Crocodile Attack / ବନ୍ୟା ବିପଦ ଭିତରେ କୁମ୍ଭୀର ଆତଙ୍କ; ଗାଧୋଇବା ବେଳେ ଜଣଙ୍କୁ ଟାଣିନେଲା
·1 month ago·2 min read

Key Points
ଗାଧୋଇବା ବେଳେ ଜଣଙ୍କୁ କୁମ୍ଭୀର ଟାଣିନେଲା
ଦେବିଲ ଗାଁ ନିକଟ ଖରାସ୍ରୋତା ନଦୀରେ ଅଘଟଣ
୫୨ ବର୍ଷୀୟ ବ୍ୟକ୍ତି ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ

ଯାଜପୁର: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା । ବଢ଼ିବାରେ ଲାଗିଛି ବନ୍ୟା ବିପଦ । ଏହାରି ଭିତରେ ଆସିଛି କୁମ୍ଭୀର ଆତଙ୍କର ଖବର । ଖରାସ୍ରୋତା ନଦୀରେ ଗାଧୋଇବା ବେଳେ ଜଣଙ୍କୁ କୁମ୍ଭୀର ନଦୀ ଗର୍ଭକୁ ଟାଣି ନେଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଦେବିଲ ଗାଁର ନିକଟ ଦେଇ ବୋହି ଯାଇଥିବା ଖରସ୍ରୋତା ନଦୀରେ ଗାଁର ଜଣେ ବ୍ୟକ୍ତି ଗାଧୋଉଥିଲେ । ୫୨ ବର୍ଷୀୟ ବ୍ୟକ୍ତି ଜଣଙ୍କ ଗାଧୋଇବା ବେଳେ ହଠାତ୍ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଥିଲା । ଖବର ପାଇ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତି ଜଣଙ୍କୁ ଖୋଜାଖୋଜି କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ଉତ୍ତର ଓଡ଼ିଶାକୁ ବଡ଼ ବନ୍ୟା ଆଶଙ୍କା, ଜାଣନ୍ତୁ କେଉଁ ଜିଲ୍ଲାରେ ରହିବ ସର୍ବାଧିକ ପ୍ରଭାବ ?
ସେପଟେ ଯାଜପୁର ବୁଢ଼ା ନଦୀର ଶାଖା ଯମୁନା ନାଳ ବର ମୁଣ୍ଡା ଛକ ଘୋଷରା ପୋଲ ନିକଟରେ କୁମ୍ଭୀର ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତକାଲି ରାତିରୁ ଯାଜପୁର ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଚାଷ ଜମି ଜଳମଗ୍ନ ହୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଧର୍ମଶାଳା ବ୍ଲକରେ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଜାରକା ପଞ୍ଚାୟତର ଜାମୁବଣିଆରେ ଜଳବନ୍ଦୀ ହୋଇଛନ୍ତି ଆଠରୁ ଦଶ ପରିବାର ।
ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ
ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଜି ଜିଲ୍ଲାପାଳ ମଧ୍ୟାହ୍ନରୁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ।
ଜୁଲାଇ ୨୮ ତାରିଖ ଦିନ ୨ଟାରୁ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVS)ର ପାଠପଢ଼ା ବନ୍ଦ ରଖାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଲଗାଣ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ଗଭୀର ଅବପାତରେ ଭିଜିବ ଓଡ଼ିଶା; ଘଣ୍ଟାକୁ ୭୦ କିମି ବେଗରେ ପବନ
ସେପଟେ ବିପଦ ସଂକେତ ଟପିଛି ବୈତରଣୀ ନଦୀର ଜଳସ୍ତର । ଉପରେ ମୁଣ୍ଡରେ ପ୍ରବଳ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ରହିଛି । ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ବିପଦ ସଂକେତ ଅତିକ୍ରମ କରିଛି । ନଦୀ କୂଳିଆ ଲୋକଙ୍କୁ ମାଇକ ଯୋଗେ ସତର୍କ କରୁଛି ପ୍ରଶାସନ ।

Related Topics
Explore more stories