ ପାଉଛି। ପାଣିପାଗ ବିଭାଗ କହିବା ଅନୁଯାୟୀ, ଭଲ ବର୍ଷା ହେତୁ ଗତ ଶନିବାର (ଅଗଷ୍ଟ ୮) ପର୍ଯ୍ୟନ୍ତ ସମଗ୍ର ଦେଶରେ ବର୍ଷା ଅଭାବ ୧୧ ପ୍ରତିଶତକୁ ହ୍ରାସ ପାଇଛି। ନିଆଣ୍ଟିଆ ବର୍ଷା ହ୍ରାସ ପାଇବା ପରେ ଏହାର ସକରାତ୍ମକ ପ୍ରଭାବ କୃଷି କ୍ଷେତ୍ର ଉପରେ ପଡ଼ିଛି। ମୌସୁମୀ ପୁନର୍ବାର ସକ୍ରିୟ ହୋଇଉଠିବା ପରେ ଖରିଫ ଫସଲ ବୁଣାବୁଣିରେ ମଧ୍ୟ ସୁଧାର ଦେଖିବାକୁ ମିଳିଛି।

ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଜମିରେ ହୋଇଛି ଖରିଫ ଫସଲ ବୁଣାବୁଣି?
କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୭ ଅଗଷ୍ଟ ପର୍ଯ୍ୟନ୍ତ ସମଗ୍ର ଦେଶରେ ଖରିଫ ଫସଲ ବୁଣାବୁଣି ବର୍ତ୍ତମାନ ୧୭.୯୬ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ୨୦୨୬ ଜୁଲାଇ ୨୪ ପର୍ଯ୍ୟନ୍ତ, ଖରିଫ ଋତୁରେ ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ ୩୮.୮୨ ଲକ୍ଷ ହେକ୍ଟର (୪.୭୦%) କମ୍ ରହିଥିଲା। ବିଗତ ୨ ସପ୍ତାହ ମଧ୍ୟରେ, ଗୁରୁତ୍ୱପୂର୍ଣ୍ଣ ଡାଲି ଫସଲ ବୁଣାବୁଣି କ୍ଷେତ୍ର ମାତ୍ର ୧.୯୫ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ଯାହା ଗତ ବର୍ଷ ତୁଳନାରେ, ୨୦୨୬ ଜୁଲାଇ ୨୪ ପର୍ଯ୍ୟନ୍ତ ୬.୯୦ ଲକ୍ଷ ହେକ୍ଟର (୭.୫୪%) କମ୍ ରହିଥିଲା।

ବର୍ତ୍ତମାନ ସମୟରେ ଧାନ ଏବଂ ତୈଳବୀଜ ବିହନ ବୁଣାବୁଣି ଗତ ବର୍ଷ ତୁଳନାରେ ଆହୁରି ହ୍ରାସ ପାଇଛି। ୨୦୨୬ ଅଗଷ୍ଟ ୭ ପର୍ଯ୍ୟନ୍ତ ଧାନ, ଗତ ବର୍ଷ ତୁଳନାରେ ୧୫.୯୦ ଲକ୍ଷ ହେକ୍ଟର କମ୍ ଜମିରେ ବୁଣାବୁଣି ହୋଇଥିଲା। ସେହିପରି ତୈଳବୀଜ ଫସଲ ବୁଣିବା ହ୍ରାସ ଗତ ଜୁଲାଇ ୨୪ ପର୍ଯ୍ୟନ୍ତ ୩.୪୫ ଲକ୍ଷ ହେକ୍ଟର ଥିଲା। ଯାହା ୭ ଅଗଷ୍ଟ ପର୍ଯ୍ୟନ୍ତ ୫.୧୯ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି।

ଏହା ସହ ପଢନ୍ତୁ: ଦୁର୍ବଳ ମୌସୁମୀ ବିଗାଡ଼ିପାରେ ଆପଣଙ୍କ ବଜେଟ୍ଟ; ହେଲେ କିପରି?

ମୌସୁମୀକୁ ନେଇ କ'ଣ ରହିଛି ପୂ୍ର୍ବାନୁମାନ?
ପାଣିପାଗ ବିଭାଗ ପକ୍ଷରୁ ରବିବାର ପ୍ରକାଶିତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ ପାଣିପାଗ ବିଭାଗ କହିଛି ଯେ ଏହି ସପ୍ତାହରେ ପଶ୍ଚିମ ହିମାଳୟ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨ ଦିନ ମଧ୍ୟରେ ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ବିଦର୍ଭର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୧୩ ଅଗଷ୍ଟରୁ ଉତ୍ତର ବଙ୍ଗୋପସାଗରରେ ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୧୩ ତାରିଖରୁ ପଶ୍ଚିମବଙ୍ଗ, ଓଡି଼ଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାରରେ ବର୍ଷା ବୃଦ୍ଧି ହେବାର ସମ୍ଭାବନା ରହିଛି। ଯଦି ମୌସୁମୀ ଅଭାବରେ ପୀଡିତ ପୂର୍ବ, ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଦ୍ୱୀପପୁଞ୍ଜ ଭାରତରେ ଅଗଷ୍ଟରେ ଭଲ ବର୍ଷା ହୁଏ, ତାହେଲେ ଏହା ଖରିଫ ଫସଲ ବୁଣିବୁଣି ଉପରେ ସକରାତ୍ମକ ପ୍ରଭାବ ପକାଇପାରେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: