Mustafa Masjid Moradabad / ସହାରନପୁର ପରେ ଏବେ ମୁରାଦାବାଦ ମସଜିଦ ଉପରେ ଚାଲିବ ବୁଲଡୋଜର! ନୋଟିସ୍ ଜାରି ହେବା ପରେ ବଢିଲା ହଟଚମଟ
·55 mins ago·3 min read

Key Points
ମୁରାଦାବାଦ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନୋଟିସ ପରେ, ମୁସ୍ତାଫା ମସଜିଦ ଉପରେ କାର୍ଯ୍ୟାନୁଷ୍ଠାନର ବିପଦ ବଢ଼ିଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ମସଜିଦ ପକ୍ଷକୁ ଦ୍ୱିତୀୟ ଥର ଲାଗିନୋଟିସ ଜାରି କରାଯିବ। ଜବାବ ଦାଖଲ କରିବା ପାଇଁ ଆବଶ୍ୟକୀୟ ସମୟ ଦିଆଯିବ।
ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାର ପାକବଡ଼ା ଥାନା ଅଞ୍ଚଳରେ ଅବସ୍ଥିତ ମୁସ୍ତାଫା ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ତେଜିବାରେ ଲାଗିଛି। ମୁରାଦାବାଦ ବିକାଶ ପ୍ରାଧିକରଣ (MDA) ଗତ ଅଗଷ୍ଟ ୨୦ ତାରିଖରେ ଏକ ନୋଟିସ୍ ଜାରି କରି ଏହି ମସଜିଦର ନିର୍ମାଣକୁ ବେଆଇନ ଘୋଷଣା କରିଥିଲା। MDA ପକ୍ଷରୁ ଜାରି ହୋଇଥିବା ନୋଟିସ୍ ଅବଧି ଗତ ସେପ୍ଟେମ୍ବର ୩ ତାରିଖରେ ଶେଷ ହୋଇଥିଲା। ଯାହାର ଫଳସ୍ୱରୂପ ଏବେ ମସଜିଦ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଫରିଦ ଜବାର ପ୍ରାୟ ୩୦ ବର୍ଷ ପୂର୍ବେ ତାଙ୍କ କାରଖାନା ପରିସରରେ ଏହି ମୁସ୍ତାଫା ମସଜିଦ ନିର୍ମାଣ କରାଇଥିଲେ। ହେଲେ ଗତ ବର୍ଷ ତାଙ୍କର ମୃତ୍ୟୁ ହେବା ପରେ, ତାଙ୍କ ପୁଅ ଜୀଶାନ ଫରିଦ ମସଜିଦ ସଂଲଗ୍ନ ସମ୍ପତ୍ତିକୁ ଏକ ଘରୋଇ ବିଶ୍ୱବିଦ୍ୟାଳୟ ମାଲିକଙ୍କୁ ବିକ୍ରି କରିଥିଲେ। ହେଲେ ତଥାପି ଏହି ମସଜିଦ ଠାରେ ଏବେ ମଧ୍ୟ ନମାଜ ପଢା ଯାଉଥିଲା।
ଏନେଇ ମୁରାଦାବାଦ ବିକାଶ ପ୍ରାଧିକରଣ କହିଛି ଯେ ପ୍ରାୟ ୩୦୦ ବର୍ଗ ମିଟର ପରିମିତ ଏହି ମସଜିଦ ନିର୍ମାଣ, ନକ୍ସା ଅନୁମୋଦିତ ନହୋଇ ଏହାକୁ ସରକାରୀ ଜମିରେ ନିର୍ମାଣ କରାଯାଇଥିଲା। ଏହି ଆଧାରରେ ଏକ ନୋଟିସ୍ ଜାରି କରାଯାଇଛି, ଯାହାକୁ ଏକ ବେଆଇନ ନିର୍ମାଣ ଭାବରେ ଦର୍ଶାଯାଇଛି। ଏହି ମସଜିଦ ଇମାମ ମୌଲାନା ଶାନେ ଅଜହରି କହିଛନ୍ତି ଯେ ତାଙ୍କୁ ଏହି ନୋଟିସ ମିଳିଛି। ହେଲେ ମସଜିଦ ପରିଚାଳକ ଜୀଶାନ ଫରିଦ ଏହି ନୋଟିସ୍ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ମୌଲାନା ଆହୁରି ମଧ୍ୟ କହିଛନ୍ତି ଯେ ସେ କେବଳ ସେଠାରେ ନମାଜ ପଢିଥାନ୍ତି। ହେଲେ ଅଧିକାରୀ କହିଛନ୍ତି ଯେ ମସଜିଦ ପକ୍ଷକୁ ଦ୍ୱିତୀୟ ନୋଟିସ ଜାରି କରାଯିବ ଏବଂ ଏହା ଉପରେ ଜବାବ ଦାଖଲ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ।
