Pond Tragedy / ମଇଁଷିକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା'-ପୁଅଙ୍କ ଜୀବନ, ଆମେଠିରେ ହୃଦୟବିଦାରକ ଘଟଣା
·1 hour ago·2 min read

Key Points
ମଇଁଷିକୁ ବଞ୍ଚେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କର ୧୯ ବର୍ଷୀୟ ପୁଅଙ୍କର ମୃତ୍ୟୁ ହୋଇଛି
ଛକି ବସିଥିଲା ଯମ। ଖବରଟି ଶୁଣିଲା ବେଳକୁ ଆପଣଙ୍କ ଆଖିରୁ ସତରେ ଲୁହ ଆସିଯିବ। ସତରେ କଣ ମୃତ୍ୟୁ ଏମିତି ଆସେ। ଭାରି ଗରିବ ପରିବାର। ମଇଁଷଇି ଚରେଇ ଦିନ କାଟୁଥିଲେ। କିନ୍ତୁ ସେଇ ମଇଁଷି ପାଇଁ ମା' ପୁଅଙ୍କ ଜୀବନ ଚାଲିଯିବ ବୋଲି କେହି କେବେ ଭାବି ନ ଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆମେଠିରେ।
ଏହାସହ ପଢ଼ନ୍ତୁ: ବନ୍ୟା ବିପଦ ଭିତରେ କୁମ୍ଭୀର ଆତଙ୍କ; ଗାଧୋଇବା ବେଳେ ଜଣଙ୍କୁ ଟାଣିନେଲା
ମଇଁଷିକୁ ବଞ୍ଚାଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମହିଳା ଏବଂ ତାଙ୍କର ୧୯ ବର୍ଷୀୟ ପୁଅଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଆମେଠି ପୋଲିସ ଥାନା ଅଧୀନସ୍ଥ ନୁଭାୱା ଗାଁର ଖେମ ପୋଖରୀରେ ବୁଧବାର ଘଟିଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ, ଗୀତା ବିଶ୍ୱକର୍ମା (୪୦)ଙ୍କ ପୁଅ ଦୀପକ ଘରର ମଇଁଷିକୁ ଚରାଇବା ପାଇଁ ନେଇଯାଇଥିଲେ। ସେହି ସମୟରେ ମଇଁଷିଟି ଗଭୀର ପାଣିକୁ ଚାଲିଯାଇ ବୁଡ଼ିବାକୁ ଲାଗିଥିଲା। ମଇଁଷିକୁ ଉଦ୍ଧାର କରିବାକୁ ଦୀପକ ପୋଖରୀ ଭିତରକୁ ପଶିଥିଲେ। କିନ୍ତୁ ଗଭୀର ପାଣିରେ ସେ ନିଜେ ମଧ୍ୟ ବୁଡ଼ିବାକୁ ଲାଗିଥିଲେ।
ପୁଅକୁ ବଞ୍ଚାଇବା ପାଇଁ ମା' ଗୀତା ବିଶ୍ୱକର୍ମା ମଧ୍ୟ ବିଳମ୍ବ ନକରି ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ। ମାତ୍ର ସେ ମଧ୍ୟ ଗଭୀର ପାଣିରେ ଫସି ଯାଇଥିଲେ। ଏହି ସମୟରେ ପରିବାରର ସାନ ପୁଅ ଆଦର୍ଶ (୧୪) ମଧ୍ୟ ସେମାନଙ୍କୁ ବଞ୍ଚାଇବାକୁ ପୋଖରୀରେ ପଶିଥିଲେ। ତେବେ ଗ୍ରାମବାସୀଙ୍କ ତତ୍ପରତା ଯୋଗୁଁ ଆଦର୍ଶଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ପରେ ଗ୍ରାମବାସୀମାନେ ଗୀତା ଏବଂ ଦୀପକଙ୍କୁ ପୋଖରୀରୁ ବାହାର କରି ଆମେଠି କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ପୁଣିଥରେ ଗଭୀର ଜଳାଶୟ ନିକଟରେ ସତର୍କତାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories