Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିକଶିତ ଭାରତର ପ୍ରଥମ ସୋପାନ ମାତୃଭାଷା

National

ବିକଶିତ ଭାରତର ପ୍ରଥମ ସୋପାନ ମାତୃଭାଷା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିକଶିତ ଭାରତର ପ୍ରଥମ ସୋପାନ ମାତୃଭାଷା

Key Points

  • ଭାରତୀୟଙ୍କ ମୂଳ ପରିଚୟ ମାତୃଭାଷା
  • ବିକଶିତ ଭାରତର ପ୍ରଥମ ସୋପାନ ହେଉଛି ମାତୃଭାଷା
  • ୭୯ଟି ଭାରତୀୟ ଭାଷାରେ ବର୍ଣ୍ଣବୋଧ ପ୍ରସ୍ତୁତି ପାଇଁ ସରକାରଙ୍କ ପଦକ୍ଷେପ

ଅର୍ଗସ ବ୍ୟୁରୋ : ମୋଦି ସରକାରଙ୍କ ଶାସନରେ ଭାରତର ବିଭିନ୍ନ ଅଞ୍ଚଳର ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦେବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ପୂର୍ବରୁ ଔପନିବେଶକ ଶାସନ କାଳରେ ଯଥେଷ୍ଟ ସଙ୍କୁଚିତ ଥିଲା ମାତୃଭାଷା । ୧୮୩୫ ମସିହା ଫେବୃଆରୀ ୨ ତାରିଖରେ ଥୋମାସ୍ ବାବିଙ୍ଗଟନ୍ ମାକଲେ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲଙ୍କୁ 'ଭାରତୀୟ ଶିକ୍ଷା ସମ୍ବନ୍ଧେ ମାକଲେଙ୍କ ମିନିଟ୍'ନାମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ଭାରତର ମାତୃଭାଷାଗୁଡିକୁ ଗୌଣ କରି ଇଂରାଜୀ ଭାଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ର କ୍ୟାବିନେଟ୍ ମରାଠୀ , ପାଲି, ପ୍ରାକୃତ, ଅହମୀୟା ଏବଂ ବଙ୍ଗଳା ଆଦି ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରି ଏକ ଉଦାହରଣ ସୃଷ୍ଟି କରିଛି।
ବିଶେଷ ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାତୃଭାଷାର ଗୁରୁତ୍ବ ଆମ ଜୀବନଶୈଳୀକୁ କେତେ ପ୍ରଭାବିତ କରେ, ଆମର ଶିକ୍ଷାଗତ ଯୋଗ୍ୟତା ପାଇଁ ମାତୃଭାଷାର ଗୁରୁତ୍ବପୂର୍ଣ୍ଣ କେତେ ରହିଛି, ତାହା ସମସ୍ତ ଭାରତୀୟବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଆମ ଦେଶର ଭାଷା ବିବିଧତାଗତ ଐତିହକୁ ଉଜ୍ଜୀବୀତ ରଖିବା ପାଇଁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡିସେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳିତ ହୋଇଛି ଭାରତୀୟ ଭାଷା ଉତ୍ସବ । ଏହି ଉତ୍ସବରେ ଡିସେମ୍ବର ୧୧ ତାରିଖରରେ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ପାଳିତ ହୋଇଛି । 
ଭାରତରେ ଭାଷାଗତ ବିବିଧତା ରାଷ୍ଟ୍ରୀୟ ଏକତାକୁ ସୁଦୃଢ କରିବା ସହ 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ । ତେଣୁ ପ୍ରତ୍ୟେକ ଭାରତୀୟ ଆପଣାର ଭାଷାଗତ ସ୍ବାଭିମାନକୁ ସମ୍ମାନ ସୂଚକ ପଦକ ରୂପେ ଧାରଣ କରିବା ଉଚିତ । ଏହା ଉପରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ," ଜାତିସଂଘରେ ମଧ୍ୟ ମୁଁ ଗର୍ବର ସହ ଭାରତୀୟ ଭାଷାରେ କଥା ହେଉଛି । ଯଦି ଉପସ୍ଥିତ ଶ୍ରୋତାମାନଙ୍କୁ ମୋ ଭାଷାକୁ ବୁଝି କରତାଳି ଦେବାରେ କିଛି ସମୟ ଲାଗୁଛି, ଲାଗୁ । ' ଏପରି ଦମ୍ଭୋକ୍ତି ଭାରତର ଭାଷାଗତ ବିବିଧତାର ଗୌରବ ବଜାୟ ରଖିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସୂଚାଉଛି ଏବଂ ଆମ ଭାଷାଗତ ସ୍ବାଭିମାନର ମହତ୍ତ୍ବକୁ ମଧ୍ୟ ଦର୍ଶାଉଛି । 

ଅଧିକ ପଢନ୍ତୁ: ଦିବ୍ୟାଙ୍ଗଙ୍କ ପାଇଁ ଭାରତୀୟ ସାଙ୍କେତିକ ଭାଷାର ନୂଆ ଚ୍ୟାନେଲ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ମୋଦି ସରକାର ଭାରତୀୟ ଆଞ୍ଚଳିକ ଭାଷାକୁ ପ୍ରାଧାନ୍ୟ ଦେଇ ୭୯ ଟି ଭାଷାରେ ବର୍ଣ୍ଣବୋଧ ବା ପ୍ରାଇମର ପ୍ରସ୍ତୁତି ପାଇଁ ସରକାରଙ୍କ ପଦକ୍ଷେପ ଅତ୍ୟନ୍ତ ଉଚ୍ଚକୋଟୀର ସାବ୍ୟସ୍ତ ହୋଇଛି । ଭାରତର ଭାଷାଗତ ବିବିଧତା ହିଁ ଏହାର ଶିକ୍ଷାଗତ ଉତ୍କର୍ଷ ଏବଂ ସାମାଜିକ , ସାଂସ୍କୃତିକ ଓ ଅର୍ଥନୈତିକ ଉନ୍ନତିର ମୂଳଦୁଆ ଅଟେ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mother tongue is the first stage of developed India | Argus News