ଏହା ସହ ପଢନ୍ତୁ: ପୁଣି ଚର୍ଚ୍ଚାରେ ଏସପି କେକେ ବିଷ୍ଣୋୟୀ; ଧାର୍ମିକ ସ୍ଥଳରୁ ହଟାଇଲେ ଲାଉଡସ୍ପୀକର
ମୁସ୍ତାଫା ମସଜିଦ ବିରୋଧରେ ବୃଦ୍ଧି ପାଇଲା କାର୍ଯ୍ୟାନୁଷ୍ଠାନ ଆଶଙ୍କା
MDA (Moradabad Development Authority) ପକ୍ଷରୁ ଜାରି ହୋଇଥିବା ନୋଟିସ ପରେ, ମୁସ୍ତାଫା ମସଜିଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ବୃଦ୍ଧି ପାଇଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ମସଜିଦ୍ ପକ୍ଷକୁ ଦ୍ୱିତୀୟ ନୋଟିସ ଜାରି କରାଯିବ ଏବଂ ଜବାବ ଦାଖଲ କରିବା ପାଇଁ ଆବଶ୍ୟକୀୟ ସମୟ ଦିଆଯିବ।
ସହାରନପୁର ଠାରେ ଭଙ୍ଗା ଯାଇଥିଲା ମସଜିଦ
ପୂର୍ବରୁ ସହାରନପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ମିତ ଏକ ବେଆଇନ ମସଜିଦକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା। ଏହି ମସଜିଦ ପ୍ରାୟ ୩୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଥିଲା। ଗତ ୨୦୨୫ ଫେବୃଆରୀ ୧୦ ତାରିଖରେ ବଜରଙ୍ଗ ଦଳର ପୂର୍ବତନ ରାଜ୍ୟ ସଂଯୋଜକ ବିକାଶ ତ୍ୟାଗୀ ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରିଥିଲେ। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ମସଜିଦ ପରିସରରେ ଥିବା କୋଠରୀ ଏବଂ ପୋଷ୍ଟ ଅଫିସ ପାଖରୁ ଭଡା ଆଦାୟ କରାଯାଉଛି। ଏହା ପରେ ଜିଲ୍ଲାପାଳ ଏହାର ଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତ ସମୟରେ ଏହି ମସଜିଦ ଅବୈଧ ବୋଲି ଜଣାପଡ଼ିଥିଲା। ୨୦୨୫ ମାର୍ଚ୍ଚ ୨୪ ତାରିଖରେ ଜିଲ୍ଲା ପ୍ରଶାସନ ସିଟି ମାଜିଷ୍ଟ୍ରେଟ୍ କୋର୍ଟ ଠାରେ ଏକ ଆବେଦନ ଦାଖଲ କରିଥିଲା। ଗତ ଜୁଲାଇ ୧୬ ତାରିଖରେ କୋର୍ଟ ମସଜିଦ୍କୁ ଅବୈଧ ଘୋଷଣା କରିଥିଲେ। ଏହାକୁ ଭାଙ୍ଗିବା ସହ ୬.୪୧ କୋଟି ଟଙ୍କାର କ୍ଷତି ପୂରଣ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହ ପଢନ୍ତୁ: ବଡ଼ ନୁହେଁ ଛୋଟ ହେବ ଅଯୋଧ୍ୟା ମସଜିଦ! ପାଣ୍ଠି ଅଭାବ ଯୋଗୁଁ ବଦଳିଲା ସମ୍ପୂର୍ଣ୍ଣ ଯୋଜନା
କାର୍ଯ୍ୟାନୁଷ୍ଠାନ ପାଇଁ ୩୦ ଦିନର ସମୟ ଦିଆଯାଇଥିଲା। ଗତ ୨୦ ଜୁଲାଇରେ, ମସଜିଦ ପକ୍ଷ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଅଦାଲତରେ ଏକ ଆବେଦନ ଦାଖଲ କରିଥିଲେ। ଗତ ୨ ସେପ୍ଟେମ୍ବରରେ, ଜିଲ୍ଲା ଜଜ୍ ସତେନ୍ଦ୍ର କୁମାରଙ୍କ କୋର୍ଟ ସିଟି ମାଜିଷ୍ଟ୍ରେଟ୍ ଙ୍କ ନିର୍ଦ୍ଦେଶକୁ ସମର୍ଥନ କରି ମସଜିଦ ପକ୍ଷର ଆବେଦନକୁ ଖାରଜ କରି ଦେଇଥିଲେ।

Related Topics
Explore more stories